Advertisment

ଏଲୋପାଥି ଚିକିତ୍ସା ଉପରେ ରାମଦେବ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସାକୁ କଟୂଭାଷାରେ ସମାଲୋଚନା କରିଥିଲେ। ଏହାକୁ ନେଇ ଆପତ୍ତି ଉଠାଇଥିଲା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ତୁରନ୍ତ ସରକାର ରାମଦେବଙ୍କୁ ଗିରଫ କରିବା ଦରକାର ବୋଲି ଆଇଏମଏ ଦାବି କରିଥିଲା। ଏହାପରେ ଯୋଗଗୁରୁ ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ବଢୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ହସ୍ତକ୍ଷେପ କରିଛନ୍ତି। ସେ କହିଛନ୍ତି ରାମଦେବଙ୍କ ଏପରି ମନ୍ତବ୍ୟ କରୋନା ବେଳେ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଅପମାନ ଜନକ। ଏପରି […]

ଅଦ୍ୟତନ ହୋଇଛି
କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

harshwardhan

Advertisment

ନୂଆଦିଲ୍ଲୀ: ନିକଟରେ ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସାକୁ କଟୂଭାଷାରେ ସମାଲୋଚନା କରିଥିଲେ। ଏହାକୁ ନେଇ ଆପତ୍ତି ଉଠାଇଥିଲା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ତୁରନ୍ତ ସରକାର ରାମଦେବଙ୍କୁ ଗିରଫ କରିବା ଦରକାର ବୋଲି ଆଇଏମଏ ଦାବି କରିଥିଲା। ଏହାପରେ ଯୋଗଗୁରୁ ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ବଢୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ହସ୍ତକ୍ଷେପ କରିଛନ୍ତି। ସେ କହିଛନ୍ତି ରାମଦେବଙ୍କ ଏପରି ମନ୍ତବ୍ୟ କରୋନା ବେଳେ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଅପମାନ ଜନକ। ଏପରି ଭାଷା କେବେ ଗ୍ରହଣୀୟ ନୁହେଁ। ରାମଦେବ ନିଜ ମତକୁ ନେଇ ପଶ୍ଚାତାପ କରିବା ଦରକାର। ଏପରି ମନ୍ତବ୍ୟ ଦେଶବାସୀଙ୍କ ଭାବନ ପ୍ରତି କୁଠାରଘାତ ବୋଲି ସେ କହିଛନ୍ତି।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବାଏକ ଭିଡିରେ ରାମଦେବ ଏଲୋପାଥି ଚିକିତ୍ସା ବିରୋଧରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲା ଯେ ମହାମାରୀ ଆକ୍ଟ ଅନୁଯାୟୀ ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର। ରାମଦେବ ତାଙ୍କ ବିବୃତ୍ତିରେ କହିଥିଲେ ଯେ 'ଏଲୋପାଥି ଔଷଧ ଖାଇବା କାରଣରୁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି।

https://twitter.com/drharshvardhan/status/1396451287328202756?s=20

ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। କରୋନା ବିରୋଧରେ ଭାରତ ସମେତ ସାରା ବିଶ୍ୱର ବହୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ନିଜ ଜୀବନ ବଳିଦାନ ଦେଇ ସାରିଛନ୍ତି। ତେଣୁ କରୋନା ଚିକିତ୍ସାରେ ଏଲୋପାଥି ଚିକିତ୍ସାକୁ 'ତମାଶା', 'ବେକାର' କହିବା ଦୁର୍ଭାଗ୍ୟଜନକ। ଲକ୍ଷ ଲକ୍ଷ ଲୋକ ଏଲୋପାଥିକ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ଏଥିପାଇଁ ଏଲୋପାଥି ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ରହିଛି।

Advertisment

ଚିଠିର ସ୍ୱାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଏଭଳି ଆପତ୍ତିଜନକ ଏବଂ ଦୁର୍ଭାଗ୍ୟଜନକ ମନ୍ତବ୍ୟକୁ ନେଇ ରାମଦେବା ପଶ୍ଚାତାପ କରିବା ଦରକାର ନହେଲେ ଏହା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଅପମାନ ହେବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe