Advertisment

ସାଂପ୍ରଦାୟିକ ହିଂସା ପାଇଁ ପ୍ରୟାସ: ଲାଗିଲା କର୍ଫ୍ୟୁ, ମୁତୟନ ହେଲେ ସେନା ଯବାନ

ଶ୍ରୀନଗର: ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଚାଲିଥିବା ଉଦ୍ୟମରେ ବ୍ରେକ ଲଗାଇବାକୁ ଜମ୍ମୁ-କଶ୍ମୀରର ଦୋଡା ଜିଲ୍ଲାର ଭାଦେରୱା ସହରରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଛି। ଏଥିସହ ଏଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆର୍ମି ଯବାନମାନଙ୍କୁ ମୁତୟନ କରାଯାଇଛି। ସେମାନେ ସହରରେ ଫ୍ଲାଗମାର୍ଚ୍ଚ କରି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପୁଲିସ ମଧ୍ୟ ସେମାନଙ୍କ ସହ ମିଳିତ ଭାବେ ପାଟ୍ରୋଲିଂ କରୁଛି। ପୁଲିସ୍‌ କହିଛି ଯେ କିଛି ଅସାମାଜିକ ତତ୍ତ୍ୱ ଜାଣିଶୁଣି ସହରରେ ହିଂସା ସୃଷ୍ଟି […]

ଅଦ୍ୟତନ ହୋଇଛି
ସାଂପ୍ରଦାୟିକ ହିଂସା ପାଇଁ ପ୍ରୟାସ: ଲାଗିଲା କର୍ଫ୍ୟୁ, ମୁତୟନ ହେଲେ ସେନା ଯବାନ

Army

Advertisment

ଶ୍ରୀନଗର: ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଚାଲିଥିବା ଉଦ୍ୟମରେ ବ୍ରେକ ଲଗାଇବାକୁ ଜମ୍ମୁ-କଶ୍ମୀରର ଦୋଡା ଜିଲ୍ଲାର ଭାଦେରୱା ସହରରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଛି। ଏଥିସହ ଏଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆର୍ମି ଯବାନମାନଙ୍କୁ ମୁତୟନ କରାଯାଇଛି। ସେମାନେ ସହରରେ ଫ୍ଲାଗମାର୍ଚ୍ଚ କରି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପୁଲିସ ମଧ୍ୟ ସେମାନଙ୍କ ସହ ମିଳିତ ଭାବେ ପାଟ୍ରୋଲିଂ କରୁଛି।

Advertisment

ପୁଲିସ୍‌ କହିଛି ଯେ କିଛି ଅସାମାଜିକ ତତ୍ତ୍ୱ ଜାଣିଶୁଣି ସହରରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସ୍ଥିତିକୁ ଦେଖି ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ଏଥିପାଇଁ କର୍ଫ୍ୟୁ ସହ ଫ୍ଲାଗମାର୍ଚ୍ଚ କରାଯାଇଛି। ସ୍ଥିତି ଉପରେ ପୁଲିସ୍‌ ଓ ସେନା ନଜର ରଖିଛନ୍ତି। କେହି ବି ଯଦି ଆଇନ ଶୃଙ୍ଖଳା ନିୟମକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତକାଲି ରାତିରେ ହିଁ ଏଠାରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ କିଛି ଲୋକ ଚେଷ୍ଟା କରିଥିଲେ। କିନ୍ତୁ କିଏ ଓ କେଉଁ ପ୍ରକାରର ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ, ସେ ବିଷୟରେ ପୁଲିସ୍ କିମ୍ବା ପ୍ରଶାସନ କୌଣସି ସୂଚନା ଦେଇନି। କେବଳ ସ୍ଥିତିକୁ ଦେଖି କର୍ଫ୍ୟୁ ଲାଗୁ କରାଯାଇଥିବା ପ୍ରଶାସନ କହିଛି। ଏଥିସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବିପୁଳ ପରିମାଣର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Advertisment
Communal Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe