Advertisment

ଦିଲ୍ଲୀ ବେଆଇନ୍‌ ଉଚ୍ଛେଦ ମାମଲା: ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ, ଦୁଇ ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହେଉଥିବା ତରବରିଆ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ସମସ୍ତ ବେଆଇନ୍‌ ଭଙ୍ଗା ଘଟଣାକୁ ଗୁରୁତର ସହ ଅନୁଧ୍ୟାନ କରାଯାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜାହାଙ୍ଗୀରପୁରୀରେ କିଛି ଭଙ୍ଗା ଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନକୁ କୋର୍ଟ ନୋଟିସ୍‌ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ ହୋଇଥିବା […]

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟରେ ହିଜାବ ମାମଲା: ଆବେଦନକାରୀ କହିଲେ, ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି

Supreme Court

Advertisment

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହେଉଥିବା ତରବରିଆ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ସମସ୍ତ ବେଆଇନ୍‌ ଭଙ୍ଗା ଘଟଣାକୁ ଗୁରୁତର ସହ ଅନୁଧ୍ୟାନ କରାଯାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜାହାଙ୍ଗୀରପୁରୀରେ କିଛି ଭଙ୍ଗା ଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନକୁ କୋର୍ଟ ନୋଟିସ୍‌ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ ହୋଇଥିବା ବିଭିନ୍ନ ପ୍ରକାର ବେଆଇନ ଭଙ୍ଗା ସମ୍ପର୍କରେ କୋର୍ଟ ଅନୁଧ୍ୟାନ କରିବେ। ମାମଲାର ଶୁଣାଣିକୁ କୋର୍ଟ ଦୁଇ ସପ୍ତାହ ଯାଏ ସ୍ତଗିତ ରଖିଛନ୍ତି । ତେବେ ଆଜିର ଶୁଣାଣି ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଥିବା ସୁପ୍ରିମକୋର୍ଟ କହିଛନ୍ତି । ଜାହାଙ୍ଗୀରପୁରୀ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦେବ ପ୍ରତିନିଧିତ୍ୱ କରୁଛନ୍ତି ।

Advertisment

ସେ କହିଛନ୍ତି ଯେ, ଦିଲ୍ଲୀ ବିଜେପି ମୁଖ୍ୟଙ୍କ ଅଭିଯୋଗ କାମରେ ନର୍ଥ ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ରାତାରାତି ବେଆଇନ ଉଚ୍ଛେଦ ନିଷ୍ପତ୍ତି ନେଇଛନ୍ତି। ଏପରିକି ବିନା ନୋଟିସରେ ଉଚ୍ଛେଦ କରାଯାଉଥିଲା । ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେନ ବିଜେପି ନେତାଙ୍କ ଇଶାରାରେ କାମ କରୁଛନ୍ତି ବୋଲି ଓକିଲ କହିଥିଲେ।

ଏହି  ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଜମାତ ଉଲାମା-ଇ-ହିନ୍ଦ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଆବେଦନରେ କେବଳ ମୁସଲମାନ ବିଲଡିଂକୁ ଟାର୍ଗେଟ କରାଯଉଥିବା ର୍ଦାଯାଇଥିଲା। ମାମଲାର ଶୁଣାଣି କରି ଏହି ଉଚ୍ଛେଦ ଅଭିଯାନ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। କିନ୍ତୁ ମ୍ୟୁନ୍ସିପାଲ କର୍ତ୍ତୃପକ୍ଷ ନୋଟିସ ପାଇ ନଥିବା କହି ଭଙ୍ଗାରୁଜା ଜାରି ରଖିଥିଲେ। ଏହା ପରେ ସୁପ୍ରିମକୋର୍ଟ ଦ୍ୱିତୀୟଥର ପାଇଁ ମମାଲାରେ ହସ୍ତକ୍ଷେପ କରି ଭଙ୍ଗାରୁଜା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଭଙ୍ଗାରୁଜା ବନ୍ଦ ହୋଇଥିଲା। ସୂଚନା ଅନୁଯାୟୀ, ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରରରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା

Advertisment

ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ଉଚ୍ଛେଦ କରାଯିବାକୁ ଘୋଷଣା କରାଯାଇଥିଲା। । ବେଆଇନ ଉଚ୍ଛେଦ ସମ୍ପର୍କରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଏନଡିଏମସି ମେୟରଙ୍କୁ ଚିଠି ଲେଖିଥିଲେ।  ଜାହାଙ୍ଗିରପୁରୀ ହିଂସାରେ ଯେଉଁମାନେ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି ସେମାନଙ୍କର ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ରହିଥିଲା। ସେଥିରେ ଉଲ୍ଲେଖ ରହି ଥିଲା ଯେ, ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଏହା ଉପରକୁ ଟେକା ପଥର ମାଡ଼ କରିଥିଲେ । ସେମାନଙ୍କ ବେଆଇନ ନିର୍ମାଣସ୍ଥଳ ଚିହ୍ନଟ କରି ଉଚ୍ଛେଦ କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା।

Delhi Delhi Demolition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe