Advertisment

ଗଣତନ୍ତ୍ର ଦିବସରେ ହିଂସା, ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କୁ ତିସ ହଜାରୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟରେ ଶୁଣାଣି ବେଳେ ଦୀପ ସିଦ୍ଧୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ଗତ ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଉ ଏପ୍ରିଲ୍ ୧୭ରେ ରାୟ ଶୁଣାଣି ହେବ ବୋଲି କହିଥିଲେ। […]

ଅଦ୍ୟତନ ହୋଇଛି
ଅଭିନେତା ଦୀପ ସିଦ୍ଧୁ ଗିରଫ

deep-sidhu

Advertisment

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କୁ ତିସ ହଜାରୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟରେ ଶୁଣାଣି ବେଳେ ଦୀପ ସିଦ୍ଧୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ଗତ ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଉ ଏପ୍ରିଲ୍ ୧୭ରେ ରାୟ ଶୁଣାଣି ହେବ ବୋଲି କହିଥିଲେ।

Advertisment

ତିସ ହଜାରୀ କୋର୍ଟ ଦୀପ ସିଦ୍ଧୁଙ୍କୁ ଜାମିନ ଦେବା ବ୍ୟତୀତ କିଛି ପ୍ରତିବନ୍ଧକ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ସିଦ୍ଧୁଙ୍କୁ ତାଙ୍କ ପାସପୋର୍ଟକୁ ତଦନ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ। ପ୍ରତି ୧୫ ଦିନରେ ଥରେ ତଦନ୍ତକାରୀ ଟିମ୍ ଡାକିଲେ ତାଙ୍କୁ ସେଠାରେ ହାଜର ହେବାକୁ ପଡ଼ିବ। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଦୀପ ସିଦ୍ଧୁ କୌଣସି ସାକ୍ଷୀ କିମ୍ବା ପ୍ରମାଣ ସହିତ ଟାମ୍ପରିଂ କରିପାରିବେ ନାହିଁ। ଏଥିସହ ଦୀପ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରଖିପାରିବେ ନାହିଁ।

ଲାଲ କିଲ୍ଲା ହିଂସାରେ ଦାଖଲ ହୋଇଥିବା ଏଫ୍ଆଇଆରରେ ପୁଲିସ୍ କହିଛି ଯେ ବିକ୍ଷୋଭ କାରୀମାନେ ଦୁଇଟି କନଷ୍ଟେବଳଙ୍କ ଠାରୁ ୨୦ଟି କାର୍ଟ୍ରିଜ ଥିବା ଦୁଇଟି ମାଗାଜିନ ଛଡ଼ାଇ ନେଇଥିଲେ।

Advertisment

ଜାନୁଆରୀ ୨୬ରେ କଣ ହୋଇଥିଲା?

କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। କିଛି ବିକ୍ଷୋଭକାରୀ ଟ୍ରାକ୍ଟର ଧରି ଲାଲକିଲ୍ଲାରେ ପ୍ରବେଶ କରିଥିଲେ। ଭିଡିଓ ଅନୁଯାୟୀ, ଦୀପ ସିଦ୍ଧୁ ମଧ୍ୟ ଲାଲକିଲ୍ଲାରେ ସେହି ସମୟରେ ଉପସ୍ଥିତ ଥଲେ।

ବିକ୍ଷୋଭକାରୀ ଲାଲକିଲ୍ଲାରେ ପ୍ରବେଶ କରି ଏହାର ପାଚେରୀରେ ଚଢ଼ି ଯାଇଥିଲେ। ଶେଷରେ ଶିଖ୍‌ ପତାକା ମଧ୍ୟ ଲାଲକିଲ୍ଲା ଉପରେ ଉଡ଼ାଇଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ପୁଲିସ୍‌ ଦୀପ ସିଦ୍ଧୁଙ୍କୁ ଫେବୃଆରୀ ୯ରେ ହରିଆଣାର କରନାଲରୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା।

ପୁଲିସ୍ କହିଥିଲା ଯେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡକୁ ଉସକାଇବା ପଛରେ ଦୀପ ସିଦ୍ଧୁ ହିଁ ଥିଲା। ପୁଲିସ୍‌ ଗିରଫ କରିବା ପରେ ତାଙ୍କୁ ଏହି ସମୟରେ ଜେରା କରି ଅନେକ ତଥ୍ୟ ହାସଲ କରିଥିଲା।

Republic Day 2021 Deep Sidhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe