Advertisment

ବେଙ୍ଗଲରେ ୯୨ଟି ଆସନରେ ଲଢ଼ିବ କଂଗ୍ରେସ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ, ବାମପନ୍ଥୀ ଓ ଆଇଏସଏଫ ମିଳିତ ଭାବେ ଲଢ଼େଇ କରିବେ। ୨୯୪ଟି ବିଧାନସଭା ଆସନରୁ କଂଗ୍ରେସ ଏକାକୀ ୯୨ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଆଜି ଘୋଷଣା କରିଛି। ଆସନ୍ତା ୨୭ ତାରିଖରୁ ୮ଟି ପର୍ଯ୍ୟାୟରେ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହାପୂର୍ବରୁ କଂଗ୍ରେସ ସିଟ୍‌ ଶେୟାରିଂ ସମ୍ପର୍କରେ ଘୋଷଣା କରିଛି। ଏଥିସହ କଂଗ୍ରେସ ନିଜର ବିହାର ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଓ ମହାରାଷ୍ଟ୍ର […]

ବେଙ୍ଗଲରେ ୯୨ଟି ଆସନରେ ଲଢ଼ିବ କଂଗ୍ରେସ

congress

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ, ବାମପନ୍ଥୀ ଓ ଆଇଏସଏଫ ମିଳିତ ଭାବେ ଲଢ଼େଇ କରିବେ। ୨୯୪ଟି ବିଧାନସଭା ଆସନରୁ କଂଗ୍ରେସ ଏକାକୀ ୯୨ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଆଜି ଘୋଷଣା କରିଛି। ଆସନ୍ତା ୨୭ ତାରିଖରୁ ୮ଟି ପର୍ଯ୍ୟାୟରେ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।

Advertisment

ଏହାପୂର୍ବରୁ କଂଗ୍ରେସ ସିଟ୍‌ ଶେୟାରିଂ ସମ୍ପର୍କରେ ଘୋଷଣା କରିଛି। ଏଥିସହ କଂଗ୍ରେସ ନିଜର ବିହାର ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଓ ମହାରାଷ୍ଟ୍ର ସହଯୋଗୀ ଶରଦ ପାୱାରଙ୍କ ଏନସିପିଙ୍କୁ ମଧ୍ୟ ମେଣ୍ଟରେ ସାମିଲ କରିବାକୁ ପୂର୍ବରୁ ଆହ୍ୱାନ ଦେଇ ନିରାଶ ହେବାରୁ ସେମାନଙ୍କ ପାଇଁ ଦ୍ୱାର ବନ୍ଦ କରିଦେଇଛି।

ଗତକାଲି ଆରଜେଡି ପଶ୍ଚିମଙ୍ଗର କ୍ଷମତାସୀନ ଟିଏମସି ସହ ମେଣ୍ଟ କରିବ ବୋଲି ସଙ୍କେତ ଦେଇଥିଲା। ଏପରି କି ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ। ଏସବୁ ଭିତରେ ଆଜି କଂଗ୍ରେସର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ମଙ୍ଗ ସମ୍ଭାଳିଥିବା ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବାମପନ୍ଥୀ ଓ ଆଇଏସଏଫ ନେତା ମଧ୍ୟ ଏଥିରେ ସାମିଲ ହୋଇଥିଲେ।

Advertisment

ଏହି ସମୟରେ ଶ୍ରୀ ଚୌଧୁରୀ କହିଛନ୍ତି, ଏଯାଏ ବାମପନ୍ଥୀ ସହ ହୋଇଥିବା ଆଲୋଚନା ଅନୁଯାୟୀ କଂଗ୍ରେସ ରାଜ୍ୟର ୯୨ଟି ଆସନରେ ପ୍ରାର୍ଥୀ ଦେବ। ଦୁଇ ଦିନ ଭିତରେ ଆସନଗୁଡ଼ିକରେ ଲଢ଼େଇ କରିବାକୁ ଥିବା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ। ଆରମ୍ଭରୁ ଆମେ ୧୩୦ଟି ଆସନ ପାଇଁ ଦାବି କରିଥିଲୁ। ବାମପନ୍ଥୀ ୯୨ଟି ବ୍ୟତୀତ ଆଉ କିଛି ଆସନ ଦେବାକୁ ଚାହୁଁଥିଲା। ହେଲେ ଆମେ ଆରଜେଡି ଓ ଏନସିପି ଭଳି ଦଳ ପାଇଁ ଆସନ ସଂରକ୍ଷଣ କରି ରଖିଥିଲୁ।

ହେଲେ ଏବେ ଆମେ ଆଉ ଆରଜେଡି କିମ୍ବା ଏନସିପି ସହ ସିଟ୍‌ ଶେୟାରିଂ କରିବୁ ନାହିଁ। ଏହି ସିଟ୍‌ ଶେୟାରିଂ ନିଷ୍ପତ୍ତି ଅନ୍ୟ ଦଳଗୁଡ଼ିକ ପାଇଁ ଖୋଲା ରହିଛି ବୋଲି ସେ କହିଛନ୍ତି।

ଲେଫ୍ଟ ଫ୍ରଣ୍ଟ ଚେୟାରମ୍ୟାନ ବିମନ ବୋଷ କହିଛନ୍ତି, ଆଜି କଂଗ୍ରେସ ସହ ଆଲୋଚନା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଆଉ କୌଣସି ସମସ୍ୟା ନାହିଁ। ଆମେ ଆଗକୁ ମେଣ୍ଟ କରି ବଢ଼ିବୁ। କଂଗ୍ରେସ, ବାମପନ୍ଥୀ ଓ ଆଇଏସଏଫ ମିଳିତ ଭାବେ ଅନ୍ୟ ଛୋଟ ଦଳଗୁଡ଼ିକ ସହ ମିଶି ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe