Advertisment

'ମୋତେ ଫସାଇବା ପାଇଁ ଚାପ ପଡ଼ିବା ପରେ ଆତ୍ମହତ୍ୟା କରିଛନ୍ତି ସିବିଆଇ ଅଫିସର୍‌'

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଚାପରେ ଚେପା ସିବିଆଇ। ଚାଲିଛି ଫସାଇବା ପାଇଁ ଚକ୍ରାନ୍ତ। ମୋ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ସରକାର ଚାପ ପକାଇବାରୁ ଆତ୍ମହତ୍ୟା କରିଛନ୍ତି ସିବିଆଇ ଅଫିସର୍‌। ଏଭଳି କିଛି କହି ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ଗତ ଦୁଇଦିନ ତଳେ ଜଣେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅମିତ ଶାହଙ୍କ ଗିରଫ ଦାବି କଲେ ମନିଷ ସିସୋଦିଆ

manish-sisodia

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଚାପରେ ଚେପା ସିବିଆଇ। ଚାଲିଛି ଫସାଇବା ପାଇଁ ଚକ୍ରାନ୍ତ। ମୋ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ସରକାର ଚାପ ପକାଇବାରୁ ଆତ୍ମହତ୍ୟା କରିଛନ୍ତି ସିବିଆଇ ଅଫିସର୍‌। ଏଭଳି କିଛି କହି ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

Advertisment

ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, 'ଗତ ଦୁଇଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ଆଉ ଏବେ ଜଣାପଡିଛି ତାଙ୍କ ଉପରେ ଅତ୍ୟଧିକ ଚାପ ପଡିବାରୁ ସେ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ମୋ ବିରୋଧରେ ଯେଉଁ ମିଛ କେସ୍ କରିଛନ୍ତି ତାକୁ ଲିଗାଲ କରିବାକୁ ଯାଇ ମୋତେ ଗିରଫ କରିବା ପାଇଁ ସେହି ସିବିଆଇ ଅଧିକାରୀଙ୍କ ଉପରେ ଚାପ ପକାଯାଉଥିଲା। ଏଥିପାଇଁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା।'

ବିଜେପିର ଷ୍ଟିଙ୍ଗ ଅପରେସନ୍‌ ଉପରେ ସିସୋଦିଆ ଜୋରଦାର ବର୍ଷିବା ସହ କହିଛନ୍ତି, ' ପ୍ରଧାନମନ୍ତ୍ରୀଙ୍କୁ ମୋର ଏତିକି ନିବେଦନ, ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଅଛି ଯଦି ନିଅ। ମତେ ଯଦି ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ କୁହନ୍ତୁ କେଉଁଠିକି ଆସିବା କଥା, ମୁଁ ଆସିଯିବି। କିନ୍ତୁ ସିବିଆଇ ଅଫିସରଙ୍କ ଉପରେ ଏଭଳି ଚାପ ପକାନ୍ତୁ ନାହିଁ।'

Advertisment

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନୋଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି ମନୀଷ ସିସୋଦିଆ। ଅଧିକାରୀଙ୍କ ଉପରେ କାହିଁକି ଏତେ ଚାପ ପକାଯାଉଛି, ଯେଉଁଥିପାଇଁ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ? କ'ଣ କେନ୍ଦ୍ର ସରକାରଙ୍କ ଗୋଟିଏ କାମ, ଅପରେସନ୍ ଲୋଟସ୍ ଚଲାଇବା ? ଜନତାଙ୍କ ଦ୍ୱାରା ନିର୍ବାଚିତ ଅନ୍ୟ ରାଜ୍ୟର ସରକାରକୁ ଭାଙ୍ଗିବା ପାଇଁ ଆପଣ କେତେ ବଳିଦାନ ଦେବେ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ସିସୋଦିଆ ଶିକ୍ଷକ ଦିବସ ଅବସରରେ କହିଛନ୍ତି ଯେ 'ମୁଁ ଗର୍ବର ସହିତ କହୁଛି ମୁଁ ୮ ବର୍ଷ ଧରି ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛି। ସ୍କୁଲ ଭିତରେ ଅଧିକ ଗୃହ, ଶୌଚାଳୟ କାହିଁକି ତିଆରି କରିଛ, ଭଲ ଡେସ୍କ କାହିଁଖି ତିଆରି ହୋଇଛି ବୋଲି ଆପଣମାନେ ଅଭିଯୋଗ ଆଣିଛନ୍ତି। ଆମେ କିନ୍ତୁ ଏସବୁ ତିଆରି କରି ଗର୍ବିତ। ଏଥିପାଇଁ ଆପଣ ଆମକୁ ଫଶୀ ଦିଅନ୍ତୁ ବରଂ ଜେଲକୁ ପଠାଇ ଦିଅନ୍ତୁ। ଯଦି ସାହସ ଅଛି ତେବେ ଆମ ଟିମ୍‌ ଶିକ୍ଷା ବ୍ୟବସ୍ଥାରେ ୮ ବର୍ଷ ଧରି ଯାହା ସବୁ କରିଛି ତାହା ଆପଣ ବି କରିକି ଦେଖାନ୍ତୁ। ଯଦି ଏହା ଦୁର୍ନୀତି ତେବେ ଦେଶର ସମସ୍ତ ଶିକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଏହା କରିବା ଉଚିତ୍।'

ଉଲ୍ଲେଖଯୋଗ୍ୟ, ଦୁଇ ଦିନ  ପୂର୍ବେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଥିଲେ। ମିଡିଆ ରିପୋର୍ଟରୁ ଉକ୍ତ ସିବିଆଇ ଅଧିକାରୀ ଜଣକ ଡେପୁଟି ଲିଗାଲ ଆଡଭାଇଜର ଜିତେନ୍ଦ୍ର କୁମାର ଥିଲେ। ସେ ସିବିଆଇର ଆଣ୍ଟି କର୍‌ପସନ୍‌ ବ୍ରାଞ୍ଚର ଲିଗାଲ ଆଡଭାଇଜର ଥିଲେ। ସିସୋଦିଆଙ୍କ ମୁତାବକ, ତାଙ୍କ ବିରୋଧରେ ଯେଉଁ ମଦ ଦୁର୍ନୀତି ଅଭିଯୋଗରେ ଏଫଆଇଆର୍‌ ରୁଜୁ ହୋଇଥିଲା ତା'ର ଦାୟିତ୍ୱ ଜିତେନ୍ଦ୍ର କୁମାର ହିଁ ନେଇଥିଲେ।