Advertisment

ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେଲେ ଉମର ଖାଲିଦ

ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଛାତ୍ରନେତା ଉମର ଖାଲିଦଙ୍କୁ ଝଟକା। ସେ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଆବେଦନ ଅଗ୍ରାହ୍ୟ କରିବା ବେଳେ କୋର୍ଟ କହିଛନ୍ତି ସିଏଏ ବିରୋଧୀ ଆନ୍ଦୋଳନ ଓ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପଛରେ କିଛି ଲୋକ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ଆୟୋଜିତ ବୈଠକରେ ଖାଲିଦ ଯୋଗ ଦେଇଥିବା ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି। ତାଙ୍କ ନାଁରେ ଥିବା […]

ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେଲେ ଉମର ଖାଲିଦ

Khalid

Advertisment

ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଛାତ୍ରନେତା ଉମର ଖାଲିଦଙ୍କୁ ଝଟକା। ସେ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଆବେଦନ ଅଗ୍ରାହ୍ୟ କରିବା ବେଳେ କୋର୍ଟ କହିଛନ୍ତି ସିଏଏ ବିରୋଧୀ ଆନ୍ଦୋଳନ ଓ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପଛରେ କିଛି ଲୋକ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ଆୟୋଜିତ ବୈଠକରେ ଖାଲିଦ ଯୋଗ ଦେଇଥିବା ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି।

Advertisment

ତାଙ୍କ ନାଁରେ ଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ ବୋଲି ପ୍ରାଥମିକ ଅବସ୍ଥାରୁ ଜଣାପଡ଼ଛୁ ଓ ଏହା ୟୁଏପିଏ ଅଧୀନରେ ଆସୁଛି। ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ରଜନୀଶ ଭଟନାଗରଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚ କହିଛନ୍ତି, ଆରମ୍ଭରୁ ଦଙ୍ଗା ଯାଏ ଖାଲିଦଙ୍କ ନାଁ ସବୁଥିରେ ରହିଛି ଓ ସେ ହ୍ୱାଟସଆପ ଗ୍ରୁପର ସକ୍ରିୟ ସଦସ୍ୟ ଥିଲେ। ଏଥିସହ ବିଭିନ୍ନ ଷଡ଼ଯନ୍ତ୍ରକାରୀ ବୈଠକରେ ସେ ଭାଗ ନେଇଥିଲେ।

ହାଇକୋର୍ଟ ଖାଲିଦଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିଥିବାରୁ ଏବେ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିବେ। ଏହାପୂର୍ବରୁ ହାଇକୋର୍ଟ ଦେଇଥିବା ରାୟର ଅନୁଶୀଳନ କରିବେ ବୋଲି ଖାଲିଦଙ୍କ ଓକିଲ ସୂଚନା ଦେଇଛନ୍ତି।

Advertisment

ଦିଲ୍ଲୀ ଦଙ୍ଗା ପୂର୍ବରୁ ଖାଲିଦ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିସହ ସେ ଲୋକଙ୍କୁ ସାଂପ୍ରଦାୟିକ ହିଂସା ପାଇଁ ଉସକାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ୨୦୨୦ ସେପ୍ଟେମ୍ବର ୧୩ରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe