ପେଗାସସ୍‌ ଟାର୍ଗେଟ ଲିଷ୍ଟରେ ଦଲାଇଲାମାଙ୍କ ପରାମର୍ଶଦାତା!

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଘନିଷ୍ଠ ପରାମର୍ଶଦାତାମାନଙ୍କ ଫୋନ ନମ୍ବର ସ୍ପାଇୱେୟାର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ରହିଥିବା ଜଣାପଡ଼ିଛି। ଗୁଇନ୍ଦାଗିରି କରାଯିବାକୁ ଥିବା ଲୋକଙ୍କ ତାଲିକାରୁ ଦଲାଇଲାମାଙ୍କ ପରାମର୍ଶଦାତାମାନଙ୍କ ନମ୍ବର ମିଳିଛି। ହେଲେ ସେମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି କି ନାହିଁ, ସେକଥା ଜଣାପଡ଼ିନି। ନ୍ୟୁଜ ୱେବସାଇଟ ଦ ୱେୟାର ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ସ୍ପାଇୱେୟାର ପେଗାସସ୍‌କୁ ନିର୍ମାଣ କରିଥିବା ସଂସ୍ଥା କେବଳ ସରକାରୀ ଏଜେନ୍ସିକୁ ଏହା ବିକ୍ରି କରିଥାଏ। ତେଣୁ କେଉଁ […]

Dalai Lama

Dalai Lama

Hemant Lenka
  • Published: Thursday, 22 July 2021
  • Updated: 22 July 2021, 10:31 PM IST

Sports

Latest News

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଘନିଷ୍ଠ ପରାମର୍ଶଦାତାମାନଙ୍କ ଫୋନ ନମ୍ବର ସ୍ପାଇୱେୟାର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ରହିଥିବା ଜଣାପଡ଼ିଛି। ଗୁଇନ୍ଦାଗିରି କରାଯିବାକୁ ଥିବା ଲୋକଙ୍କ ତାଲିକାରୁ ଦଲାଇଲାମାଙ୍କ ପରାମର୍ଶଦାତାମାନଙ୍କ ନମ୍ବର ମିଳିଛି। ହେଲେ ସେମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି କି ନାହିଁ, ସେକଥା ଜଣାପଡ଼ିନି।

ନ୍ୟୁଜ ୱେବସାଇଟ ଦ ୱେୟାର ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ସ୍ପାଇୱେୟାର ପେଗାସସ୍‌କୁ ନିର୍ମାଣ କରିଥିବା ସଂସ୍ଥା କେବଳ ସରକାରୀ ଏଜେନ୍ସିକୁ ଏହା ବିକ୍ରି କରିଥାଏ। ତେଣୁ କେଉଁ ସରକାର ପେଗାସସ୍‌କୁ ଦଲାଇଲାମାଙ୍କ ଉପରେ ଗୁଇନ୍ଦାଗିରି କରିବାକୁ ବ୍ୟବହାର କରୁଥିଲା, ତା’ହା ଜଣାପଡ଼ିନି।

ଦଲାଇଲାମାଙ୍କ ପରାମର୍ଶଦାତାମାନଙ୍କ ବାଦ ଅନ୍ୟ ବୌଦ୍ଧ ଧର୍ମଗୁରୁ, ଏକାଧିକ ତିବ୍ଦତୀୟ ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କ ଫୋନ ନମ୍ବର ମଧ୍ୟ ସମ୍ଭାବ୍ୟ ହ୍ୟାକ କରାଯିବାକୁ ଥିବା ତାଲିକାରେ ରହିଛି। ଏହି ନମ୍ବରଗୁଡ଼ିକ ୨୦୧୭ ଶେଷ ଭାଗରୁ ୨୦୧୯ ଯାଏ ମନିଟରିଂ କରିବାକୁ ଲିକ୍‌ ଦସ୍ତାବିଜ୍‌ରେ ସର୍କଲ କରାଯାଇଛି।

ପ୍ରକୃତରେ ଏହାକୁ ମନିଟରିଂ କରାଯାଇଛି କି, ସେକଥା ଦ ୱେୟାର ଜାଣିବାକୁ ପାଇନାହିଁ। କେବଳ ଫରେନ୍ସି ଯାଞ୍ଚ ଦ୍ୱାରା ତାଲିକାରେ ଥିବା ଫୋନ ନମ୍ବରଗୁଡ଼ିକ ପେଗାସସ୍‌ ଦ୍ୱାରା ହ୍ୟାକ କରାଯାଇଛି କି ନାହିଁ, ସେକଥା ଜଣାପଡ଼ିବ।

ଏହାପୂର୍ବରୁ ଏହି ସମ୍ଭାବ୍ୟ ହ୍ୟାକ୍‌ ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର, ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ପୂର୍ବତନ ନିର୍ବାଚନ କମିଶନ ଅଶୋକ ଲାଭସା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୪୦ରୁ ଅଧିକ ସାମ୍ବାଦିକ, ସାମାଜିକ କର୍ମୀ ଓ ବିଚାରପତିଙ୍କ ଫୋନ ନମ୍ବର ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳେଇଥିଲେ। ଅନୁସନ୍ଧାନର ଲକ୍ଷ୍ୟଥିଲା ପେଗାସସ୍‌ କେଉଁମାନଙ୍କ ବିରୋଧରେ ଗୁଇନ୍ଦାଗିରି କରୁଛି ତାହା ଲୋକଲୋଚନକୁ ଆଣିବା।

ଏହି ମିଶନରେ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର।

ମିଳିଥିବା ସୂଚନା ଅନୁସାରେ ବିଶ୍ୱର ସହସ୍ରାଧିକ ଫୋନ୍‌ ନମ୍ବର ଉପରେ ପେଗାସସ୍‌ କାର୍ଯ୍ୟ କରୁଛି। ସେଥିରୁ କେଉଁ କେଉଁ ଫୋନ୍‌ର ତଥ୍ୟ ପେଗାସସ୍‌ ଚୋରେଇ ନେଇଛି ବା ହ୍ୟାକ୍‌ କରିଛି ତାହା ଜାଣିବାକୁ ହେଲେ ସେସବୁ ଫୋନ୍‌ ଓ ପେଗାସସ୍‌ ତଥ୍ୟର ଡିଜିଟାଲ୍‌ ଫୋରେନ୍ସିକ ଯାଞ୍ଚ ଦରକାର।

ତେବେ ତଦନ୍ତ ସମୟରେ ଏଭଳି ୩୭ ଫୋନ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଫୋନ୍‌ ମଧ୍ୟରେ ଭାରତର ୯ଟି ଆଇଫୋନ୍‌ ଓ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story