Advertisment

ପୁଣି ଉପରମୁହାଁ କରୋନା, ୫ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ପୁଣି ବଢ଼ିଲା କରୋନା ସଂକ୍ରମଣ। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହାସହ ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଜଣାଇଛନ୍ତି। ସଂକ୍ରମଣ ଯେପରି ନ ବ୍ୟାପେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ। କିଛି ରାଜ୍ୟରେ […]

ଅଦ୍ୟତନ ହୋଇଛି
ପୁଣି ଉପରମୁହାଁ କରୋନା, ୫ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

Corona

Advertisment

ନୂଆଦିଲ୍ଲୀ: ପୁଣି ବଢ଼ିଲା କରୋନା ସଂକ୍ରମଣ। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହାସହ ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଜଣାଇଛନ୍ତି।

Advertisment

ସଂକ୍ରମଣ ଯେପରି ନ ବ୍ୟାପେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ। କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଣୁ ଅଧିକ ବ୍ୟାପିବା ଆଶଙ୍କା କରି ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ନିୟମିତ ଭାବେ ପରୀକ୍ଷା, ସ୍କ୍ରିନିଂ, ଟିକାକରଣ ଜାରି ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।

ମାର୍ଚ୍ଚ ୧୦ ପରେ ଗୁରୁବାର ଦିନ ଦେଶରେ ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ପଶ୍ଚିମବଙ୍ଗ, ଗୁଜରାଟ, ମଧ୍ୟପ୍ରଦେଶ ଓ ଗୋଆରେ ମଧ୍ୟ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି।

Advertisment

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୯୬୨ଟି କରୋନାର ନୂଆ ମାମଲା ଓ ୨୬ ଜଣେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୭୨,୫୪୭ରେ ପହଞ୍ଚିଛି। ସେହିପରି ୨୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୫,୨୪,୬୭୭ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୧୬ ରହିଛି।

https://twitter.com/ANI/status/1532936565508362241?s=20&t=69mFyZCA4lVDtiH8fXOyfA

Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe