Advertisment

ଦୁଷ୍କର୍ମ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜଣେ ଆଇନ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱାମୀ ଚିନ୍ମୟାନନ୍ଦ ଛନ୍ଦି ହୋଇ ଥିବା ବେଳେ ତାଙ୍କୁ ଗିରଫ କରିବା ଲାଗି ଶାହାଜାନପୁରସ୍ଥିତ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟ ନିର୍ଦେଶ ଦେଇଛନ୍ତି। ୨୦୧୧ରେ ଚିନ୍ମୟାନନ୍ଦଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଯୌନ ନିର୍ଯାତନା ମାମଲାରେ ଅଦାଲତ ତାଙ୍କୁ ଗିରଫ ଲାଗି ପୁଲିସକୁ ନିର୍ଦେଶ ଦେଇଛନ୍ତି। ଶାହାଜାନପୁରସ୍ଥିତ ନିଜ ଆଶ୍ରମରେ ଚିନ୍ମୟାନନ୍ଦ ଜଣେ ଶିଷ୍ୟଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର ମାମଲାର ଶୁଣାଣି କାଳରେ ସ୍ୱାସ୍ଥ୍ୟଗତ […]

ଦୁଷ୍କର୍ମ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

90

Advertisment

ନୂଆଦିଲ୍ଲୀ: ଜଣେ ଆଇନ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱାମୀ ଚିନ୍ମୟାନନ୍ଦ ଛନ୍ଦି ହୋଇ ଥିବା ବେଳେ ତାଙ୍କୁ ଗିରଫ କରିବା ଲାଗି ଶାହାଜାନପୁରସ୍ଥିତ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟ ନିର୍ଦେଶ ଦେଇଛନ୍ତି। ୨୦୧୧ରେ ଚିନ୍ମୟାନନ୍ଦଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଯୌନ ନିର୍ଯାତନା ମାମଲାରେ ଅଦାଲତ ତାଙ୍କୁ ଗିରଫ ଲାଗି ପୁଲିସକୁ ନିର୍ଦେଶ ଦେଇଛନ୍ତି। ଶାହାଜାନପୁରସ୍ଥିତ ନିଜ ଆଶ୍ରମରେ ଚିନ୍ମୟାନନ୍ଦ ଜଣେ ଶିଷ୍ୟଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର ମାମଲାର ଶୁଣାଣି କାଳରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଚିନ୍ମୟାନନ୍ଦ ହାଜର ହେବାକୁ ଅଧିକ ସମୟ ଲୋଡିଥିଲେ। ମାତ୍ର ବିଚାରପତି ଅସମା ସୁଲତାନା ଏହି ଆବେଦନକୁ ଅଗ୍ରାହ୍ୟ କରିବା ପୂର୍ବକ ଗିରଫ ନିର୍ଦେଶ ଦେଇଛନ୍ତି।

Advertisment

ଗିରଫ ପରେ ଡିସେମ୍ବର ୯ରେ ତାଙ୍କୁ ଅଦାଲତରେ ହାଜର କରିବାକୁ କୁହାଯାଇଛି। ନଭେମ୍ବର ୩୦ରେ ଅଦାଲତ ଚିନ୍ମୟାନନ୍ଦଙ୍କୁ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ୨୦୧୮ରେ ମାମଲାକୁ ପ୍ରତ୍ୟାହାର ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ପୀଡିତା କୋର୍ଟର ଦ୍ୱାରସ୍ଥ ହେବାରୁ ସରକାରଙ୍କ ଆବେଦନ ଅଗ୍ରାହ୍ୟ ହୋଇଥିଲା।

ପରେ ଆହ୍ଲାବାଦ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କ ଆବେଦନକୁ ଅଗ୍ରାହ୍ୟ ପୂର୍ବକ ମାମଲା ଚାଲୁ କରିବାକୁ ନିର୍ଦେଶ ଦେଇଥିଲେ। ଚିନ୍ମୟାନନ୍ଦ ୧୯୯୧ରେ ଉତ୍ତରପ୍ରଦେଶର ବଦାଉଁ, ୧୯୯୮ରେ ମଛଲିସହର ଓ ୧୯୯୯ରେ ଜୌନପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe