Advertisment

କରୋନାର ତୃତୀୟ ଲହର ସମ୍ଭାବନା କ୍ଷୀଣ: ଆଇଆଇଟି କାନପୁର ପ୍ରଫେସର

ନୂଆଦିଲ୍ଲୀ: ଅକ୍ଟୋବର ମାସ ସୁଦ୍ଧା ଦେଶରେ କରୋନର ତୃତୀୟ ଲହର ଆରମ୍ଭ ହୋଇପାରେ। ଗୃହ ମନ୍ତ୍ରାଳୟ ବିଶେଷଜ୍ଞ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହା ସହିତ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି କମିଟି। ଅନ୍ୟପକ୍ଷରେ କାନପୁର ଆଇଆଇଟିର ଜଣେ ପ୍ରଫେସର ଦାବି କରିଛନ୍ତି ଯେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା କ୍ଷୀଣ। ଆଉ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କୋଭିଡ୍‌ର ତୃତୀୟ ଲହର ଗାଏବ୍‌ ! କ’ଣ କହୁଛନ୍ତି ବିଶେଷଜ୍ଞ

Covid19

ନୂଆଦିଲ୍ଲୀ: ଅକ୍ଟୋବର ମାସ ସୁଦ୍ଧା ଦେଶରେ କରୋନର ତୃତୀୟ ଲହର ଆରମ୍ଭ ହୋଇପାରେ। ଗୃହ ମନ୍ତ୍ରାଳୟ ବିଶେଷଜ୍ଞ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହା ସହିତ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି କମିଟି। ଅନ୍ୟପକ୍ଷରେ କାନପୁର ଆଇଆଇଟିର ଜଣେ ପ୍ରଫେସର ଦାବି କରିଛନ୍ତି ଯେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା କ୍ଷୀଣ। ଆଉ ଯଦିବି ଆସିବ ତାହା ନଆସିବା ସହିତ ସମାନ ହେବ।

Advertisment

ଆଇଆଇଟି କାନପୁରର ଏହି ପ୍ରଫେସରଙ୍କ ନାଁ ମଣିନ୍ଦ୍ର ଅଗ୍ରୱାଲ। ସେ କହିଛନ୍ତି ଯେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍। ଏହାର ମୁଖ୍ୟ କାରଣ ହେଉଛି, ବହୁ ମାତ୍ରାରେ ଟିକାକରଣ ହୋଇସାରିଛି।

ସେ ଆହୁରି କହିଛନ୍ତି, ୟୁପି, ବିହାର, ଦିଲ୍ଲୀ ଭଳି ରାଜ୍ୟ କରୋନା ମୁକ୍ତ ଆଡ଼କୁ ଅଗ୍ରସର ହେଉଛନ୍ତି। ଅକ୍ଟୋବର ସୁଦ୍ଧା ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ମଧ୍ୟପ୍ରଦେଶରେ କରୋନା ସକ୍ରିୟ ମାମଲା ୟୁନିଟ୍ ମାର୍କରେ ପହଞ୍ଚିବ। ଦ୍ୱିତୀୟ ଲହର ପରେ ଅଧିକାଂଶ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଛି। ଏଥିସହିତ ଦ୍ରୁତ ଗତିରେ ଚାଲିଥିବା ଟିକାକରଣ ଅଭିଯାନର ପ୍ରଭାବ ମହାମାରୀକୁ ରୋକିବାରେ ସଫଳ ହୋଇଛି।

Advertisment

ତାଙ୍କ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ କରୋନାର ଆକ୍ଟିଭ କେସ୍ ୧୫ ହଜାର ପାଖାପାଖି ରହିପାରେ। ଏହାର କାରଣ ହେଉଛି ତାମିଲନାଡୁ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଆସାମ ଓ ଅରୁଣାଚଳ ସମେତ ଉତ୍ତର-ପୂର୍ବ ରାଜ୍ୟରେ ସଂକ୍ରମଣ।

ସୂଚନାଯୋଗ୍ୟ ପ୍ରଫେସର ଡକ୍ଟର ମଣିନ୍ଦ୍ର ଅଗ୍ରୱାଲ୍ କରୋନା ନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦେଇ ସତର୍କ କରାନ୍ତି। ଏହା ପୂର୍ବରୁ ସେ ଦ୍ୱିତୀୟ ଲହରକୁ ନେଇ ଯେଉଁ ଦାବି କରିଥିଲେ, ତାହା ଠିକ୍ ପ୍ରମାଣିତ ହୋଇଥିଲା।

Corona Cases In India Third Wave Of Corona