ଭାରତର ଭୂତାଣୁ ନାଁ ‘ଡେଲ୍‌ଟା’

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍‌ଟା ଭାରିଏଣ୍ଟ’ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ ଷ୍ଟ୍ରେନ୍‌ର ନାମକରଣ କରିଛି । ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଏଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ। ଏବେ ହୁ’ ଏହାର ନାମ ‘ଡେଲଟା’ ରଖିଛି । କରୋନ ପାଇଁ ଦାୟୀ […]

covid-19

Madhupriya Mistry
  • Published: Tuesday, 01 June 2021
  • , Updated: 01 June 2021, 04:35 PM IST

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍‌ଟା ଭାରିଏଣ୍ଟ’ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ ଷ୍ଟ୍ରେନ୍‌ର ନାମକରଣ କରିଛି ।

ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଏଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ। ଏବେ ହୁ’ ଏହାର ନାମ ‘ଡେଲଟା’ ରଖିଛି ।

କରୋନ ପାଇଁ ଦାୟୀ ହୋଇଥିବା ଭାଇରସର ନାମକରଣ ଗ୍ରୀକ ଅଲଫାବେଟର ବ୍ୟବହାର କରାଯାଇ ନାମିତ ହୋଇଛି । ବ୍ୟାପକ ପରାମର୍ଶ ଏବଂ ତର୍ଜମା ପରେ ଏହି ନାମ ସ୍ଥିର କରାଯାଇଛି । ଏଥିପାଇଁ ହୁ’ ସମଗ୍ର ବିଶ୍ୱରେ ବିଶେଷଜ୍ଞ ଗୋଷ୍ଠୀଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଏହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ ‘କାପା’ ରଖାଯାଇଛି । ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ‘ବିଟା’ ଓ ବ୍ରାଜିଲ ଷ୍ଟ୍ରେନର ନାଁ ‘ଗାମା’ ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଏଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ନାମକରଣ ପ୍ରଣାଳୀରେ ବିଶେଷଜ୍ଞ, ଏବଂ ଅଣ-ଆଣବିକ, ଜୀବାଣୁ ଟକ୍ସୋନୋମିକ୍ ବିଶେଷଜ୍ଞ, ରାଷ୍ଟ୍ରୀୟ ପ୍ରାଧିକରଣ ସାମିଲ ହୋଇଥିଲେ। 

Related story