Advertisment

କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦରେ ସର୍ଭେ, ଜାଣନ୍ତୁ କାରଣ

ବାରାଣସୀ: କୋର୍ଟ ନିଯୁକ୍ତ ଅଧିକାରୀ ଓ ଆଇନଜୀବୀଙ୍କୁ ନେଇ ଗଠିତ ଟିମ୍‌ ବାରାଣସୀରେ ଥିବା ଗୋଟିଏ ମସଜିଦରେ ଶୁକ୍ରବାର ସର୍ଭେ କରିଛନ୍ତି। ମସଜିଦ ପଛ ପଟେ ଥିବା ଥିବା ହିନ୍ଦୁ ଧର୍ମପୀଠକୁ ଖୋଲିବା ଦାବି କୋର୍ଟରେ ପହଞ୍ଚିବା ପରେ ଏପରି ପଦକ୍ଷେପ ନିଆଯାଇଛି। ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଏହି ଜ୍ଞାନବ୍ୟାପୀ ମସଜିଦଟି ରହିଛି। ଶୁକ୍ରବାର ଭଳି ଆଜି ମଧ୍ୟ ଏଠାରେ ଯାଞ୍ଚ ଓ ଭିଡିଓଗ୍ରାଫି କରାଯିବ। ଶୁକ୍ରବାର ସମୂହ ନମାଜ ପାଠ ପରେ […]

କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦରେ ସର୍ଭେ, ଜାଣନ୍ତୁ କାରଣ

masjid

Advertisment

ବାରାଣସୀ: କୋର୍ଟ ନିଯୁକ୍ତ ଅଧିକାରୀ ଓ ଆଇନଜୀବୀଙ୍କୁ ନେଇ ଗଠିତ ଟିମ୍‌ ବାରାଣସୀରେ ଥିବା ଗୋଟିଏ ମସଜିଦରେ ଶୁକ୍ରବାର ସର୍ଭେ କରିଛନ୍ତି। ମସଜିଦ ପଛ ପଟେ ଥିବା ଥିବା ହିନ୍ଦୁ ଧର୍ମପୀଠକୁ ଖୋଲିବା ଦାବି କୋର୍ଟରେ ପହଞ୍ଚିବା ପରେ ଏପରି ପଦକ୍ଷେପ ନିଆଯାଇଛି।

Advertisment

ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଏହି ଜ୍ଞାନବ୍ୟାପୀ ମସଜିଦଟି ରହିଛି। ଶୁକ୍ରବାର ଭଳି ଆଜି ମଧ୍ୟ ଏଠାରେ ଯାଞ୍ଚ ଓ ଭିଡିଓଗ୍ରାଫି କରାଯିବ। ଶୁକ୍ରବାର ସମୂହ ନମାଜ ପାଠ ପରେ ହିଁ ମସଜିଦରେ ସର୍ଭେ ଟିମ୍‌ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ମସଜିଦ ବାହାରେ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସଂଖ୍ୟକ ପୁଲିସ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା।

ଗତବର୍ଷ ୫ ଜଣ ମହିଳା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ମସଜିଦର ପଶ୍ଚିମ କାନ୍ଥର ପଛ ପଟେ ଥିବା ମା’ ଶ୍ରୀଗଙ୍ଗା ଗୌରୀଙ୍କ ଦର୍ଶନ ପାଇଁ କଟକଣା ମୁକ୍ତ ଓ ସବୁ ସମୟରେ ଯାତାୟାତ ସୁବିଧା ପ୍ରଦାନ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ବର୍ଷକୁ ଗୋଟିଏ ଥର ଉକ୍ତ ଧର୍ମପୀଠକୁ ଦର୍ଶନ ଓ ପୂଜାପାଠ ପାଇଁ ଖୋଲା ଯାଉଛି।

Advertisment

ଆବେଦନକାରୀ ମହିଳାମାନେ ପୁରୁଣା ମନ୍ଦିର ଭିତରେ ଥିବା ଅନ୍ୟ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବାକୁ ମଧ୍ୟ ଅନୁମତି ଦେବାକୁ କୋର୍ଟରେ ନିବେଦନ କରିଛନ୍ତି। ଏହାପରେ କୋର୍ଟ ପ୍ରଶାସନିକ ଅଧିକାରୀଙ୍କୁ ଉକ୍ତ ସାଇଟ୍‌ର ଯାଞ୍ଚ ଓ ଭିଡିଓ ଗ୍ରାଫି କରି ମେ’ ୧୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଅନ୍ୟପକ୍ଷରେ ଜ୍ଞାନବ୍ୟାପୀ ମସଜିଦର କେୟାର ଟେକର କମିଟି ଓ ଆଇନଜୀବୀ ମସଜିଦ ମଧ୍ୟରେ ଭିଡିଓଗ୍ରାଫିକୁ ବିରୋଧ କରିଛନ୍ତି। କୋର୍ଟ ଅର୍ଡରରେ ଭିଡିଓଗ୍ରାଫି ପାଇଁ କୁହାଯାଇ ନଥିବା ସେମାନେ କହିଛନ୍ତି। ହେଲେ ଯାଞ୍ଚରେ ସାମିଲ ଥିବା ଓକିଲମାନେ ଭିଡିଓଗ୍ରାଫି ପାଇଁ କୋର୍ଟ କହିଥିବା ସୂଚନା ଦେଇଛନ୍ତି। ଏହାକୁ ନେଇ ଏବେ ବିବାଦ ଦେଖାଯାଇଛି।

ସ୍ଥାନୀୟ କୋର୍ଟ ଜଣେ ଆଇନଜୀବୀଙ୍କୁ କମିଶନର ଭାବେ ନିଯୁକ୍ତି ଦେଇଥିବାରୁ ଏହାକୁ ବିରୋଧ କରି ଜ୍ଞାନବ୍ୟାପୀ ମସଜିଦର କେୟାର ଟେକର ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ମାର୍ଚ୍ଚ ମାସରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଏହାପରେ ହିଁ ଗତକାଲି ସର୍ଭେ ହୋଇଛି ଓ ଆଜି ମଧ୍ୟ ଆଉଥରେ ଯାଞ୍ଚ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe