Advertisment

ରାଜଧାନୀରେ କମୁଛି ସଂକ୍ରମଣ, ସୀମାରେ ବଢ଼ୁଛି ଆନ୍ଦୋଳନରତ ଚାଷୀଙ୍କ ଭିଡ଼

ନୂଆଦିଲ୍ଲୀ: କରୋନା ବିଭିନ୍ନ ସ୍ଥାନରେ ଲକଡାଉନ ଓ ଶଟଡାଉନ ଭଳି କଡ଼ା ନିୟମ ଜାରି ରହିଛି। ଆଉ ଦିଲ୍ଲୀ ସରକାର ପ୍ରଥମେ ଏହି ନିୟମ ଲାଗୁ କରିବାରୁ ଏବେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହାକୁ ନେଇ ରାଜଧାନୀ ଦିଲ୍ଲୀ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରୁଛି। ଅନ୍ୟପଟେ ଦିଲ୍ଲୀ ସୀମାରେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀ ଭିଡ ଜମାଇବାରେ ବ୍ୟସ୍ତ। ପଡ଼ୋଶୀ ହରିଆଣରେ ଲକଡାଉନ୍ ନିୟମ ଲାଗୁ ହୋଇଛି। […]

ଅଦ୍ୟତନ ହୋଇଛି
ରାଜଧାନୀରେ କମୁଛି ସଂକ୍ରମଣ, ସୀମାରେ ବଢ଼ୁଛି ଆନ୍ଦୋଳନରତ ଚାଷୀଙ୍କ ଭିଡ଼

farner-protest

Advertisment

ନୂଆଦିଲ୍ଲୀ: କରୋନା ବିଭିନ୍ନ ସ୍ଥାନରେ ଲକଡାଉନ ଓ ଶଟଡାଉନ ଭଳି କଡ଼ା ନିୟମ ଜାରି ରହିଛି। ଆଉ ଦିଲ୍ଲୀ ସରକାର ପ୍ରଥମେ ଏହି ନିୟମ ଲାଗୁ କରିବାରୁ ଏବେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହାକୁ ନେଇ ରାଜଧାନୀ ଦିଲ୍ଲୀ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରୁଛି। ଅନ୍ୟପଟେ ଦିଲ୍ଲୀ ସୀମାରେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀ ଭିଡ ଜମାଇବାରେ ବ୍ୟସ୍ତ। ପଡ଼ୋଶୀ ହରିଆଣରେ ଲକଡାଉନ୍ ନିୟମ ଲାଗୁ ହୋଇଛି। ହେଲେ ଏବେ ଆନ୍ଦୋଳନରେ ଚାଷୀ ଅମାନିଆ ପାଲଟିଥିବା ଦେଖିବାକୁ ମିଳିଛି।

Advertisment

ଆନ୍ଦୋଳନରତ ଚାଷୀ ନେତା ସୁକଓ୍ୱିନ୍ଦର ସିଂହ କହିଛନ୍ତି, ବିଲରେ ଅମଳ ଆରମ୍ଭ ହେବାରୁ ଚାଷୀ ଆନ୍ଦୋଳନ ଛାଡି ପଳାଇଥିଲେ। ହେଲେ ଏବେ ଅମଳ ସାରି ଆନ୍ଦୋଳନ ସ୍ଥଳକୁ ଫେରୁଛନ୍ତି। ନିକଟରେ 250ଟି ଟ୍ରାକ୍ଟର କ୍ୟାମ୍ପ ପାଖକୁ ଆସିଥିଲା। ଏହି ଟ୍ରାକ୍ଟରରେ ଅନେକ ଚାଷୀ ଫେରିଥିବା ସେ କହିଛନ୍ତି। ଯଦି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଲୋକମାନେ ଆସିବେ ତାହେଲେ ଆମେ ଅଟକାଇବୁ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ଆନ୍ଦୋଳନରେ ସାମିଲ ହେଉଛନ୍ତି ସମସ୍ତେ କରୋନା ନିୟମ ପାଳନ କରୁଛନ୍ତି। ପରସ୍ପରଠୁ ଅଲଗା ରହୁଥିବା ସେ କହିଛନ୍ତି। ତେବେ କିଛି ଚାଷୀ ହରିଆଣାରେ ଲକଡାଉନ ହୋଇଥିବାରୁ ଆସି ପାରୁ ନାହାନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର କରୋନା କିଛି ମାତ୍ରାରେ ନିୟନ୍ତ୍ରିତ ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୫୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ୨୪ ଘଣ୍ଟାରେ ୮୫୦୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ବର୍ତ୍ତମାନ ଦିଲ୍ଲୀରେ ସଂକ୍ରମିତ ହାର ୧୨ ପ୍ରତିଶତରୁ ୧୧ ପ୍ରତିଶତକୁ ଖସି ଆସିଛି ବୋଲି କେଜ୍ରିଓ୍ୱାଲ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe