Advertisment

ପ୍ରେମ ବ୍ୟାପାର ପାଇଁ ବ୍ୟବସାୟୀଙ୍କୁ ମାରିଦେଲେ ଦମ୍ପତି, ସନ୍ଦେହରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ: ଜଣେ ପାନ ମସଲା ବ୍ୟବସାୟୀଙ୍କୁ ୩ ଦିନ କାଳ ପଣବନ୍ଦୀ କରି ନିର୍ଯାତନା ଦେବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ବ୍ୟବସାୟୀଙ୍କ ଘର ପାଖରେ ରହୁଥିବା ଜଣେ ଚିହ୍ନା ଯୁବକ ଓ ତାଙ୍କ ପତ୍ନୀ ହିଁ ଏପରି ଜଘନ୍ୟକାଣ୍ଡ ଘଟାଇଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀଙ୍କ ପତ୍ନୀଙ୍କ ସାମ୍ନାରେ ସବୁ କିଛି ଘଟିଥିଲେ ମଧ୍ୟ ସେ କେବଳ ନୀରବତା ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରେମ ବ୍ୟାପାର ଓ ଋଣ ପାଇଁ ବେଙ୍ଗାଲୁରୁରେ […]

ପ୍ରେମ ବ୍ୟାପାର ପାଇଁ ବ୍ୟବସାୟୀଙ୍କୁ ମାରିଦେଲେ ଦମ୍ପତି, ସନ୍ଦେହରେ ପତ୍ନୀଙ୍କ ଭୂମିକା

prajapati

Advertisment

ବେଙ୍ଗାଲୁରୁ: ଜଣେ ପାନ ମସଲା ବ୍ୟବସାୟୀଙ୍କୁ ୩ ଦିନ କାଳ ପଣବନ୍ଦୀ କରି ନିର୍ଯାତନା ଦେବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ବ୍ୟବସାୟୀଙ୍କ ଘର ପାଖରେ ରହୁଥିବା ଜଣେ ଚିହ୍ନା ଯୁବକ ଓ ତାଙ୍କ ପତ୍ନୀ ହିଁ ଏପରି ଜଘନ୍ୟକାଣ୍ଡ ଘଟାଇଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀଙ୍କ ପତ୍ନୀଙ୍କ ସାମ୍ନାରେ ସବୁ କିଛି ଘଟିଥିଲେ ମଧ୍ୟ ସେ କେବଳ ନୀରବତା ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ପ୍ରେମ ବ୍ୟାପାର ଓ ଋଣ ପାଇଁ ବେଙ୍ଗାଲୁରୁରେ ଏପରି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି। ଗତ ସପ୍ତାହରେ ବେଲଥୁରରେ ଥିବା ଗୋଟିଏ ଡ୍ରେନ ନିକଟରୁ ମୃତଦେହ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଜୁଲାଇ ୫ ତାରିଖରେ ବେଲଥୁରର ଗୋଟିଏ ଡ୍ରେନ ନିକଟରୁ ପୁଲିସ୍‌ ୪୮ ବର୍ଷୀୟ ପାନ ମସଲା ବ୍ୟବସାୟୀ ଓମନାଥ ସିଂହଙ୍କ ମୃତଦେହକୁ ଜବତ କରିଥିଲା।

ସେ ଆୟାପ୍ପା ସ୍ୱାମୀ ମନ୍ଦିର ନିକଟରେ ଥିବା ରାଜେନ୍ଦ୍ର ବିଲଡିଂରେ ରହୁଥିଲେ। ତାଙ୍କ ଘର ବିହାରରେ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳରେ ପାନ ମସଲା ବ୍ୟବସାୟୀ କରି ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗାରମେଣ୍ଟ ବ୍ୟବସାୟୀ ବିଶାଲ ପ୍ରଜାପତି ଓ ତାଙ୍କ ପତ୍ନୀ ରୁବି ପ୍ରଜାପତି। ପୁଲିସ ଏହି ଦୁଇ ଜଣଙ୍କ ବ୍ୟତୀତ ଓମନାଥଙ୍କ ପତ୍ନୀ ଗୁଞ୍ଜଦେବୀଙ୍କୁ ମଧ୍ୟ ଗିରଫ କରିଛି।

Advertisment

ରାଜେନ୍ଦ୍ର ବିଲଡିଂର ଦୁଇଟି ରୁମରେ ବିଶାଲ ଓ ଓମନାଥ ସିଂହ ପରିବାର ଲୋକଙ୍କ ସହ ରହୁଥିଲେ। ପୂର୍ବରୁ ଏମାନେ ଏକାଠି ଗୁଜରାଟରେ ମଧ୍ୟ କାମ କରୁଥିଲେ। ସେମାନେ ପରସ୍ପରକୁ ଭଲ ଭାବେ ଜାଣିଥିଲେ। ପୁଲିସ କହିଛି ଯେ ଅଭିଯୁକ୍ତମାନେ ଓମନାଥଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଗୋଟିଏ ଅଖାରେ ଭର୍ତ୍ତି କରିଥିଲେ। ଏହାପରେ ଏହାକୁ ଗୋଟିଏ ଡ୍ରେନରେ ଫୋପାଡ଼ି ଦେଇଥିଲେ।

ଦୁଇ ଦିନ ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକମାନେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପ୍ରାଥମିକ ଅବସ୍ଥାରେ କାଡୁଗୋଡି ପୁଲିସ୍‌ ଅଜଣା ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଭଳି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ର ସ୍ୱତନ୍ତ୍ର ଟିମ ତଦନ୍ତ କରୁଥିବା ବେଳେ ମୃତଦେହ ମିଳିବାର କିଛି ଦିନ ପୂର୍ବରୁ ରାଜେନ୍ଦ୍ର ବିଲଡିଂରେ ରହୁଥିବା ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଫେରାର ହୋଇ ଯାଇଥିବା ଖବର ପାଇଥିଲା। ଏହି ତଥ୍ୟକୁ ଆଧାର କରି ପୁଲିସ୍ ମେଙ୍ଗାଲୁରୁରୁ ସମସ୍ତଙ୍କୁ ଗିରଫ କରିବା ସହ ପୂରା ଘଟଣା ଉପରୁ ପରାଦା ହଟାଇଛି।

ପ୍ରଜାପତି ଦମ୍ପତି ପୁଲିସକୁ କହିଛି ଯେ ଓମନାଥ ସିଂହ ଓ ରୁବିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏହି ସମ୍ପର୍କକୁ ଆଧାର କରି ସେ ଅନେକ ସମୟରେ ରୁବିଙ୍କୁ ହଇରାଣ କରୁଥିଲେ। ସେହିପରି ବିଶାଲ ବନ୍ଧୁ ହିସାବରେ ଓମନାଥଙ୍କୁ କିଛି ଟଙ୍କା ଧାର ଦେଇଥିଲେ। ହେଲେ ସେ ଏହାକୁ ଫେରାଇ ନଥିଲେ। ପତ୍ନୀଙ୍କ ସହ ଓମନାଥଙ୍କ ପ୍ରେମ ବ୍ୟାପାର କଥା ଶୁଣି ବିଶାଲ ଆହୁରି ରାଗି ଯାଇଥିଲେ। ଏହାର ପ୍ରତିଶୋଧ ନେବାକୁ ସେ ହତ୍ୟା ଘଟଣାର ୩ ଦିନ ଆଗରୁ ଓମନାଥଙ୍କୁ ନିଜ ଘରେ ତାଲା ପକାଇ ରଖିଥିଲେ।

ଏଥିସହ ତାଙ୍କୁ ବେଲ୍ଟରେ ମାଡ଼ ମଧ୍ୟ ମାରିଥିଲେ। ଜୁଲାଇ ୩ ତାରିଖରେ ବିଶାଲ ଓ ରୁବି ମିଳିତ ଭାବେ ଓମନାଥଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ବିଶାଲ ମୃତଦେହକୁ ଅଖାରେ ଭର୍ତ୍ତି କରି ତାଙ୍କ ଘର ଠାରୁ ୧୫୦ ମିଟର ଦୂରରେ ଥିବା ଗୋଟିଏ ଟ୍ରେନରେ ଫୋପାଡ଼ି ଦେଇଥିଲେ। ଓମନାଥଙ୍କ ପତ୍ନୀ ପୂରା ଘଟଣା ବିଷୟରେ ଜାଣିଥିଲେ ମଧ୍ୟ ପୁଲିସକୁ କିଛି ବି କହି ନଥିଲେ। ସେହିପରି ସେ ବିଶାଲ ଓ ରୁବିଙ୍କ ସହ ମେଙ୍ଗାଲୁରୁ ଚାଲି ଯାଇଥିଲେ। ଏବେ ପୁଲିସ୍‌ କାହିଁକି ଓମନାଥଙ୍କ ପତ୍ନୀ ହତ୍ୟାକାରୀ ଦମ୍ପତିଙ୍କ ସାଥ ଦେଇଥିଲେ, ତା’ର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe