Advertisment

ଜାମିନ ପାଇବାର କିଛି ସମୟ ପରେ ପୁଣିଥରେ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାମିନ ପାଇବାର କିଛି ଘଣ୍ଟା ପରେ ପୁଣିଥରେ ଗିରଫ ହେଲେ ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁ। ଦିଲ୍ଲୀ ପୁଲିସ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଏଫଆଇଆର ଆଧାର (ଏଏସଆଇ)ରେ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି। ଦୀପ ସିଦ୍ଧୁ ଲାଲ କିଲ୍ଲା ଉପରେ ଚଢ଼ି ଐତିହ୍ୟକୁ ନଷ୍ଟ କରିଥିଲେ ବୋଲି ଏଏସଆଇ ଏଫଆଇଆର ଦାଖଲ କରିଥିଲା। କୃଷି ଆଇନକୁ ବିରୋଧ କରି ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ହୋଇଥିଲା। ଏହି ଅବସରରେ ହିଂସା ହୋଇଥିଲା। […]

ଜାମିନ ପାଇବାର କିଛି ସମୟ ପରେ ପୁଣିଥରେ ଦୀପ ସିଦ୍ଧୁ ଗିରଫ

deep-sidhu

Advertisment

ନୂଆଦିଲ୍ଲୀ: ଜାମିନ ପାଇବାର କିଛି ଘଣ୍ଟା ପରେ ପୁଣିଥରେ ଗିରଫ ହେଲେ ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁ। ଦିଲ୍ଲୀ ପୁଲିସ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଏଫଆଇଆର ଆଧାର (ଏଏସଆଇ)ରେ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି। ଦୀପ ସିଦ୍ଧୁ ଲାଲ କିଲ୍ଲା ଉପରେ ଚଢ଼ି ଐତିହ୍ୟକୁ ନଷ୍ଟ କରିଥିଲେ ବୋଲି ଏଏସଆଇ ଏଫଆଇଆର ଦାଖଲ କରିଥିଲା।

Advertisment

କୃଷି ଆଇନକୁ ବିରୋଧ କରି ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ହୋଇଥିଲା। ଏହି ଅବସରରେ ହିଂସା ହୋଇଥିଲା। ଦିଲ୍ଲୀ ପୁଲିସ ଏହି ମାମଲାରେ ଗିରଫ କରିଥିଲା ଦୀପ ସିଦ୍ଧୁଙ୍କୁ। ଆଜି ଏହି ମାମଲାରେ ଦିଲ୍ଲୀର ସ୍ଥାନୀୟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

କୋର୍ଟରେ ଶୁଣାଣି ବେଳେ ଦୀପ ସିଦ୍ଧୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ଗତ ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଉ ଏପ୍ରିଲ୍ ୧୭ରେ ରାୟ ଶୁଣାଣି ହେବ ବୋଲି କହିଥିଲେ।

Advertisment

କୋର୍ଟ କହିଛନ୍ତି ଯେ ସିଦ୍ଧୁଙ୍କୁ ତାଙ୍କ ପାସପୋର୍ଟକୁ ତଦନ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ। ପ୍ରତି ୧୫ ଦିନରେ ଥରେ ତଦନ୍ତକାରୀ ଟିମ୍ ଡାକିଲେ ତାଙ୍କୁ ସେଠାରେ ହାଜର ହେବାକୁ ପଡ଼ିବ। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଦୀପ ସିଦ୍ଧୁ କୌଣସି ସାକ୍ଷୀ କିମ୍ବା ପ୍ରମାଣ ସହିତ ଟାମ୍ପରିଂ କରିପାରିବେ ନାହିଁ। ଏଥିସହ ଦୀପ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରଖିପାରିବେ ନାହିଁ।

କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। କିଛି ବିକ୍ଷୋଭକାରୀ ଟ୍ରାକ୍ଟର ଧରି ଲାଲକିଲ୍ଲାରେ ପ୍ରବେଶ କରିଥିଲେ। ଭିଡିଓ ଅନୁଯାୟୀ, ଦୀପ ସିଦ୍ଧୁ ମଧ୍ୟ ଲାଲକିଲ୍ଲାରେ ସେହି ସମୟରେ ଉପସ୍ଥିତ ଥଲେ।

Deep Sidhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe