Advertisment

ଏହି ଆସନରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମନୋଜ ତିୱାରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୯୧ଟି ଆସନ ପାଇଁ ଟିଏମସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ସେ ଯୁବଗୋଷ୍ଠୀ, ସଂଖ୍ୟାଲଘୁ, ମହିଳା, ପଛୁଆ ବର୍ଗ, କ୍ରୀଡ଼ା ବିତ ଓ ଅଭିନେତ୍ରୀଙ୍କୁ ଅଧିକ ଗୁରୁତ୍ୱ ଦେଇ ଟିକେଟ ପ୍ରଦାନ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଆମେ ଏଥର ଯୁବ ଗୋଷ୍ଠୀ ଓ ମହିଳାଙ୍କ ଉପରେ ଅଧିକ ଫୋକସ କରିଛୁ। ୨୩ରୁ ୨୪ ବିଧାୟକଙ୍କ ଟିକେଟ କଟିଛି। ୨୯୧ ଜଣିଆ ତାଲିକାରେ ୫୦ […]

author-image
Hemant Lenka
ଏହି ଆସନରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମନୋଜ ତିୱାରୀ

manoj-tiwari

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୯୧ଟି ଆସନ ପାଇଁ ଟିଏମସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ସେ ଯୁବଗୋଷ୍ଠୀ, ସଂଖ୍ୟାଲଘୁ, ମହିଳା, ପଛୁଆ ବର୍ଗ, କ୍ରୀଡ଼ା ବିତ ଓ ଅଭିନେତ୍ରୀଙ୍କୁ ଅଧିକ ଗୁରୁତ୍ୱ ଦେଇ ଟିକେଟ ପ୍ରଦାନ କରିଛନ୍ତି।

Advertisment

ମମତା ବାନାର୍ଜୀ କହିଛନ୍ତି, ଆମେ ଏଥର ଯୁବ ଗୋଷ୍ଠୀ ଓ ମହିଳାଙ୍କ ଉପରେ ଅଧିକ ଫୋକସ କରିଛୁ। ୨୩ରୁ ୨୪ ବିଧାୟକଙ୍କ ଟିକେଟ କଟିଛି। ୨୯୧ ଜଣିଆ ତାଲିକାରେ ୫୦ ମହିଳା, ୪୨ ମୁସଲିମ, ୭୯ ଏସ୍‌ସି ଓ ୧୭ ଏସଟି ସଦସ୍ୟ ରହିଛନ୍ତି।

ତେବେ ଟିଏମସି ଟିକେଟ୍‌ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ମନୋଜ ତିୱାରୀ ରହିଛନ୍ତି। ସେ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଗତ ମାସରେ ଟିଏମସିରେ ସାମିଲ ହୋଇଥିଲା। ତାଙ୍କୁ ଦଳ ଶିବପୁର ନିର୍ବାଚନ ମଣ୍ଡଳୀରରୁ ଲଢ଼ିବାକୁ ଟିକେଟ ଦେଇଛି।

Advertisment

ସେ ବେଙ୍ଗଲ କ୍ରିକେଟ ଟିମ୍‌ ପକ୍ଷରୁ ରଣଜୀ ଟ୍ରଫି ଖେଳିଛନ୍ତି। ଏଥିସହ ଜାତୀୟ ଟିମ୍‌କୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ, କିଙ୍ଗସ ଏକାଦଶ ପଞ୍ଜାବ ଓ ରାଇଜିଂ ପୁଣେ ସୁପରଜିଆଣ୍ଟସ ପକ୍ଷରୁ ମଧ୍ୟ ଖେଳିଛନ୍ତି। ଏବେ ସେ ତାଙ୍କ ରାଜନୀତିକ ଇନିଂସରେ କେତେ ସଫଳ ହେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

ସେହିପରି ଅଭିନେତ୍ରୀ ସାୟୋନି ଘୋଷଙ୍କୁ ଆସନସୋଲର ଦକ୍ଷିଣ ବିଧାନସଭା ମଣ୍ଡଳୀରୁ ଦଳ ପ୍ରାର୍ଥୀ କରିଛି। ୨୮ ବର୍ଷୀୟ ସାୟୋନିଙ୍କ ଲୋକପ୍ରିୟତା ବେଙ୍ଗଲରେ ବେଶ ରହିଛି। ଅଭିନେତା-ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀ କୋଲକାତାର ବାରାକପୋର, ଅଭିନେତ୍ରୀ ଜୁନ୍‌ ମାଲିହ ମେଦିନିପୁର, ୧୦୦ରୁ ଅଧିକ ବେଙ୍ଗଲ ଫିଲ୍କରେ ଅଭିନୟ କରିଥିବା ସୋହମ ଚକ୍ରବର୍ତ୍ତୀ ଚାନ୍ଦିପୁର, କାଞ୍ଚନ ମଲ୍ଲିକ ଉତ୍ତରପଡ଼ା, ଲଭଲୀ ମିତ୍ର ଦକ୍ଷିଣ ସୋନାରପୁର ଓ ଆଦିତ ମୁନଶୀ ରାଜରହାଟ ଗୋପାଳପୁରରୁ ନିର୍ବାଚନ ଲଢ଼ିବେ।

West Bengal Assembly Election