Advertisment

କୋଭିଡ କ୍ଷତିଗ୍ରସ୍ତ ପାଇଁ ବଡ଼ ଘୋଷଣା, ୫୦ ହଜାର ଟଙ୍କା ସହ ମିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର। କରୋନା କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥିକ ସହାୟତା କରିବା ପାଇଁ ସରକାର ନୂଆ ଯୋଜନା ସହ ମାସିକ ପେନସନର ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିବାର ଆର୍ଥିକ ସହାୟତା ନାଁରେ ଗୋଟିଏ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନୁସାରେ କୋଭିଡ ଦ୍ୱାରା ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ। […]

ଅଦ୍ୟତନ ହୋଇଛି
କୋଭିଡ କ୍ଷତିଗ୍ରସ୍ତ ପାଇଁ ବଡ଼ ଘୋଷଣା, ୫୦ ହଜାର ଟଙ୍କା ସହ ମିଳିବ ମାସିକ ଭତ୍ତା

Corona1

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର। କରୋନା କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥିକ ସହାୟତା କରିବା ପାଇଁ ସରକାର ନୂଆ ଯୋଜନା ସହ ମାସିକ ପେନସନର ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିବାର ଆର୍ଥିକ ସହାୟତା ନାଁରେ ଗୋଟିଏ ଯୋଜନା ଆରମ୍ଭ କରାଯାଇଛି।

Advertisment

ଏହି ଯୋଜନା ଅନୁସାରେ କୋଭିଡ ଦ୍ୱାରା ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ। ସେହିପରି ଯଦି କୌଣସି ପରିବାରର ରୋଜଗାର କରୁଥିବା ଲୋକ ପ୍ରାଣ ହରାଇଛନ୍ତି, ତା’ହେଲେ ସେମାନଙ୍କୁ ମାସିକ ୨୫ଶହ ଟଙ୍କା ଲେଖାଏ ପେନସନ ମିଳିବ।

ଏହି ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କରୋନାର ଏହି ଲହର ଅତ୍ୟନ୍ତ ସାଂଘାତିକ ସ୍ଥିତି ସୃଷ୍ଟି କରିବା ସହ ପ୍ରାୟ ସବୁ ଲୋକଙ୍କ ପରିବାରକୁ ପ୍ରଭାବିତ କରିଛି। ଏହି ଲହରରେ ଆମେ ଅନେକ ଲୋକଙ୍କୁ ହରାଇଛୁ। ଅନେକ ଛୋଟ ପିଲା ଅନାଥ ହୋଇଯାଇଛନ୍ତି। ଅନେକ ଘରର ରୋଜଗାର କରୁଥିବା ବ୍ୟକ୍ତି ସବୁଦିନ ପାଇଁ ଚାଲି ଯାଇଛନ୍ତି।

Advertisment

ଆହୁରି ପଢ଼ନ୍ତୁ :କୋଭିଡ ମୃତକଙ୍କ ପରିବାରକୁ ₹୪ ଲକ୍ଷ ଆର୍ଥିକ ସହାୟତା ପ୍ରସ୍ତାବ

ସେମାନଙ୍କ ଅବର୍ତ୍ତମାନରେ ପରିବାରର ଦେଖାଶୁଣା କରିବାକୁ କେହି ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଏହି ଯୋଜନାରେ ଯଦି କୌଣସି ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ, ଘରେ କିମ୍ବା କେୟାର ସେଣ୍ଟରେ ପ୍ରାଣ ହରାଇଛନ୍ତି, ତା’ହେଲେ ସେମାନଙ୍କ ପରିବାରବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେମାନଙ୍କୁ କୌଣସି ପ୍ରଶ୍ନ କରାଯିବ ନାହିଁ।

ସମସ୍ତଙ୍କୁ ଆର୍ଥିକ ସହାୟତା ଦିଆଯିବ। ସେହିପରି ଅନାଥ ହୋଇ ଯାଇଥିବା ପିଲାମାନଙ୍କୁ ମାସିକ ୨୫ ଶହ ଟଙ୍କା ଲେଖାଏ ଭତ୍ତା ଦିଆଯିବ। ସେମାନଙ୍କୁ ୨୫ ବର୍ଷ ବୟସ ହେବା ଯାଏ ଏହି ସୁବିଧା ମିଳିବ। ରୋଜଗାର କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ପରିବାରକୁ ମଧ୍ୟ ସମାନ ପରିମାଣର ପେନସନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ପ୍ରଥମ ଦିନରେ ଏହି ଯୋଜନାରେ ୩ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଓ ୫ ଜଣଙ୍କୁ ମାସିକ ୨୫ ଶହ ଟଙ୍କା ଲେଖାଏ ଭତ୍ତା ଦିଆଯାଇଛି।

Delhi Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe