Advertisment

ଜରିମାନା କାଟୁନି, ମାସ୍କ ବାଣ୍ଟୁଛି ପ୍ରଶାସନ

ପାଣାଜି: କୋଭିଡ୍ ମହାମାରୀ ସମୟରେ ମାସ୍କ ନପିନ୍ଧିଲେ ବିଭିନ୍ନ ସରକାର ମୋଟା ଅଙ୍କର ଜରିମାନା ଲଗାଉଛନ୍ତି। ଏମିତି ହେଲେ ମୋଟା ଅଙ୍କର ଜରିମାନା ଭୟରେ ଲୋକେ ସଚେତନ ହେବେ ବୋଲି ଧାରଣା ରହିଛି। ହେଲେ ଗୋଆର ପାଣାଜି ପ୍ରଶାସନ ଏଭଳି ଚିନ୍ତାଧାରାରୁ ବହୁ ଉର୍ଦ୍ଧରେ। ଯିଏ ମାସ୍କ ପିନ୍ଧିନଥିବେ ତାଙ୍କୁ ପ୍ରଶାସନ ଅଟକାଇ ମାଗଣାରେ ମାସ୍କ ଦେବା ସହିତ ସଚେତନ ରହିବାକୁ ପରାମର୍ଶ ଦେଉଛି। ଗୋଆର ରାଜଧାନୀ ପାଣାଜିରେ ଥିବା ସ୍ଥାନୀୟ ନଗର ପାଳିକା ସଂସ୍ଥା କହିଛି […]

ଅଦ୍ୟତନ ହୋଇଛି
ଜରିମାନା କାଟୁନି, ମାସ୍କ ବାଣ୍ଟୁଛି ପ୍ରଶାସନ

goa-police

Advertisment

ପାଣାଜି: କୋଭିଡ୍ ମହାମାରୀ ସମୟରେ ମାସ୍କ ନପିନ୍ଧିଲେ ବିଭିନ୍ନ ସରକାର ମୋଟା ଅଙ୍କର ଜରିମାନା ଲଗାଉଛନ୍ତି। ଏମିତି ହେଲେ ମୋଟା ଅଙ୍କର ଜରିମାନା ଭୟରେ ଲୋକେ ସଚେତନ ହେବେ ବୋଲି ଧାରଣା ରହିଛି। ହେଲେ ଗୋଆର ପାଣାଜି ପ୍ରଶାସନ ଏଭଳି ଚିନ୍ତାଧାରାରୁ ବହୁ ଉର୍ଦ୍ଧରେ। ଯିଏ ମାସ୍କ ପିନ୍ଧିନଥିବେ ତାଙ୍କୁ ପ୍ରଶାସନ ଅଟକାଇ ମାଗଣାରେ ମାସ୍କ ଦେବା ସହିତ ସଚେତନ ରହିବାକୁ ପରାମର୍ଶ ଦେଉଛି।

Advertisment

ଗୋଆର ରାଜଧାନୀ ପାଣାଜିରେ ଥିବା ସ୍ଥାନୀୟ ନଗର ପାଳିକା ସଂସ୍ଥା କହିଛି ଯେ ଏଠାରେ କୋଭିଡ ନିୟମ ପାଳନ କରିବାରେ ନଗପାଳିକା ପୁଲିସକୁ ଏହି ଭଳି ଭାବରେ ସାହାଯ୍ୟ କରୁଛି। ପାଣାଜି ପୁଲିସ ଇନ୍ସପେକ୍ଟର ସୁଦେଶ ନାଇକ କହିଛନ୍ତି ଯେ ଲୋକମାନେ ମାସ୍କ ଲଗାଇବା ନିୟମକୁ ଅଣଦେଖା କରୁଛନ୍ତି। ଆମେ ଲୋକଙ୍କ ଉପରେ ଜରିମାନା ଆଦାୟ କରିବା ଠିକ୍ ହେବନି। କିନ୍ତୁ ମାସ୍କ ନିୟମ ଲାଗୁ କରିବାକୁ ପଡ଼ିବ। ତେଣୁ ଯେଉଁମାନେ ମାସ୍କ ପିନ୍ଧିନଥିବା ସେମାନଙ୍କୁ ମାସ୍କ ଦିଆଯାଉଛି।

ଗତ ବର୍ଷ ମଧ୍ୟ ଗୋଆ ସରକାର ଏଭଳି କିଛି ଭିନ୍ନ ନିୟମ ଲାଗୁ କରି ଚର୍ଚ୍ଚାକୁ ଆସିଥିଲେ। ଗୋଆରେ ବିନା ମାସ୍କରେ ଲୋକମାନେ ପେଟ୍ରୋଲ-ଡିଜେଲ ଏବଂ ଦୋକାନରୁ ରାସନ ଦିଆଯାଉ ନଥିଲା। କରୋନା ମହାମାରୀକୁ ରୋକିବା ପାଇଁ ଗତବର୍ଷ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।

Advertisment

ସୂଚନାଯୋଗ୍ୟ, ସାରା ଦେଶରେ କରୋନା ମହାମାରୀ ପୁଣିଥରେ କ୍ଷୀପ୍ର ବେଗରେ ସଂକ୍ରମିତ ହେବାରେ ଲାଗିଛି। ଏହାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଦେଶର ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଆର ପଡ଼ୋଶୀ ହେଉଛି ମହାରାଷ୍ଟ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ସହିତ କୋଭିଡ୍ ଆଇନ୍ ମାନିବାକୁ ସରକାର ନିବେଦନ କରିଛନ୍ତି।

Corona Mask Goa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe