ନୂଆଦିଲ୍ଲୀ: ବିଏମଡବ୍ଲୁ କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ। ରବିବାର ବସନ୍ତ କୁଞ୍ଜ ଅଞ୍ଚଳରେ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେରେ ଏକ ବିଏମଡବ୍ଲୁ କାର ଧକ୍କାରେ ଜଣେ ସାଇକଳଷ ଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ପରେ ସାଇକେଲ ଚାଳକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ନେଇ ଏକ ମାମଲା ରୁଜୁ ହୋଇଛି । ବିଏମଡବ୍ଲୁ କାର ଡ୍ରାଇଭରକୁ ଗିରଫ କରାଯାଇଛି। ମୃତ ସାଇକେଲ ଚାଳକ ହେଲେ ହରିୟାଣାର ଗୁରୁଗ୍ରାମ ନିବାସୀ ଶୁଭେନ୍ଦୁ ଚାଟାର୍ଜୀ (୫୦)। କାର ଡ୍ରାଇଭରଙ୍କ କହିବା ଅନୁଯାୟୀ କାର ଚକା ଫାଟିଯିବାରୁ ସେ ଭାରସାମ୍ୟ ହରାଥିଲେ। ଫଳରେ କାରଟି ଶୁଭେନ୍ଦୁଙ୍କ ଉପରେ ମାଡ଼ି ଯାଇଥିଲା। ସେ ନିଜେ ଶୁଭେନ୍ଦୁଙ୍କୁ ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।
National
ବକ୍ସ ଖଟରୁ ବାହାରିଲା ୩ ଭଉଣୀଙ୍କ ମୃତଦେହ, ଚଟାଣରେ ପଡ଼ିଥିଲା ବାପାମା’ଙ୍କ ଶରୀର
ଗୋଟିଏ ବନ୍ଦ ଘରୁ ମିଳିଲା ୫ ମୃତଦେହ। ଘର ବାହାର ପଟୁ ତାଲା ପଡ଼ିଥିଲା ଆଉ ଭିତରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା ବାପାମା’ ଓ ୩ ଝିଅଙ୍କ ମୃତଦେହ।
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।