Advertisment

କିଏ ଗଢ଼ିବ ସରକାର? ଆଉ କିଛି ସମୟରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଶେଷ ହୋଇଥିବା ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳ ୮ଟାରୁ ଇଭିଏମ ଖୋଲିବା ସହ ଭୋଟ ଗଣତି ଆରମ୍ଭ ହେବ। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପୁଡୁଚେରୀରେ କିଏ ବାଜିମାତ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଥିଲା। ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା […]

ଆରମ୍ଭ ହେଲା ଭୋଟ ଗଣତି: କେଉଁ ଦଳ କେଉଁଠି ଆଗରେ ରହିଛି

Election

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଶେଷ ହୋଇଥିବା ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳ ୮ଟାରୁ ଇଭିଏମ ଖୋଲିବା ସହ ଭୋଟ ଗଣତି ଆରମ୍ଭ ହେବ। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପୁଡୁଚେରୀରେ କିଏ ବାଜିମାତ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଥିଲା। ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ସରକାର ଗଠନ କରିବେ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି। ସେହିପରି ଆଉ କିଛି ସଂସ୍ଥା ବିଜେପି ସପକ୍ଷରେ ଜନମତ ଯିବ ବୋଲି ପୂର୍ବାନୁମାନ କରିଛନ୍ତି।

ତାମିଲନାଡୁ କଥା ଦେଖିଲେ ଏମକେ ଷ୍ଟାଲିନଙ୍କ ଡିଏମକେ ଏଥର କ୍ଷମତାକୁ ଫେରିବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି। ଯଦି ଏହା ସତ ହେଲା, ତା’ହେଲେ ଦିବଗଂତ ନେତା ଜୟଲଳିତାଙ୍କ ଏମଆଇଏଡିଏମକେ ଗାଦିଚ୍ୟୁତ ହେବ। କେରଳରେ ଏଲଡିଏଫ ପୁଣି ସରକାର ଗଠନ କରିବ ଓ ଆସାମରେ ବିଜେପି କ୍ଷମତା ବଜାୟୀ ରଖିବ ବୋଲି ଏକଜିଟ ପୋଲରୁ ଏକ ପ୍ରକାରର ସ୍ପଷ୍ଟ ହୋଇଛି। ପୁଡୁଚେରୀରେ କଂଗ୍ରେସକୁ ଶକ୍ତ ଝଟକା ଲାଗିପାରେ। କାରଣ ଏଠାରେ ବିଜେପି ମେଣ୍ଟ କ୍ଷମତା ଦଖଲ କରିବ ବୋଲି ଏକଜିଟ୍‌ ପୋଲରେ କୁହାଯାଇଛି।

Advertisment

ପଶ୍ଚିମବଙ୍ଗ ବିଧାନସଭାର ଆସନ ସଂଖ୍ୟା ୨୯୪ ହୋଇଥିବା ବେଳେ ୨ଟି ଆସନରେ ଭୋଟିଂ ସ୍ଥଗିତ ରଖାଯାଇଛି। ଏହାର ଅର୍ଥ ଆଜି ୨୯୨ଟି ଆସନ ପାଇଁ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ସେହିପରି ତାମିଲନାଡୁ ବିଧାନସଭାର ଆସନ ସଂଖ୍ୟା ୨୩୪, ଆସାମର ୧୨୬, କେରଳ ୧୪୦ ଓ ପୁଡୁଚେରୀ ବିଧାନସଭା ଆସନ ସଂଖ୍ୟା ହେଉଛି ୩୦।

West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe