Advertisment

୭୬ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସର ତାତି ମାର୍ଚ୍ଚରେ ଦେଖିବାକୁ ମିଳିଛି। ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯାହାରି ପଲ୍ଲୀରୁ ଦିଲ୍ଲୀ ଅନୁଭୂତ ହେଉଛି। ଏହାରି ମଧ୍ୟରେ ହୋଲି ଦିନ ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୪୦.୧ ଡିଗ୍ରୀ ସେଲସିୟସ ଛୁଇଁଛି। ଯାହାକି ମାର୍ଚ୍ଚ ମାସରେ ଦୀର୍ଘ ୭୬ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ଆଇଏମଡିର ପ୍ରମୁଖ ଅଧିକାରୀ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି […]

ଅଦ୍ୟତନ ହୋଇଛି
୭୬ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ

summer-heat

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ମେ' ମାସର ତାତି ମାର୍ଚ୍ଚରେ ଦେଖିବାକୁ ମିଳିଛି। ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯାହାରି ପଲ୍ଲୀରୁ ଦିଲ୍ଲୀ ଅନୁଭୂତ ହେଉଛି। ଏହାରି ମଧ୍ୟରେ ହୋଲି ଦିନ ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୪୦.୧ ଡିଗ୍ରୀ ସେଲସିୟସ ଛୁଇଁଛି। ଯାହାକି ମାର୍ଚ୍ଚ ମାସରେ ଦୀର୍ଘ ୭୬ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ଆଇଏମଡିର ପ୍ରମୁଖ ଅଧିକାରୀ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ସଫଦରଜଙ୍ଗରେ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିସ ରେକର୍ଡ କରାଯାଇଛି। ଯାହାକି ସାମାନ୍ୟ ତାପମାତ୍ରାଠାରୁ ୮ ପ୍ରତିଶତ ଅଧିକ। ଅର୍ଥାତ୍ ୩୨ ଡିଗ୍ରୀ ହେଉଛି ଦିଲ୍ଲୀରେ ସାମାନ୍ୟ ତାପମାତ୍ରା।

Advertisment

୧୯୪୫ ମସିହା ମାର୍ଚ୍ଚ ୩୧ରେ ରାଜଧାନୀର ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ବୋଲି ସେ କହିଛନ୍ତି। ପାଣିପାଗ ବିଭାଗ କହିଛି ନଜଫଗଡଢ଼, ନରେଲା, ପିତାମପୁରା ଏବଂ ପୂସାରେ ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟମରୁ ୪୧.୬ ଡିଗ୍ରୀ ରହିଥିବା ସୂଚନା ରହିଛି। ତେବେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୦.୬ ଡିଗ୍ରୀ ରେକର୍ଡ କରାଯାଇଥିବା ସୂଚନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ସମତଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କଲେ କିମ୍ୱା ସ୍ୱାଭାବିକଠାରୁ ଅତି କମରେ ୪.୫ ଡିଗ୍ରୀ ସେଲସିୟସ ଅଧିକ ତାପମାତ୍ରା ହେଲେ ‘ଲୁ’ ବୋଲି ଘୋଷଣା କରାଯାଏ। ସେହିପରି ସାମାନ୍ୟ ତାପମାତ୍ରା ଯଦି ୬.୫ ଡିଗ୍ରୀ ସେଲସିୟସରୁ ଅଧିକ ହେବ ତାହେଲେ ‘ପ୍ରଚଣ୍ଡ ଲୁ’ ବୋଲି ଘୋଷିତ ହୁଏ।

Advertisment
Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe