Advertisment

'ଅପରେସନ୍‌ ଲୋଟସ୍‌' ବନାମ 'ଦୁର୍ନୀତି', କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ବନାମ ବିଜେପି। ଦିଲ୍ଲୀରେ ଚାଲିଛି ଅପରେସନ୍‌ ଲୋଟସ୍‌ ଭର୍ସେସ୍‌ ଦୁର୍ନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍‌। ଦିଲ୍ଲୀରେ ଆପ୍‌ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଦାବି ଭିତରେ ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଶ୍ୱାସ ପ୍ରସ୍ତାବ ବେଳେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି କେଜ୍ରିୱାଲ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଆପ୍‌ର ସମସ୍ତ […]

author-image
Madhupriya Mistry
ଅଦ୍ୟତନ ହୋଇଛି
'ଅପରେସନ୍‌ ଲୋଟସ୍‌' ବନାମ 'ଦୁର୍ନୀତି', କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ

Kejriwal

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ବନାମ ବିଜେପି। ଦିଲ୍ଲୀରେ ଚାଲିଛି ଅପରେସନ୍‌ ଲୋଟସ୍‌ ଭର୍ସେସ୍‌ ଦୁର୍ନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍‌। ଦିଲ୍ଲୀରେ ଆପ୍‌ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଦାବି ଭିତରେ ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଶ୍ୱାସ ପ୍ରସ୍ତାବ ବେଳେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି କେଜ୍ରିୱାଲ।

Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଆପ୍‌ର ସମସ୍ତ ବିଧାୟକ ଓ କର୍ମକର୍ତ୍ତା ପୂରା ସଚ୍ଚୋଟ। ବିଶ୍ୱାସ ପ୍ରସ୍ତାବ ଜରିଆରେ ଆମେ ଏହା ପ୍ରମାଣିତ କରିବାକୁ ଚାହୁଁଛୁ। ମଧ୍ୟପ୍ରଦେଶ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଅପରେସନ୍ ଲୋଟସ୍ ସଫଳ ହୋଇଥିଲା, କିନ୍ତୁ ଦିଲ୍ଲୀରେ ଏହା ବିଫଳ ହୋଇଛି। ବିଜେପି ଆମର ବିଧାୟକ କିଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା କିନ୍ତୁ ଆମର ଜଣେ ବି ବିଧାୟକ ବିକ୍ରି ହୋଇନଥିବା କଥା ଆମେ ଶକ୍ତି ପ୍ରଦର୍ଶନ କରି ପ୍ରମାଣିତ କରିବୁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, 'ବିଧାୟକମାନଙ୍କୁ AAP ଛାଡି ବିଜେପିରେ ଯୋଗଦେବା ପାଇଁ ପ୍ରତ୍ୟେକଙ୍କୁ ୨୦ କୋଟି ଲେଖାଏଁ ଅଫର୍‌ ଦିଆଯାଇଥିଲା କିନ୍ତୁ ଏହି ଅପରେସନ୍ ଲୋଟସ୍ ବିଫଳ ହୋଇଥିଲା। ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ବିରୋଧୀ ଦାୟିତ୍ୱହୀନ ମନୋଭାବ ଦେଖାଉଛି। ସେମାନେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି, କେବଳ ନାଟକ କରିବାକୁ ଚାହୁଁଛନ୍ତି।'

Advertisment

କେଜ୍ରିୱାଲ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଉଠାଇ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି ଦରଦାମ୍‌ ବୃଦ୍ଧି ହେତୁ ସମଗ୍ର ଦେଶର ଲୋକମାନେ ହଇରାଣ ହୋଉଛନ୍ତି, ସେମାନଙ୍କ ଘର ଚାଲୁ ନାହିଁ। ଅନେକ ଲୋକ ଗୋଟିଏ ପନିପରିବା କିଣିବା କମାଇ ସାରିଲେଣି। ଅଧିକାଂଶ ଲୋକ କ୍ଷୀର ନେବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଅନେକ ଲୋକ ଭାବୁଛନ୍ତି ଯେ, ଦରଦାମ୍‌ ବୃଦ୍ଧି ଆପେ ଆପେ ହେଉଛି କିନ୍ତୁ ବିଜେପି ଓ କେନ୍ଦ୍ର ସରକାର ଯେଉଁ ଟ୍ୟାକ୍ସ ଲଗାଉଛି ସେଥିରୁ ବୃଦ୍ଧି ଘଟୁଛି। ଟ୍ୟାକ୍ସ ଜରିଆରେ ଯେଉଁ ଟଙ୍କା ଆସୁଛି ତାହା କୁଆଡେ ଯାଉଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ସେପଟେ କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ ପୂର୍ବରୁ ବିଜେପି ବିଧାନସଭାରେ ଜୋରଦାର ହଙ୍ଗାମା କରିଛି। ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି। ଏହାପରେ ବାଚସ୍ପତି ସେମାନଙ୍କୁ ମାର୍ଶଲ ଆଉଟ୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଟ୍ରଷ୍ଟ ଭୋଟ୍ ରଖିବାକୁ ପ୍ରସ୍ତାବ AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା, କାରଣ ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ତାଙ୍କ ଦଳରେ କୌଣସି ଫାଟ ନାହିଁ। ଗତ ସପ୍ତାହରେ ଆପ୍‌ର ବୈଠକରେ ୫୩ ବିଧାୟକ ସାମିଲ ହେବା ପରେ ଏହାକୁ ନେଇ ବିଜେପି ଅଭିଯୋଗ ଆଣିଥିଲା ଯେ ଆପ୍ ସରକାରର ବହୁମତ ନାହିଁ। ୭୦ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ ୬୨ ବିଧାୟକ ଥିବା ବେଳ ବିଜେପି ପାଖରେ ଅଛନ୍ତି ମାତ୍ର ୮ ବିଧାୟକ।