Advertisment

ଦୋଷମୁକ୍ତ ହେଲେ ଅଖିଲ ଗୋଗୋଇ, ୟୁଏପିଏ ବଳରେ ହୋଇଥିଲେ ଗିରଫ

ଗୌହାଟୀ: ନାଗରିକ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଘଟିଥିବା ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଖିଲ ଗୋଗୋଇ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଅଖିଲ ଓ ତାଙ୍କର ୩ ସହଯୋଗୀଙ୍କୁ ୨୦୧୯ ଡିସେମ୍ବର ମାସରେ ୟୁଏପିଏ ବଳରେ ଗିରଫ କରାଯାଇଥିଲା। ତେବେ ଜେଲରେ ଥିବା ବେଳେ ସେ ଆସାମ ନିର୍ବାଚନ ଲଢ଼ିଥିଲେ ଓ ଶିବସାଗର ବିଧାନସଭାରୁ ନିର୍ବାଚିତ ମଧ୍ୟ ହୋଇଥିଲେ। ଆଜି ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କ ନାଁରେ ୟୁଏପିଏ ବଳରେ ରୁଜୁ […]

ଅଦ୍ୟତନ ହୋଇଛି
ଦୋଷମୁକ୍ତ ହେଲେ ଅଖିଲ ଗୋଗୋଇ, ୟୁଏପିଏ ବଳରେ ହୋଇଥିଲେ ଗିରଫ

Akhil-Gogoei

Advertisment

ଗୌହାଟୀ: ନାଗରିକ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଘଟିଥିବା ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଖିଲ ଗୋଗୋଇ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଅଖିଲ ଓ ତାଙ୍କର ୩ ସହଯୋଗୀଙ୍କୁ ୨୦୧୯ ଡିସେମ୍ବର ମାସରେ ୟୁଏପିଏ ବଳରେ ଗିରଫ କରାଯାଇଥିଲା।

Advertisment

ତେବେ ଜେଲରେ ଥିବା ବେଳେ ସେ ଆସାମ ନିର୍ବାଚନ ଲଢ଼ିଥିଲେ ଓ ଶିବସାଗର ବିଧାନସଭାରୁ ନିର୍ବାଚିତ ମଧ୍ୟ ହୋଇଥିଲେ ଆଜି ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କ ନାଁରେ ୟୁଏପିଏ ବଳରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରି କରିଦେଇଛନ୍ତି।

କୋର୍ଟ ସବୁଜ ସଙ୍କେତ ଦେଇଥିବାରୁ ଗୋଗୋଇ ଏବେ ଜେଲରୁ ବାହାରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଅଖିଲ ଗୋଗୋଇ ଓ ତାଙ୍କ ସହଯୋଗୀଙ୍କ ନାଁରେ ୟୁଏପିଏ ବଳରେ ଦୁଇଟି ମାମଲା ହୋଇଥିଲା। ହିଂସାକାଣ୍ଡ ପାଇଁ ଷଡ଼ଯନ୍ତ୍ର, ମାଓବାଦୀ ଲିଙ୍କ ଓ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ସେମାନଙ୍କ ନାଁରେ ଲାଗିଥିଲା। ଏନଆଇଏ କୋର୍ଟ ପ୍ରଥମେ ଜୁନ୍‌ ୨୨ରେ ସମସ୍ତଙ୍କ ବିରୋଧରେ ରୁଜୁ ପ୍ରଥମ ମାମଲା ରଦ୍ଦ କରିଥିଲେ। ଏବେ ପ୍ରମାଣ ଅଭାବରୁ ଦ୍ୱିତୀୟ ମାମଲା ମଧ୍ୟ ରଦ୍ଦ କରାଯାଇଛି।

Advertisment

ଅଖିଲ ଗୋଗୋଇ, ଧଇରଜୟ କୋନୱର, ମାନସ କୋନୱର ଓ ବିଟୁ ସୋନୱାଲଙ୍କ ସମ୍ପର୍କ ମାଓବାଦୀଙ୍କ ସହ ଥିବା ଅଭିଯୋଗ ହୋଇଥିଲା। ଚାଣ୍ଡମାରି କେସ୍‌ରେ ଏମାନଙ୍କ ନାଁ ଯୋଡ଼ା ଯାଇଥିଲା। ହେଲେ ଏନଆଇଏର ସ୍ୱତନ୍ତ୍ର ବିଚାରପତି ପ୍ରଞ୍ଜଲ ଦାସ ଏ ସମ୍ପର୍କରେ ଚାର୍ଜଫ୍ରେମ କରିବାକୁ କୌଣସି ପ୍ରମାଣ ପାଇ ନାହାନ୍ତି।

ଏନଆଇଏ ତଦନ୍ତ କରି ଅଖିଲ ଗୋଗୋଇ ଓ ତାଙ୍କର ୩ ସହଯୋଗୀଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା କରିଥିଲା। ହେଲେ ଶୁଣାଣି ବେଳେ ଏନଆଇଏ କୌଣସି ସନ୍ତୋଷଜନକ ପ୍ରମାଣ ଦାଖଲ କରିପାରି ନାହିଁ। ଏହି କାରଣରୁ କୋର୍ଟ ଗୋଗୋଇ ଓ ତାଙ୍କ ସହଯୋଗୀମାନଙ୍କୁ ଦୋଷମୁକ୍ତ କରିଛନ୍ତି।

କୋର୍ଟ ଦୋଷମୁକ୍ତ କରିଥିବାରୁ ଗୋଗୋଇ ଆଜି କିମ୍ବା ଆସନ୍ତାକାଲି ଜେଲରୁ ଖଲାସ ହେବ। ତାଙ୍କର ୩ ସହଯୋଗୀ ପୂର୍ବରୁ ହିଁ ଜାମିନରେ ଅଛନ୍ତି।

Akhil Gogoi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe