Advertisment

ମାଡ଼ିଆସୁଛି 'ମ୍ୟୁ', ବଢ଼ିଲା ଟେନ୍‌ସନ୍‌

ନୂଆଦିଲ୍ଲୀ: ପୁଣି ରୂପ ବଦଳାଇଲା ମହାମାରୀ। ସାମ୍ନାକୁ ଆସିଲା ଭୂତାଣୁର ନୂଆ ଭାରିଆଣ୍ଟ। ନୂଆ ରୂପରେ ପୁଣି ଆତଙ୍କ ସୃଷ୍ଟି କଲା କରୋନା। ଡେଲ୍ଟା, ଡେଲ୍ଟା ପ୍ଲସ, ଆଲ୍ଫା, ବିଟା, ଲାମ୍ବଡା, ଗାମା ପରେ ଏବେ ଆସିଛି ବି-୧.୬୨୧। ଏହାକୁ ଏମ୍‌ୟୁ ବା ‘ମ୍ୟୁ’ ବୋଲି ମଧ୍ୟ କୁହାଯାଉଛି। ଏହାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର କହିବା ମୁତାବକ ଏହି ନୂଆ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ନୂଆ […]

ଅଦ୍ୟତନ ହୋଇଛି
ମାଡ଼ିଆସୁଛି 'ମ୍ୟୁ', ବଢ଼ିଲା ଟେନ୍‌ସନ୍‌

Covid19 New variant

Advertisment

ନୂଆଦିଲ୍ଲୀ: ପୁଣି ରୂପ ବଦଳାଇଲା ମହାମାରୀ। ସାମ୍ନାକୁ ଆସିଲା ଭୂତାଣୁର ନୂଆ ଭାରିଆଣ୍ଟ। ନୂଆ ରୂପରେ ପୁଣି ଆତଙ୍କ ସୃଷ୍ଟି କଲା କରୋନା। ଡେଲ୍ଟା, ଡେଲ୍ଟା ପ୍ଲସ, ଆଲ୍ଫା, ବିଟା, ଲାମ୍ବଡା, ଗାମା ପରେ ଏବେ ଆସିଛି ବି-୧.୬୨୧। ଏହାକୁ ଏମ୍‌ୟୁ ବା 'ମ୍ୟୁ' ବୋଲି ମଧ୍ୟ କୁହାଯାଉଛି। ଏହାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢ଼ିଛି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର କହିବା ମୁତାବକ ଏହି ନୂଆ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ନୂଆ ଭାରିଆଣ୍ଟ ବାବଦରେ ଅଧିକ ଗବେଷଣା ଜାରି ରହିଛି । ଚଳିତବର୍ଷ ଜାନିଆରୀରେ 'ମ୍ୟୁ' ବିଷୟରେ ଜଣାପଡିଥିଲା। ଏହି ଭାରିଆଣ୍ଟ ସହ ଜଡିତ ୪୦ ହଜାରରୁ ଅଧିକ ମାମଲା ସାମ୍ନକୁ ଆସିଛି। ଏହା ଅଧିକ କ୍ଷୀପ୍ର ଗତିରେ ବ୍ୟାପୁଛି । ଫଳରେ ପୁଣି ଥରେ ଆଉ ଏକ ଲହର ଆସିବା ନେଇ ସମ୍ଭାବନା ବଢିଛି।

ହୁ'ର କହିବା ମୁତାବକ, ନୂଆ ଭାରିଆଣ୍ଟ 'ମ୍ୟୁ' ଟିକାର ପ୍ରଭାବକୁ ଅକାମି କରିଦେଇପାରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି । ଯାହା ଡେଲ୍‌ଟା ଭାରିଆଣ୍ଟଠୁ ଘାତକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ସାର୍ସ-କୋଭିଡ-୨ ଭାଇରସ ଅନେକ ଥର ମ୍ୟୁଟେସନ ହୋଇଛି । କିଛି ମ୍ୟୁଟାଣ୍ଟର ପ୍ରଭାବ କମ୍ ଥିବା ବେଳେ ଆଉ କିଛି ଅଧିକ ଘାତକ। କରୋନାର ଆଲଫା ଭାରିଆଣ୍ଟ ୧୯୩ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଡେଲଟା ଭାରିଆଣ୍ଟ ୧୭୦ ଦେଶରେ ବିଭୀଷିକା ସୃଷ୍ଟି କରିଛି। କରୋନାର ଏହି ନୂଆ ଭାରିଆଣ୍ଟକୁ ହୁ' 'ଭାରିଆଣ୍ଟ ଅଫ୍‌ ଇଣ୍ଟରେଷ୍ଟ' ମାନ୍ୟତା ଦେଇଛି।

Advertisment

ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୨୧ରେ ମ୍ୟୁ' ଭାରିଆଣ୍ଟ କଲମ୍ବିଆରେ ପ୍ରଥମେ ଚିହ୍ନଟ ହୋଇଥିଲା। ଦେଖୁ ଦେଖୁ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା ଏବଂ ୟୁରୋପର କିଛି ସ୍ଥାନରେ ମଧ୍ୟ ବ୍ୟାପି ଗଲାଣି। ଡେଲ୍ଟା ଭାରିଆଣ୍ଟ ସହ ମ୍ୟୁ ଭାରିଆଣ୍ଟ ଉପରେ ଗବେଷଣା ଚାଲିଛି। ବର୍ତ୍ତମାନ ଡେଲ୍ଟା ବ୍ୟତୀତ ଆଲ୍ଫା, ବିଟା, ଗାମାକୁ 'ଭାରିଆଣ୍ଟ ଅଫ୍‌ କଂସର୍ଣ୍ଣ' ମାନ୍ୟତା ଦିଆଯାଇଛି।

ମ୍ୟୁ' ସମେତ ଇଓଟା, କାପା, ଏବଂ ଲାମ୍ବଡାକୁ 'ଭାରିଆଣ୍ଟ ଅଫ୍‌ ଇଣ୍ଟରେଷ୍ଟ' ମାନ୍ୟତା ଦିଆଯାଇଛି। ବର୍ତ୍ତମାନ 'ମ୍ୟୁ' ଭାରିଆଣ୍ଟ ଅଧିକ ସଂକ୍ରାମକ ହେଉଛି ନା ନାହିଁ ସେ ନେଇ କୌଣସି ସୂଚନା ନାହିଁ। ଏହାର ଏକ ପ୍ରମୁଖ ମ୍ୟୁଟେସନ୍‌ E-୪୮୪K ରହିଛି, ଯାହା ବିଟା ଏବଂ ଗାମା ଭାରିଆଣ୍ଟ ଭଳି ଆଣ୍ଟିବଡି ସହ ଲଢ଼ିବାରେ ସହାଯ୍ୟ କରେ। କିନ୍ତୁ N୫୦୧Y ମ୍ୟୁଟେସନ ଏହାକୁ ଅଧିକ ସଂକ୍ରାମକ କରିଦିଏ ବୋଲି WHO ସୂଚନା ଦେଇଛି।

New Coronavirus Strain Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe