Advertisment

କୋଭିଡର କେତେଟା ଭେରିଆଣ୍ଟକୁ ଚେକ୍ ଦେଇପାରିବ କୋଭାକ୍ସିନ ? କହିଲେ ବାଇଡେନଙ୍କ ବିଶେଷଜ୍ଞ

ଓ୍ୱାଶିଂଟନ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକାର ଗୁଣବତ୍ତା ବାବଦରେ କହିଛନ୍ତି ଆମେରିକା କୋଭିଡ୍ ମହାମାରୀ ଟିମର ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉସି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଫିସ ହ୍ୱାଇଟ୍ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ତଥା ଆମେରିକାର ସର୍ବୋଚ୍ଚ ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ଯେ ଭାରତର ଘରୋଇ କୋଭାକ୍ସିନ କରୋନା ଭାଇରସର ୬୧୭ଟି ଭେରିଆଣ୍ଟ ବା ପ୍ରକାରକୁ ମାତ୍ ଦେଇପାରିବ। ମଙ୍ଗଳବାର […]

author-image
Subhransu Sekhar
ଅଦ୍ୟତନ ହୋଇଛି
କୋଭିଡର କେତେଟା ଭେରିଆଣ୍ଟକୁ ଚେକ୍ ଦେଇପାରିବ କୋଭାକ୍ସିନ ? କହିଲେ ବାଇଡେନଙ୍କ ବିଶେଷଜ୍ଞ

covaxin-fauci

ଓ୍ୱାଶିଂଟନ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକାର ଗୁଣବତ୍ତା ବାବଦରେ କହିଛନ୍ତି ଆମେରିକା କୋଭିଡ୍ ମହାମାରୀ ଟିମର ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉସି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଫିସ ହ୍ୱାଇଟ୍ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ତଥା ଆମେରିକାର ସର୍ବୋଚ୍ଚ ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ଯେ ଭାରତର ଘରୋଇ କୋଭାକ୍ସିନ କରୋନା ଭାଇରସର ୬୧୭ଟି ଭେରିଆଣ୍ଟ ବା ପ୍ରକାରକୁ ମାତ୍ ଦେଇପାରିବ। ମଙ୍ଗଳବାର ଫାଉସି ପ୍ରେସ କନଫରେନସ କରି ଏହା କହିଛନ୍ତି।

Advertisment

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜୋରଦାର ରହିଛି। କୋଭିଡ୍ ପରିସଂଖ୍ୟାନ ଉପରେ ଆମେରିକା ନଜର ରଖିଛି। ହେଲେ ଏବେ କୋଭିଡକୁ ରୋକିବା ପାଇଁ ହେଲେ ଟିକାକରଣକୁ ଜୋରଦାର କରିବାକୁ ହେବ। କୋଭାକ୍ସିନ୍ SARS-CoV-2 କରୋନା ଭାଇରସ୍ ବିରୁଦ୍ଧରେ ଆଣ୍ଟିବଡି ତିଆରି କରିବାରେ ପ୍ରଭାବୀ ରହିଛି। ସେହିପରି ହ୍ୱାଇଟ୍ ହାଉସର କୋଭିଡ୍ ଟିମର ବରିଷ୍ଠ ଉପଦେଷ୍ଟା ଡାକ୍ତର ଆଣ୍ଡି ସ୍ଲାଭିଟ କହିଛନ୍ତି ଯେ ଡିଜିଜ କଣ୍ଟ୍ରୋଲର ଏକ ଟିମ୍ ଆମେରିକା ଏବଂ ଭାରତ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଯାଉଛନ୍ତି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ସହଭାଗିତାରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଥିବା କୋଭାକ୍ସିନଙ୍କୁ ଜାନୁଆରୀ ୩ ରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇଥିଲା। ଏହା ଅନୁମୋଦନ ପାଇବା ପରେ ୭୮ ପ୍ରତିଶତ ପ୍ରଭାବୀ ଥିଲା ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଏହି ଟିକାର ଅନୁମତିକୁ ନେଇ ବିରୋଧୀ ଏବଂ କିଛି ବିଶେଷଜ୍ଞ କେନ୍ଦ୍ର ସରକାର ଉପରେ ପ୍ରଶ୍ନ ଉଠାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ଟିକା ନେବା ପରେ କୋଭାକ୍ସିନ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି।

Corona Vaccine Covaxin