Advertisment

ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ସମ୍ମାନଜନକ ରମଣ ମ୍ୟାଗସେସେ ପୁରସ୍କାର ନେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ  ତାଙ୍କ  ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା। ରାଜ୍ୟରେ ଯେତେବେଳେ  ନିପା ଭାଇରସ ଏବଂ କୋଭିଡ ମହାମାରୀର ପ୍ରଭାବ ଥିଲା ତାକୁ ମୁକାବିଲା ପାଇଁ ଦୃଢ଼ ନେତୃତ୍ୱ ନେଇଥିଲେ ଶୈଳଜା।  ନିପା ଏବଂ କରୋନା ପ୍ରଥମ ଏହି ଦକ୍ଷିଣ ରାଜ୍ୟରୁ ଚିହ୍ନଟ ହୋଇଥିଲା। ଏହାକୁ ମୁକାବିଲା କରିବାରେ […]

ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ

sailaja

Advertisment

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ସମ୍ମାନଜନକ ରମଣ ମ୍ୟାଗସେସେ ପୁରସ୍କାର ନେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ  ତାଙ୍କ  ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା। ରାଜ୍ୟରେ ଯେତେବେଳେ  ନିପା ଭାଇରସ ଏବଂ କୋଭିଡ ମହାମାରୀର ପ୍ରଭାବ ଥିଲା ତାକୁ ମୁକାବିଲା ପାଇଁ ଦୃଢ଼ ନେତୃତ୍ୱ ନେଇଥିଲେ ଶୈଳଜା।  ନିପା ଏବଂ କରୋନା ପ୍ରଥମ ଏହି ଦକ୍ଷିଣ ରାଜ୍ୟରୁ ଚିହ୍ନଟ ହୋଇଥିଲା। ଏହାକୁ ମୁକାବିଲା କରିବାରେ ଶୈଳଜା ପ୍ରଭାବୀ ପଦକ୍ଷେପ ନେଇଥିଲେ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ଶୈଳଜା କହିଛନ୍ତି ଯେ, ମ୍ୟାଗସେସେ ପୁରସ୍କାରକୁ ଏସୀୟ ସଂସ୍କରଣର ନୋବେଲ ପୁରସ୍କାର ସହ ତୁଳନା କରାଯାଉଛି।

Advertisment

ଦଳର ଆଲୋଚନା ପରେ ସେ ଏହି ପୁରସ୍କାର ଗ୍ରହଣ ନକରିବାକୁ  ନିଷ୍ପତ୍ତି ନେଇଥିବା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପୁରସ୍କାର ସମ୍ପର୍କରେ ଚୟନ କମିଟି ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ସେ ମୁଁ ଜଣେ ରାଜନୈତି ବ୍ୟକ୍ତି। ଏହି ପୁରସ୍କାର ସାଧାରଣତଃ ରାଜନୈତିକ ବ୍ୟକ୍ତିଙ୍କୁ ଦିଆଯାଇନଥାଏ ।  ସେହିପରି ସେ କହିଛନ୍ତି ଯେ, ମୁଁ ସିପିଆଇ (ଏମ୍)ର କେନ୍ଦ୍ରୀୟ କମିଟି ସଦସ୍ୟ। ଏହାକୁ ନେଇ ମୋର ଦଳର ନେତୃତ୍ୱ ସହିତ ଆଲୋଚନା କରିଥିଲି ।

ଏହାକୁ ଗ୍ରହଣ ନକରିବା ପାଇଁ ପ୍ରସ୍ତାବ ଆସିଥିଲା।  ମ୍ୟାଗସେସେ ପୁରସ୍କାର ଏସିଆର ପ୍ରତିଷ୍ଠିତ ସମ୍ମାନ ମଧ୍ୟରୁ ଗୋଟିଏ। ନିସ୍ୱାର୍ଥପର ସେବା ପାଇଁ  ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe