Advertisment

ଡାକ୍ତରଖାନାରେ ଦୁଷ୍କର୍ମର ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ମହିଳାଙ୍କ ଜୀବନ

ଭୋପାଳ: ଦୁଷ୍କର୍ମର ଶିକାର ହେଲେ କରୋନା ଆକ୍ରାନ୍ତ ମହିଳା। ଆଉ ଦୁଷ୍କର୍ମର ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ତାଙ୍କ ଜୀବନ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ଡାକ୍ତରଖାନରେ ଘଟିଛି ଏହି ଘଟଣା। ଡାକ୍ତରଖାନାର ଜଣେ ପୁରୁଷ ନର୍ସ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ପରେ ଗୁରୁବାର ପୁଲିସ‌୍‍ ଏ ଘଟଣାକୁ ସାର୍ବଜନୀନ କରିଛି। ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ଏପ୍ରିଲ ମାସର। ଉକ୍ତ […]

ଅଦ୍ୟତନ ହୋଇଛି
ଦୁଷ୍କର୍ମକୁ ବିରୋଧ କରିବାରୁ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ, ଶେଷରେ ଆତ୍ମହତ୍ୟା କଲେ ପୀଡ଼ିତା

rape

Advertisment

ଭୋପାଳ: ଦୁଷ୍କର୍ମର ଶିକାର ହେଲେ କରୋନା ଆକ୍ରାନ୍ତ ମହିଳା। ଆଉ ଦୁଷ୍କର୍ମର ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ଚାଲିଗଲା ତାଙ୍କ ଜୀବନ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ଡାକ୍ତରଖାନରେ ଘଟିଛି ଏହି ଘଟଣା। ଡାକ୍ତରଖାନାର ଜଣେ ପୁରୁଷ ନର୍ସ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ତାକୁ ଗିରଫ କରାଯାଇଛି।

Advertisment

ଅଭିଯୁକ୍ତକୁ ଗିରଫ କରିବା ପରେ ଗୁରୁବାର ପୁଲିସ‌୍‍ ଏ ଘଟଣାକୁ ସାର୍ବଜନୀନ କରିଛି। ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ଏପ୍ରିଲ ମାସର। ଉକ୍ତ ମହିଳାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଭୋପାଳ ମେମୋରିଆ ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଏପ୍ରିଲ ୬ ତାରିଖରେ ସେ ଘଟଣା (ଦୁଷ୍କର୍ମ ହୋଇଥିବା ନେଇ) ସଂପର୍କରେ ଜଣେ ଡାକ୍ତରଙ୍କୁ କହିଥିଲେ ଓ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ। ତା’ପରେ ତାଙ୍କ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେହି ଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏ ଘଟଣା ନେଇ ନିଶାତପୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଓ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଅଭିଯୁକ୍ତର ନାଁ ସନ୍ତୋଷ ଅହିରବାର (୪୦)। ତାକୁ ଭୋପାଳ ସେଣ୍ଟ୍ରାଲ ଜେଲରେ ରଖାଯାଇଛି।

Advertisment

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଦୁଷ୍କର୍ମର ଶିକାର ହୋଇଥିବା ଉକ୍ତ ମହିଳା ଜଣଙ୍କ ମୃତ୍ୟୁ ପୂର୍ବରୁ ପୁଲିସକୁ ଦେଇଥିବା ଦରଖାସ୍ତରେ ତାଙ୍କ ନାଁ ଗୁପ୍ତ ରଖିବାକୁ ଅନୁରୋଧ କରିଥିଲେ। ତା’ସହିତ ଘଟଣା ସଂପର୍କରେ କାହାକୁ ନ କହିବାକୁ ଅନୁରୋଧ କରିଥିଲେ। ସେଥିପାଇଁ ତଦନ୍ତକାରୀ ଟିମ ବ୍ୟତୀତ ଆଉ କାହାକୁ ଘଟଣା ସଂପର୍କରେ ସୂଚନା ଦିଆଯାଇନଥିଲା।

ସୂଚନାଯୋଗ୍ୟ, ଅଭିଯୁକ୍ତ ନାଁରେ ପୂର୍ବରୁ ଏକ ଯୌନ ଶୋଷଣ ମାମଲା ରହିଥିଲା। ସେ ଜଣେ ୨୪ ବର୍ଷୀୟ ଷ୍ଟାଫ‌୍‍ ନର୍ସଙ୍କୁ ଯୌନ ଶୋଷଣ କରିଥିଲେ। ସେହିପରି ଡାକ୍ତରଖାନରେ କାର୍ଯ୍ୟରତ ଥିବା ବେଳେ ମଦ ପିଇ ନିଲମ୍ୱିତ ମଧ୍ୟ ହୋଇଥିଲେ।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe