Advertisment

କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କ ୧.୫ ଏକର ଫାର୍ମ ହାଉସ ସିଲ୍‌

ଗୁରୁଗ୍ରାମ: ସିଲ୍‌ ହେଲା କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କ ଫାର୍ମା ହାଉସ। ସୋହନାର ଦମଦମ ହ୍ରଦ ନିକଟରେ ଥିବା ପଞ୍ଜାବୀ ସିଙ୍ଗର ଦଲେରଙ୍କ ୧.୫ ଏକର ବିଶିଷ୍ଟ ଫାର୍ମ ହାଉସକୁ ସିଲ୍‌ କରିଛି ଡିର୍ପାଟମେଣ୍ଟ ଅଫଥ ଟାଉନ ଓ କଣ୍ଟ୍ରୀ ପାଲିଂ ବା ଡିଟିସିପି। ଏଠାରେ ବେଆଇନ ଭାବେ ତିଆରି ହୋଇଥିବା ୩ଟି ଯାକ ଫାର୍ମ ସିଲ୍‌ କରାଯାଇଛି। ଏହା ମଧ୍ୟରେ ଦଲେରଙ୍କ ଗୋଟିଏ ଫାର୍ମ ହାଉସ ରହିଛି। ଜିଲ୍ଲା ଟାଉନ ପ୍ଲାନର ଅମିତ ମାଧୋଲିଆ କହିଛନ୍ତ, ହ୍ରଦର […]

କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କ ୧.୫ ଏକର ଫାର୍ମ ହାଉସ ସିଲ୍‌

Daler-mehandi

Advertisment

ଗୁରୁଗ୍ରାମ: ସିଲ୍‌ ହେଲା କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କ ଫାର୍ମା ହାଉସ। ସୋହନାର ଦମଦମ ହ୍ରଦ ନିକଟରେ ଥିବା ପଞ୍ଜାବୀ ସିଙ୍ଗର ଦଲେରଙ୍କ ୧.୫ ଏକର ବିଶିଷ୍ଟ ଫାର୍ମ ହାଉସକୁ ସିଲ୍‌ କରିଛି ଡିର୍ପାଟମେଣ୍ଟ ଅଫଥ ଟାଉନ ଓ କଣ୍ଟ୍ରୀ ପାଲିଂ ବା ଡିଟିସିପି। ଏଠାରେ ବେଆଇନ ଭାବେ ତିଆରି ହୋଇଥିବା ୩ଟି ଯାକ ଫାର୍ମ ସିଲ୍‌ କରାଯାଇଛି। ଏହା ମଧ୍ୟରେ ଦଲେରଙ୍କ ଗୋଟିଏ ଫାର୍ମ ହାଉସ ରହିଛି।

Advertisment

ଜିଲ୍ଲା ଟାଉନ ପ୍ଲାନର ଅମିତ ମାଧୋଲିଆ କହିଛନ୍ତ, ହ୍ରଦର ଉପକୂଳବର୍ତ୍ତୀ ଅଞ୍ଚଳରେ ବେଆଇନ ଓ ବିନା ଅନୁମତି କିଛି ଫାର୍ମ ହାଉସ ତିଆରି କରାଯାଇଥିଲା। ତେଣୁ ସେଠାରେ ଥିବା ସମସ୍ତ ୩ଟି ଯାକ ଫାର୍ମ ହାଉସକୁ ସିଲ କରାଯାଇଛି। ଆରାଭଲି ରେଞ୍ଜରେ ବିନା ଅନୁମତିରେ ନିର୍ମାଣ କାମ କରାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

ସୋନିଆ ଘୋଷ ବନାମ ହରିଆଣା ସରକାରଙ୍କ ମଧ୍ୟରେ ଚାଲିଥିବା ମାମଲାରେ ଏନଜିଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ କମ ସିଲ୍ କାମ କରାଯାଇଛି। ଏଥିରେ ପୁଲିସ୍‌ ଫୋର୍ସ ମଧ୍ୟ ସହାୟତା କରିଛି ବୋଲି ସେ କହିଛନ୍ତି।

Advertisment

ଡିଟିପି ମାଧୋଲିଆଙ୍କ ନେତୃତ୍ୱରେ ଏଟିପି ସୁମିତ ମଲିକ, ଦୀନେଶ ସିଂହ, ରୋହନ ଓ ଶୁଭମଙ୍କ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଫାର୍ମ ହାଉସଗୁଡ଼ିକୁ ସିଲ କରିଛନ୍ତି। ଏହି ସମୟରେ ସୋହନାର ଡ୍ୟୁଟି ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ। ସଦର ସୋହନା ଷ୍ଟେସନ ହାଉସ ଅଫିସରଙ୍କ ନେତୃତ୍ୱରେ ଗୋଟିଏ ଟିମ ମଧ୍ୟ ଘଟଣା ସ୍ଥଳରେ ରହିଥିଲେ।

ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନରଖି କହିଛି ଯେ ସିଲ ହୋଇଥିବା ୩ଟି ଯାକ ଫାର୍ମ ହାଉସ ମଧ୍ୟରୁ ଗୋଟିଏ ଦଲେର ମେହନ୍ଦିଙ୍କ ନାଁରେ ରହିଥିଲା। ଏହା ୧.୫ ଏକର ଜମିରେ ବେଶ ରାଜକୀୟ ଷ୍ଟାଇଲରେ ତିଆରି କରାଯାଇଥିଲା।

ଅନ୍ୟପକ୍ଷରେ ଦଲେର ମେହନ୍ଦି ୨୦୦୩ ମସିହା ମାନବ ଚାଲାଣ ମାମଲାରେ ୨ ବର୍ଷ ଜେଲଦଣ୍ଡ ପାଇଛନ୍ତି। ପଞ୍ଜାବ ବେଡା ଗାଁର ବକ୍ସିସ ସିଂହଙ୍କ ଅଭିଯୋଗ ଆଧାରରେ ଦଲେର ମେହେନ୍ଦି ଓ ତାଙ୍କ ଭାଇ ଶମସେର ମେହେନ୍ଦି ଓ ବୁଲବୁଲ ମେହେଟାଙ୍କ ବିରୋଧରେ ବିଦେଶକୁ ମାନବ ଚାଲାଣ କରିବାକୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଦଲେର ମେହେନ୍ଦି ଓ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା ରୁଜୁ କରାଯାଇଥିଲା।

୨୦୧୮ରେ ତାଙ୍କୁ ଏଥିପାଇଁ ଦୁଇ ବର୍ଷର ଜେଲଦଣ୍ଡ ମିଳିଥିଲା। ତେବେ ସେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଚଳିତ ବର୍ଷ ଜୁଲାଇ ୧୪ରେ ଏହି ଦଣ୍ଡାଦେଶ କାଏମ ରହିବାରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ମେଡିକାଲ ଟେଷ୍ଟ ହୋଇଥିଲା ଓ ତାଙ୍କୁ ପଟିଆଲାର କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ଜେଲରେ ପ୍ରବେଶ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe