Advertisment

ସୋମବାର ଖାଡେଗଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ଟାସ୍କ ଫୋର୍ସର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣି କଂଗ୍ରେସ। ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ଗଠନ କରିଥିବା ଟାସ୍କ ଫୋର୍ସ ବୈଠକର ଅଧ୍ୟକ୍ଷତା କରିବେ। ତାଙ୍କ ଅଧ୍ୟକ୍ଷତାରେ ଆସନ୍ତା ସୋମବାର ଏହି ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଦଳୀୟ ନିର୍ବାଚନ ଜିତିବା ପରେ ପ୍ରଥମଥର ପାଇଁ ଖାଡେଗ ଟାସ୍କ ଫୋର୍ସ ବୈଠକ […]

ସୋମବାର ଖାଡେଗଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ଟାସ୍କ ଫୋର୍ସର ପ୍ରଥମ ବୈଠକ

sonia

Advertisment

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣି କଂଗ୍ରେସ। ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ଗଠନ କରିଥିବା ଟାସ୍କ ଫୋର୍ସ ବୈଠକର ଅଧ୍ୟକ୍ଷତା କରିବେ। ତାଙ୍କ ଅଧ୍ୟକ୍ଷତାରେ ଆସନ୍ତା ସୋମବାର ଏହି ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଦଳୀୟ ନିର୍ବାଚନ ଜିତିବା ପରେ ପ୍ରଥମଥର ପାଇଁ ଖାଡେଗ ଟାସ୍କ ଫୋର୍ସ ବୈଠକ କରିବାକୁ ଯାଉଛନ୍ତି।

Advertisment

ବୈଠକରେ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା କରିବ। ଏଥିସହ କ୍ଷମତାସୀନ ବିଜେପିକୁ କାଉଣ୍ଟର କରିବା ପାଇଁ ୨୦୨୪ରେ କ’ଣ ରଣନୀତି କରାଯିବ? କେମିତି ଦଳ ଲୋକଙ୍କ ପାଖରେ ପହଞ୍ଚିବ? ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମିଶି କଂଗ୍ରେସ ନିର୍ବାଚନ ଲଢ଼ିବ କି ନାହିଁ, ସେ ସବୁ ବିଷୟରେ ବୈଠକରେ ଆଲୋଚନା ହେବ।

କଂଗ୍ରେସର ଏହି ଟାସ୍କ ଫୋର୍ସରେ ପି ଚିଦାମ୍ବରମ, ମୁକୁଲ ୱାସନିକ, ଜୟରାମ ରମେଶ, କେସି ଭେନୁଗୋପାଲ, ଅଜୟ ମାକେନ, ରଣଦୀପ ସୂର୍ଯ୍ୟେୱାଲା, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ସୁନୀଲ କାନୁଗୋଲୁ ପ୍ରମୁଖ ରହିଛନ୍ତି। ତେବେ କଂଗ୍ରେସ ସଭାପତି ନିର୍ବାଚନରେ ଖାଡଗେଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶଶି ଥରୁର କଂଗ୍ରେସର ଏହି ଟାସ୍କ ଫୋର୍ସରେ ନାହାନ୍ତି।

Advertisment

ରାଜସ୍ଥାନର ଉଦୟପୁରରେ କଂଗ୍ରେସ ୩ ଦିନିଆ ଚିନ୍ତନ ଶିବିର କରିବା ପୂର୍ବରୁ ଏମ୍ପପାୱାର୍ଡ ଆକ୍ସନ ଗ୍ରୁପ ଗଠନ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ସମ୍ମୁଖୀନ ହେଉଥିବା ରାଜନୀତିକ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଏହାକୁ ଗଠନ କରାଯାଇଥିଲା। ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧି କମିଟରେ ୮ ଜଣ ସଦସ୍ୟଙ୍କ ରିପୋର୍ଟ ପାଇବା ପରେ ୨୦୨୪ ଟାସ୍କ ଫୋର୍ସ ଗଠନ କରିଥିଲେ। ଏବେ ଟାସ୍କ ଫୋର୍ସ ବୈଠକର ଅଧ୍ୟକ୍ଷତା ଖାଡଗେ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe