Advertisment

ବାତ୍ୟାରୁ ଅବପାତର ରୂପ ନେବ 'ଅସାନି', ଆନ୍ଧ୍ରରେ ପ୍ରବଳ ବର୍ଷା

ହାଇଦ୍ରାବାଦ: ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଅସାନି’ ଗତ ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଧିରେ ଧିରେ ଦୁର୍ବଳ ହୋଇଛି। ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ଏହା ମଛଲିପାଟନମ୍ ପାଖରୁ ପ୍ରାୟ ୪୦ କିମି ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା କ୍ରମଶ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ମଧ୍ୟାହ୍ନରୁ ସଂଧ୍ୟା ମଧ୍ୟରେ ଏହା ଉତ୍ତର, […]

୫ରୁ ପ୍ରବଳ ଛେଚିବ, ସତର୍କ କଲା ପାଣିପାଗ ବିଭାଗ

Rain

Advertisment

ହାଇଦ୍ରାବାଦ: ସିଭିୟର ସାଇକ୍ଲୋନିକ ଷ୍ଟର୍ମ 'ଅସାନି' ଗତ ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଧିରେ ଧିରେ ଦୁର୍ବଳ ହୋଇଛି। ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ଏହା ମଛଲିପାଟନମ୍ ପାଖରୁ ପ୍ରାୟ ୪୦ କିମି ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା କ୍ରମଶ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ମଧ୍ୟାହ୍ନରୁ ସଂଧ୍ୟା ମଧ୍ୟରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ନରସାପୁର, କାକିନାଡ଼ା, ୟାନମ ଓ ଟୁନି ମଧ୍ୟ ଦେଇ ଗତି କରିବ।

Advertisment

ରାତିରେ ପୁଣି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତହେବ। ତା ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଯାତ୍ରା କରିବ। ଆଜି ରାତିରେ ଏହା ଆହୁରି ଦୁର୍ବଳ ହୋଇ ଡିପ୍ ଡିପ୍ରେସନ ବା ଗଭୀର ଅବପାତ ଓ ଆସନ୍ତାକାଲି ସକାଳ ସୁଦ୍ଧା ଡିପ୍ରେସନ ବା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳର ମଛଲିପାଟନମଠାରୁ ଟୁନି ମଧ୍ୟରେ ସମୁଦ୍ରରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଛି। ଆସନ୍ତାକାଲି ସକାଳ ବେଳକୁ ପବନର ବେଗ କମିଯାଇ ୪୫ରୁ ୫୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପବନର ବେଗ ୪୦ରୁ ୫୦ ଘଣ୍ଟା ରହିବ। କାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ରହିପାରେ।

Advertisment

ସେପଟେ ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ବିଶାଖାପାଟନାରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି।

ମାନ୍ୟମ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ଉପକୂଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଗୋଦାବରୀରେ ପ୍ରବଳ ବର୍ଷା ପବନ ଲାଗି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe