Advertisment

ରାଜଧାନୀରେ ଅନଲାଇନ୍‌ ବାଣ ବିକ୍ରି ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ: ଅନଲାଇନ୍‌ରେ ବାଣ ବିକ୍ରି ଉପରେ ଲାଗିଲା ରୋକ। ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଅନଲାଇନ୍‌ ବାଣ ବିକ୍ରିକୁ ନିଷେଧ କରିଛନ୍ତି ଦିଲ୍ଲୀ ସରକାର । ଏଥିସହିତ  ସବୁ ପ୍ରକାର ବାଣ ଉତ୍ପାଦନ , ସଂରକ୍ଷଣ ଏବଂ ସେଲକୁ ସମ୍ପୂର୍ଣ୍ଣ ଭାବେ ବାରଣ  କରାଯାଇଛି। ଦିଲ୍ଲୀ ପରିବେଶମନ୍ତ୍ରୀ  ଗୋପାଲ ରାୟ କହିଛନ୍ତି ଯେ,  ଖୁବ ଶୀର୍ଘ ଏକ ଆକ୍ସନ ପ୍ଲାନ ଆସିବା। ବାଣକୁ ସମ୍ପୂର୍ଣ୍ଣ ବାରଣ ପାଇଁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । […]

ରାଜଧାନୀରେ ଅନଲାଇନ୍‌ ବାଣ ବିକ୍ରି ଉପରେ ଲାଗିଲା ରୋକ୍‌

delhi

Advertisment

ନୂଆଦିଲ୍ଲୀ: ଅନଲାଇନ୍‌ରେ ବାଣ ବିକ୍ରି ଉପରେ ଲାଗିଲା ରୋକ। ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଅନଲାଇନ୍‌ ବାଣ ବିକ୍ରିକୁ ନିଷେଧ କରିଛନ୍ତି ଦିଲ୍ଲୀ ସରକାର । ଏଥିସହିତ  ସବୁ ପ୍ରକାର ବାଣ ଉତ୍ପାଦନ , ସଂରକ୍ଷଣ ଏବଂ ସେଲକୁ ସମ୍ପୂର୍ଣ୍ଣ ଭାବେ ବାରଣ  କରାଯାଇଛି। ଦିଲ୍ଲୀ ପରିବେଶମନ୍ତ୍ରୀ  ଗୋପାଲ ରାୟ କହିଛନ୍ତି ଯେ,  ଖୁବ ଶୀର୍ଘ ଏକ ଆକ୍ସନ ପ୍ଲାନ ଆସିବା। ବାଣକୁ ସମ୍ପୂର୍ଣ୍ଣ ବାରଣ ପାଇଁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଦିଲ୍ଲୀର ପ୍ରଦୂଷଣ ମାତ୍ରା ଉତ୍କଟ ହେଉଥିବାରୁ ସରକାର ଏହାର ମୁକକାବିଲା ପାଇଁ ତତ୍ପର ହୋଇଛନ୍ତି।  ଦିଲ୍ଲୀ ଲୋକଙ୍କୁ ରକ୍ଷା ପାଇଁ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି ।

Advertisment

ଗତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ତିଆରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା।  ଚଳିତ ବର୍ଷ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି। ଏବର୍ଷ ଅନଲାଇନ୍‌ ବାଣ ବେପାରକୁ ବନ୍ଦ କରିଛନ୍ତି ସରକାର। ଏହି ନିୟମ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସ୍ତରରେ ଚେତବାନୀ ଦିଆଯାଇଛି ।

ବିଶେଷ କରି ଏହି ନିୟମକୁ କାର୍ଯ୍ୟକାରୀ କାରିବା ପାଇଁ ଦିଲ୍ଲୀ ପୁଲିସକୁ ଅଧିକ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ପ୍ରଦୂଷଣ ରୋକିବା ପାଇଁ ନାନା ଚେଷ୍ଟା ସତ୍ତ୍ୱେ କିଛି ଫଳ ହେଉ ନ ଥିବାରୁ ସୁପ୍ରିମ୍‌କୋର୍ଟ ଏହା ଉପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଯେଉଁସବୁ ପଦକ୍ଷେପ ବାବଦରେ ଘୋଷଣା କରିଛନ୍ତି, ତାକୁ କଡ଼ାକଡ଼ି ପାଳନ କରିବାକୁ ଆଦେଶ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe