ବାତ୍ୟା ‘ୟାସ୍‌’ରେ ପରିଣତ ହେଲା ଗଭୀର ଅବପାତ, ୨୬ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫.୩୦ରେ ବାତ୍ୟାର ରୂପ ନେଇଛି। ଏହାର ନାଁ ୟାସ ରହିଛି। ବାତ୍ୟା ୟାସ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ଏହାପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ଗତ ୬ ଘଣ୍ଟା ହେଲା ୟାସ ସ୍ଥିର ରହି ଶକ୍ତି ସଞ୍ଚୟ କରୁଥିବା ଜଣାପଡ଼ିଛି। ଏବେ ଏହା ପୂର୍ବଭଳି ପୋର୍ଟ ବ୍ଲେୟାର ଠାରୁ ୬୦୦ କିମି, ପାରାଦୀପ ଠାରୁ […]

Cyclone1

Cyclone1

Hemant Lenka
  • Published: Monday, 24 May 2021
  • Updated: 24 May 2021, 02:38 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫.୩୦ରେ ବାତ୍ୟାର ରୂପ ନେଇଛି। ଏହାର ନାଁ ୟାସ ରହିଛି। ବାତ୍ୟା ୟାସ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ଏହାପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ଗତ ୬ ଘଣ୍ଟା ହେଲା ୟାସ ସ୍ଥିର ରହି ଶକ୍ତି ସଞ୍ଚୟ କରୁଥିବା ଜଣାପଡ଼ିଛି।

ଏବେ ଏହା ପୂର୍ବଭଳି ପୋର୍ଟ ବ୍ଲେୟାର ଠାରୁ ୬୦୦ କିମି, ପାରାଦୀପ ଠାରୁ ୫୪୦ କିମି, ବାଲେଶ୍ୱର ଠାରୁ ୬୫୦ କିମି ଓ ପଶ୍ଚିମବଙ୍ଗର ଦିଘା ଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ୟାସ ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଓ ଆସନ୍ତା ୨୪ ଘଣ୍ଟା ପରେ ଭୀଷଣ ବାତ୍ୟାର ରୂପ ନେବ। ଏହାର ୨୪ ଘଣ୍ଟା ପରେ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

 

ଏହି ସମୟରେ ଏହା ଆହୁରି ଘନୀଭୂତ ହେବାର ଆଶଙ୍କା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ୟାସ ଓଡ଼ିଶାର ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଲ୍ୟାଣ୍ଡଫଲ ବେଳେ ଏହା ଅତି ଭୀଷଣ ବାତ୍ୟାର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ବିଭାଗର ସୂଚନା ଅନୁଯାୟୀ, ଅତି ଭୀଷଣ ବାତ୍ୟା ୟାସ ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବାର ଆଶଙ୍କା ରହିଛି। ପୂର୍ବରୁ ଏହା ସନ୍ଧ୍ୟାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଇଥିଲା। ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବାକୁ ଥିଲେ ହେଁ ଏହାର ପ୍ରଭାବ ବିଳମ୍ବିତ ସନ୍ଧ୍ୟା ଯାଏ ଦେଖିବାକୁ ମିଳିବ।

ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ୧୮୦ କିମି ମଧ୍ୟ ଛୁଇଁପାରେ। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଥିବା ୟାସ ପ୍ରଭାବରେ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିମି ରହିଛି। ୧୧.୩୦ ବେଳକୁ ଏହା ୭୦ରୁ ୮୦ କିମି ହେବ। ଦିନ ୧୧.୩୦ରେ ବାତ୍ୟା ୟାସ ଭୀଷଣ ରୂପ ଧାରଣ କରିବା ପରେ ପବନର ବେଗ ୯୦ରୁ ୧୦୦ କିମିରେ ପହଞ୍ଚିବ। ରାତି ୧୧.୩୦ ବେଳକୁ ଏହା ବଢ଼ି ୧୧୦ରୁ ୧୨୦ କିମି ହୋଇଯିବ।

୨୫ ତାରିଖ ସକାଳେ ଏହା ଅତି ଭୀଷଣ ରୂପ ଧାରଣ କରିବ। ତେଣୁ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୫ କିମି ରହିବ। ସନ୍ଧ୍ୟା ୫.୩୦ ବେଳକୁ ପବନର ବେଗ ବଢ଼ି ୧୪୫ରୁ ୧୫୫ କିମି ଛୁଇଁବ। ୨୬ ତାରିଖ ଭୋର ୫.୩୦ରେ ଅତି ଭୀଷଣ ରୂପ ଧାରଣ କରି ସାରିଥିବା ୟାସର ପ୍ରଭାବରେ ୧୫୫ରୁ ୧୬୫ କିମି ବେଳେବେଳେ ପବନର ବେଗ ୧୮ର କିମି ଛୁଇଁବ ବୋଲି ବିଭାଗ ଆକଳନ କରିଛି। ଏଭଳି ଅବସ୍ଥାରେ ହିଁ ୟାସ ସ୍ଥଳଭାଗ ଛୁଇଁବ।

ବାତ୍ୟା ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଅତି ପ୍ରବଳ ବର୍ଷା ହେବ। ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୭ ତାରିଖରେ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ଆହୁରି କହିଛି ଯେ ୨୬ ତାରିଖରେ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ସବୁଠୁ ଅଧିକ ବର୍ଷା ହେବ ଏବଂ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅଳ୍ପ କେତେକ ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ।
ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୭ ତାରିଖରେ ଏହି ବର୍ଷାର ପରିମାଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କମିଯିବ। କେବଳ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଆଇଏମ୍‌ଡିର ଆକଳନ ଅନୁଯାୟୀ, ପବନର ବେଗ ଯାହା ସେଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ। ଆଜବେଷ୍ଟସ, କଚ୍ଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି। ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos