Advertisment

କୋଭିଶିଲ୍ଟ ଟିକାର ଦାମ କମାଇଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: କମିଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାର ଦାମ୍। କମ୍ପାନୀ ୨୫ ପ୍ରତିଶତ ଦାମ୍ କମାଇଛି। କୋଭିଶିଲ୍ଟ ଟିକା କମ୍ପାନୀର ସିଇଓ ଅଦର ପୁୁନାଓ୍ୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେରମ୍ ରାଜ୍ୟ ସରକାର ପାଇଁ ଦର କମାଇ ଡୋଜ ପିଛା ୩୦୦ ଟଙ୍କା କରିଛନ୍ତି। ଆଉ ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପୁନାଓ୍ୱାଲା ନିର୍ଦ୍ଦେଶ ଦେଇଥିବା ସିଏନବିସି ଟିଭିକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। କମ୍ପାନୀର ଏହି ନିଷ୍ପତ୍ତି […]

ଅଦ୍ୟତନ ହୋଇଛି
ଭାରତର ଅସନ୍ତୋଷ ଦେଖି ୭ ୟୁରୋପିଆନ୍ ଦେଶ କୋଭିଶିଲ୍ଡ ଟିକାକୁ ଦେଲେ ଗ୍ରୀନ ପାସ୍

Covishield

Advertisment

ନୂଆଦିଲ୍ଲୀ: କମିଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାର ଦାମ୍। କମ୍ପାନୀ ୨୫ ପ୍ରତିଶତ ଦାମ୍ କମାଇଛି। କୋଭିଶିଲ୍ଟ ଟିକା କମ୍ପାନୀର ସିଇଓ ଅଦର ପୁୁନାଓ୍ୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେରମ୍ ରାଜ୍ୟ ସରକାର ପାଇଁ ଦର କମାଇ ଡୋଜ ପିଛା ୩୦୦ ଟଙ୍କା କରିଛନ୍ତି। ଆଉ ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପୁନାଓ୍ୱାଲା ନିର୍ଦ୍ଦେଶ ଦେଇଥିବା ସିଏନବିସି ଟିଭିକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। କମ୍ପାନୀର ଏହି ନିଷ୍ପତ୍ତି ଦ୍ୱାରା ଅଧିକରୁ ଅଧିକ ଟିକାକରଣ ହୋଇପାରିବ ଏବଂ ରାଜ୍ୟ ସରକାର ପାଇଁ ଆର୍ଥିକ ଭାର କମିଯିବ ବୋଲି ପୁନାଓ୍ୱାଲା କହିଛନ୍ତି।

Advertisment

ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। ଏହା ପୂର୍ବରୁ ଟିକା ଦାମକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ଟିକା ଦାମ କମେଇବାକୁ କହିଥିଲେ। ଏବେ କେନ୍ଦ୍ରର ଆହ୍ୱାନ କ୍ରମେ ସେରମ୍ ଟିକା ଦର କମାଇବା ପରେ ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ଥି ଦେଇଛି।

https://twitter.com/adarpoonawalla/status/1387379373452390409?s=20

ଏସଆଇଆଇ କୋଭିଶିଲ୍ଡର ଦାମ ରାଜ୍ୟ ସରକାର ଏବଂ ବେସରକାରୀ ଡାକ୍ତରଖାନାକୁ ଯଥାକ୍ରମେ ୪୦୦ ଏବଂ ୬୦୦ ଟଙ୍କାରେ ବିକ୍ରି କରିବ ବୋଲି ପ୍ରଥମେ ଘୋଷଣା କରିଥିଲା। ଏବେ ଏହି ଟିକାର ଦାମ ୨୫ ପ୍ରତିଶତ କମାଇ ୩୦୦ ଟଙ୍କା କରାଯାଇଥିବା ପୁନାଓ୍ୱାଲା କହିଛନ୍ତି। ହେଲେ ଘରୋଇ ଡାକ୍ତରଖାନା ପାଇଁ ଦର ପୂର୍ବପରି ଅପରିବର୍ତ୍ତିତ ରହିଛି। ଅର୍ଥାତ୍ ଘରୋଇ ହସ୍ପିଟାଲ ମାନେ ଡୋଜ ପିଛା ୬୦୦ ଟଙ୍କାରେ କିଣିବେ।

Advertisment

ସୂଚନା ଅନୁଯାୟୀ ୧୯ଟି ରାଜ୍ୟ ଏହି ଟିକା ନେବା ପାଇଁ ମୋଟ୍ ୩୪୦ ମିଲିଅନ ଡୋଜ ଅର୍ଡର କରିଛନ୍ତି। ଆଉ ଘରୋଇ ହସ୍ପିଟାଲ ୧୮ ମିଲିଅନ ଡୋଜ ଅର୍ଡର କରିଥିବା ସୂଚନା ରହିଛି।

ସେହିଭଳି ଭାରତ ବାୟୋଟେକ୍ ରାଜ୍ୟ ସରକାର ପାଇଁ ଡୋଜ୍ ପିଛା ୬୦୦ ଟଙ୍କା ଏବଂ ଘରୋଇ ଡାକ୍ତରଖାନାକୁ ଡୋଜ ପିଛା ୧୨୦୦ ଟଙ୍କାରେ ବିକ୍ରି କରିବ ବୋଲି କହିଛି। ଯାହାକି ବହୁତ ଅଧିକ କୋଭିଶିଲ୍ଡ ତୁଳନାରେ। ହେଲେ ଭାରତ ବାୟୋଟେକ ଦାମ କମାଇବ କି ନାହିଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

Corona Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe