Advertisment

ଖୁବଶୀଘ୍ର ରାଜଧାନୀରୁ ହଟିବ କଟକଣା, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚାହୁଁଥିବା ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। କିଛି ବ୍ୟବସାୟୀ ଗତ ସପ୍ତାହରେ କେଜ୍ରିୱାଲଙ୍କୁ ଭେଟିଥିଲେ। ଏହି ସମୟରେ ସେମାନେ ୱିକେଣ୍ଡ କର୍ଫ୍ୟୁ ଓ ଦୋକାନ ଗୁଡ଼ିକ ପାଇଁ ଲାଗୁ ହେଉଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲା ହଟାଇବାକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ସରକାର କଟକଣା ହଟାଇବାକୁ […]

ଖୁବଶୀଘ୍ର ରାଜଧାନୀରୁ ହଟିବ କଟକଣା, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

Police

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚାହୁଁଥିବା ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। କିଛି ବ୍ୟବସାୟୀ ଗତ ସପ୍ତାହରେ କେଜ୍ରିୱାଲଙ୍କୁ ଭେଟିଥିଲେ।

Advertisment

ଏହି ସମୟରେ ସେମାନେ ୱିକେଣ୍ଡ କର୍ଫ୍ୟୁ ଓ ଦୋକାନ ଗୁଡ଼ିକ ପାଇଁ ଲାଗୁ ହେଉଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲା ହଟାଇବାକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ସରକାର କଟକଣା ହଟାଇବାକୁ ଚାହୁଁଛନ୍ତି। ହେଲେ ଉପ ରାଜ୍ୟପାଳ ସରକାରଙ୍କ ପ୍ରସ୍ତାବରେ ରାଜି ହେଉ ନାହାନ୍ତି। ତଥାପି ସମସ୍ତେ ମିଳିତ ଭାବେ କଟକଣା ହଟାଇବାକୁ ନିଷ୍ପତ୍ତି ନେବେ ବୋଲି କେଜ୍ରିୱାଲ କହିଛନ୍ତି। ଏଥିସହ ଆଜି ଦିଲ୍ଲୀର ପଜିଟିଭିଟି ରେଟ୍‌ ୧୦%କୁ ହ୍ରାସ ପାଇବ ବୋଲି ମଧ୍ୟ ସେ କହିଛନ୍ତି।

ଜାନୁଆରୀ ୧୫ରେ ଦିଲ୍ଲୀର ଟିପିଆର ୩୦% ଥିଲା। ଏହାପରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ କହିଛନ୍ତି, “ଯେତେବେଳେ କରୋନା ସଂକ୍ରମଣ ବଢ଼ିଥିଲା, ଆମେ ବାଧ୍ୟ ହୋଇ କଟକଣା ଲଗାଇଥିଲୁ। ଏଥିଯୋଗୁ ଲୋକମାନେ ହଇରାଣ ମଧ୍ୟ ହେଉଛନ୍ତି। ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ହଟାଇବାକୁ ଚାହୁଁଛୁ। ଯଦି ସଂକ୍ରମଣ ପୁଣି ବଢ଼ିଲା. ତା’ହେଲେ କଟକଣା ଲାଗୁ ହେବ। ତେବେ ଆମେ କେବଳ ଜରୁରୀ କଟକଣା ଲଗାଇବୁ। ଲୋକମାନେ ଯେମିତି କମ ସମସ୍ୟାରେ ପଡ଼ିବେ, ତା’ ଉପରେ ଆମେ ଗୁରୁତ୍ୱ ଦେବୁ।”

Advertisment

କଟକଣା ପ୍ରତ୍ୟାହାର ସମ୍ପର୍କରେ କେଜ୍ରିୱାଲ କହିଛନ୍ତି, “ଗତ ସପ୍ତାହରେ ମୁଁ କିଛି ବ୍ୟବସାୟୀଙ୍କୁ ଭେଟିଥିଲି। ସେମାନେ ୱିକେଣ୍ଡ କର୍ଫ୍ୟୁ ଓ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ହଟାଇବାକୁ ଦାବି କରିଥିଲେ। ଆମେ ଉପ ରାଜ୍ୟପାଳଙ୍କ ନିକଟରୁ ଏ ସଂକ୍ରାନ୍ତ ଗୋଟିଏ ପ୍ରସ୍ତାବ ପଠାଇଥିଲୁ। କିନ୍ତୁ ସେ ଏହାକୁ ଗ୍ରହଣ କରି ନାହାନ୍ତି। ଉପ ରାଜ୍ୟପାଳ ସାର୍‌ ଆପଣମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ। ତେଣୁ ସେ ଫାଇଲକୁ ଅନୁମୋଦନ ଦେଇ ନାହାନ୍ତି। ଏବେ ଦିଲ୍ଲୀ ସରକାର ଓ ଉପ ରାଜ୍ୟପାଳ ସାହେବ ଏକାଠି ହୋଇ ଖୁବଶୀଘ୍ର କଟକଣା ହଟାଇବା ପାଇଁ ପଦକ୍ଷେପ ନେବେ।”

ଦିଲ୍ଲୀରେ ୧୦୦% ହିତାଧିକାରୀ କରୋନାର ଟିକାର ଗୋଟିଏ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ୮୨% ଲୋକ ଦୁଇଟି ଯାକ ଡୋଜ୍‌ ନେଇଛନ୍ତି ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ୫,୭୬୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରବିବାର ତୁଳନାରେ ଏହା ୩୭% କମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe