Advertisment

ପୁଣି ଡ଼ରାଇଲାଣି କରୋନା, ଫେରିଲାଣି କଟକଣା

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା। ଦେଶରେ ଗତ କିଛି  ଦିନର ବିରତି ପରେ ପୁଣି ଉପରମୁହାଁ ହେଲାଣି ମହାମାରୀ। ଲଗାତର ବଢ଼ିଚାଲିଛି ଦୈନିକ ସଂକ୍ରମଣ। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଦୁଇ ଗୁଣା ସଂକ୍ରମଣ ବୃଦ୍ଧି ହୋଇଛି। କେରଳ ଏବଂ ମହାରାଷ୍ଟ୍ରରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ନଜରରେ ରଖି ପୁଣିଥରେ ରାଜ୍ୟରେ କଟକଣା ମଧ୍ୟ ଫେରିଛି। କରୋନା ରିପୋର୍ଟକୁ ଦେଖିଲେ ଗତ ସପ୍ତାହ ତୁଳନାରେ ଦେଶରେ ୪୦ ପ୍ରତିଶତ ସଂକ୍ରମଣ ବୃଦ୍ଧି […]

ଅଦ୍ୟତନ ହୋଇଛି
ପୁଣି ଡ଼ରାଇଲାଣି କରୋନା, ଫେରିଲାଣି କଟକଣା

corona

Advertisment

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା। ଦେଶରେ ଗତ କିଛି  ଦିନର ବିରତି ପରେ ପୁଣି ଉପରମୁହାଁ ହେଲାଣି ମହାମାରୀ। ଲଗାତର ବଢ଼ିଚାଲିଛି ଦୈନିକ ସଂକ୍ରମଣ। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଦୁଇ ଗୁଣା ସଂକ୍ରମଣ ବୃଦ୍ଧି ହୋଇଛି। କେରଳ ଏବଂ ମହାରାଷ୍ଟ୍ରରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ନଜରରେ ରଖି ପୁଣିଥରେ ରାଜ୍ୟରେ କଟକଣା ମଧ୍ୟ ଫେରିଛି। କରୋନା ରିପୋର୍ଟକୁ ଦେଖିଲେ ଗତ ସପ୍ତାହ ତୁଳନାରେ ଦେଶରେ ୪୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢ଼ୁଥିବା ୫ ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ କରାଇଛନ୍ତି।

Advertisment

ଏହି ରାଜ୍ୟଗୁଡିକ ହେଉଛି ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର। ମହାରାଷ୍ଟ୍ରରେ ଗତ ମେ' ୩୦ ତାରିଖ ଠାରୁ ସଂକ୍ରମଣ ଲଗାତାର ଭାବେ ବଢିଚାଲିଛି। ଲଗାତର ଏଠି ଗତ ୫ ଦିନ ଭିତରେ ଏକ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏଠାରେ ପୁଣି ଥରେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି।

ସେହିପରି କେରଳରେ ଦୈନିକ ସଂକ୍ରମଣ ହାର ୯୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଠାରେ ମୃତ୍ୟୁ ହାର ବହୁତ କମ୍‌ ରହିଛି। ସେପଟେ କର୍ଣ୍ଣାଟକରେ ମଧ୍ୟ ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି। ଏଥିଲାଗି ସୁରକ୍ଷା ଦୃଷ୍ଟିରୁ ରାଜଧାନୀ ବେଙ୍ଗାଲୁରୁରେ ପୁଣିଥରେ କଟକଣା ଜାରି କରାଯାଇଛି। ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧାବା ବାଧ୍ୟତାମୂଳକ କରାଯାଇଛି।

Advertisment

ଦେଶରେ ମେ' ଶେଷ ସପ୍ତାହରେ ୧୬ ହଜାର ସଂକ୍ରମିତ ଥିଲେ ଯାହା ଏବେ ୨୫ ହଜାରକୁ ଟପି ଯାଇଛି। ଭାରତରେ ଲଗାତାର ଭାବେ ସଂକ୍ରମଣ ହାର ୪ ହଜାର ଉପରେ ଥିବା ଦେଖିବାକୁ ମିଳୁଛି। ଦେଶରେ ମୋଟ ୨୫ ହଜାର ୭୮୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭୪୧ଟି କରୋନାର ନୂଆ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଏହା ୧୭% କମ୍‌ ଥିବା ରେକର୍ଡ କରାଯାଇଛି।

New Coronavirus Strain Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe