Advertisment

ୟୁକେ ଷ୍ଟ୍ରେନ, ଡବଲ ମ୍ୟୁଟାଣ୍ଟକୁ ମାତ୍ ଦେଉଛି ଏହି ଟିକା

ନୂଆଦିଲ୍ଲୀ: ଭାରତରେ କରୋନା ହୁ ହୁ ହୋଇ ବ୍ୟାପି ଚାଲିଛି। ଡବଲ ମ୍ୟୁଟାଣ୍ଟ, ୟୁକେ ଷ୍ଟ୍ରେନ, ବ୍ରାଜିଲ ଷ୍ଟ୍ରେନ୍ କରୋନାକୁ ଅଧିକ ବଳ ଯୋଗାଉଛି। ଲୋକେ ଟିକା ନେଲେ ବି ସଂକ୍ରମିତ ହେଉଥିବାର ନଜିର ରହିଛି। ଏହାରି ଭିତରେ ଆଇସିଏମଆର ଏନଆଇଭି କହିଛି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା କୋଭିଡ୍ ବିରୋଧୀ ଲଢ଼େଇ ପାଇଁ ସବୁଠୁ ଭଲ ଟିକା। ଏହା କୋଭିଡର ନୂଆ ରୂପ ତଥା ବିଭିନ୍ନ ଷ୍ଟ୍ରେନ ଯେମିତିକି ବ୍ରାଜିଲ ଓ ୟୁକେ […]

ଅଦ୍ୟତନ ହୋଇଛି
ୟୁକେ ଷ୍ଟ୍ରେନ, ଡବଲ ମ୍ୟୁଟାଣ୍ଟକୁ ମାତ୍ ଦେଉଛି ଏହି ଟିକା

vaccine

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ହୁ ହୁ ହୋଇ ବ୍ୟାପି ଚାଲିଛି। ଡବଲ ମ୍ୟୁଟାଣ୍ଟ, ୟୁକେ ଷ୍ଟ୍ରେନ, ବ୍ରାଜିଲ ଷ୍ଟ୍ରେନ୍ କରୋନାକୁ ଅଧିକ ବଳ ଯୋଗାଉଛି। ଲୋକେ ଟିକା ନେଲେ ବି ସଂକ୍ରମିତ ହେଉଥିବାର ନଜିର ରହିଛି। ଏହାରି ଭିତରେ ଆଇସିଏମଆର ଏନଆଇଭି କହିଛି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା କୋଭିଡ୍ ବିରୋଧୀ ଲଢ଼େଇ ପାଇଁ ସବୁଠୁ ଭଲ ଟିକା। ଏହା କୋଭିଡର ନୂଆ ରୂପ ତଥା ବିଭିନ୍ନ ଷ୍ଟ୍ରେନ ଯେମିତିକି ବ୍ରାଜିଲ ଓ ୟୁକେ ଭେରିଆଣ୍ଟ ବିରୋଧରେ ମଧ୍ୟ ସକାରାତ୍ମକ ଭାବରେ କାମ କରୁଛି।

Advertisment

ଭାରତରେ ସେରମ୍ ଇନଷ୍ଟିଚ୍ୟଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ ଟିକା ଅନୁମତି ପାଇଛି। ହେଲେ କୋଭାକ୍ସିନର ତୃତୀୟ ଟ୍ରାଏଲ ଚାଲିଥିବା ବେଳେ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆକୁ ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

ବିରୋଧୀ ଏବଂ ଅନେକ ବିଶେଷଜ୍ଞ ମଧ୍ୟ ଏପରି ଅନୁମୋଦନକୁ ବିରୋଧ କରିଥିଲେ। ଜାନୁଆରୀ ମାସରେ ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହ ଦେଓ କହିଥିଲେ କୋଭାକ୍ସିନ ଟିକା ବ୍ୟବହାର କରିବା ଠିକ୍ ନୁହେଁ। କାରଣ ଏହାର ଟ୍ରାଏଲ ବା ପରୀକ୍ଷା ଶେଷ ହୋଇନାହିଁ।

Advertisment

ସେହିପରି ରାମ ମନୋହର ଲୋହିଆ ହସ୍ପିଟାଲର ଜଣେ ରେସିଡେଣ୍ଟ ଡାକ୍ତର ମଧ୍ୟ ଟିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଏହି ଟିକା ନେଇଥିଲେ ସେତେବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଟିକା ଉପରେ ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଭାରତ ବାୟୋଟେକ ଏବଂ ଆଇସିଏମଆର ମିଶି ଏହି ଟିକା ପ୍ରସ୍ତୁତ କରିଛନ୍ତି।

ଭାରତ ବାୟୋଟେକ ଏବେ ସରକାରଙ୍କ ପାଖରୁ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ୧୫ ଶହ କୋଟି ପାଇଛି। ଆଉ କେନ୍ଦ୍ର ସରକାର ଅଧିକରୁ ଅଧିକ ଟିକା ନେଇ ଅର୍ଡ଼ର କରିବା ପରେ ବାୟୋଟେକ ବାର୍ଷିକ ୭୦୦ ମିଲିଅନ୍ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।

Covaxin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe