ମା'କୁ ମାରି ଆତ୍ମହତ୍ୟା କଲେ ଯୁବକ, ଛାଡ଼ିଗଲେ ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌

ନୂଆଦିଲ୍ଲୀ: ଖଟ ଉପରେ ପଡିଛି ପୁଅର ରକ୍ତ ଜୁଡୁବୁଡୁ ମୃତଦେହ। ଆଉ ବାଥରୁମ୍‌ରେ ପଡିଛି ମା’ର ଗଳିତ ମୃତଦେହ। ପ୍ରଥମେ ମା’କୁ ହତ୍ୟା। ତା’ର କିଛି ଦିନ ପରେ ନିଜେ ଆତ୍ମହତ୍ୟା କଲେ ଯୁବକ। ଆଉ ଛାଡିଗଲେ ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌। ଏଭଳି କିଛି ଛାତିଥରା ଘଟଣା ଘଟିଛି ଦିଲ୍ଲୀର ବୁଦ୍ଧବିହାର ଅଞ୍ଚଳରେ। ‘ମା’ କୁ ମୁକ୍ତି ଦେଇ ଦେଲି। ତା’ପରେ ଗଙ୍ଗା ଜଳ ଛିଞ୍ଚିଲି, ଗୀତା ପଢ଼ିଲି। ଆଉ ଏବେ ମୁଁ ନିଜେ ଆତ୍ମହତ୍ୟା […]

77-page-suicide-note

77-page-suicide-note

Madhupriya Mistry
  • Published: Tuesday, 06 September 2022
  • Updated: 06 September 2022, 11:38 AM IST

Sports

Latest News

ନୂଆଦିଲ୍ଲୀ: ଖଟ ଉପରେ ପଡିଛି ପୁଅର ରକ୍ତ ଜୁଡୁବୁଡୁ ମୃତଦେହ। ଆଉ ବାଥରୁମ୍‌ରେ ପଡିଛି ମା'ର ଗଳିତ ମୃତଦେହ। ପ୍ରଥମେ ମା'କୁ ହତ୍ୟା। ତା'ର କିଛି ଦିନ ପରେ ନିଜେ ଆତ୍ମହତ୍ୟା କଲେ ଯୁବକ। ଆଉ ଛାଡିଗଲେ ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌। ଏଭଳି କିଛି ଛାତିଥରା ଘଟଣା ଘଟିଛି ଦିଲ୍ଲୀର ବୁଦ୍ଧବିହାର ଅଞ୍ଚଳରେ।

'ମା' କୁ ମୁକ୍ତି ଦେଇ ଦେଲି। ତା'ପରେ ଗଙ୍ଗା ଜଳ ଛିଞ୍ଚିଲି, ଗୀତା ପଢ଼ିଲି। ଆଉ ଏବେ ମୁଁ ନିଜେ ଆତ୍ମହତ୍ୟା କରୁଛି।' ଦିଲ୍ଲୀ ବୁଦ୍ଧବିହାର ସ୍ଥିତ ଏକ ଘରୁ ମା' ପୁଅଙ୍କ ମୃତଦେହ ନିକଟରୁ ମିଳିଥିବା ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ଏଭଳି କିଛି ଲେଖା ଅଛି। ଯାହାକୁ ପଢ଼ି ପୁଲିସ ଚକିତ ହୋଇପଡିଛି।

ଘଟଣା ସ୍ଥଳରୁ ପୁଲିସ ହାତରେ ଲାଗିଥିଲା ୭୭ ପୃଷ୍ଠାର ସୁଇସାଇଡ୍ ନୋଟ୍‌ରେରେ ଥିବା ଲେଖା ମୁତାବକ, ୨୫ ବର୍ଷିୟ ଯୁବକ କ୍ଷିତିଜ ଓରଫ ସୋନୁଙ୍କ ବାପା କିଛି ବର୍ଷ ପୂର୍ବରୁ ପ୍ରାଣ ହରାଇଥିଲେ। ତେଣୁ ଆର୍ଥିକ ସଙ୍କଟ ଦେଇ ପରିବାର ଗତି କରୁଥିଲା । ପରେ ମା’ଙ୍କ ଦେହ ଖରାପ ରହିବାକୁ ଲାଗିଲା। ନିଜେ କ୍ଷିତିଜ ମଧ୍ୟ ରୋଗାକ୍ରାନ୍ତ ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। କ୍ଷିତିଜଙ୍କର କେହି ସାଙ୍ଗ ନଥିଲେ। ତେଣୁ ନିଜ ଜୀବନକୁ ନେଇ ଅତିଷ୍ଠ ହୋଇପଡିଥିଲେ ସେ।

ଦିନେ ମା’ର ଯନ୍ତ୍ରଣା ଦେଖି ସେ ଆଉ ସହି ପାରିନଥିଲେ। ତା'ପରେ ସେପ୍ଟେମ୍ବର ୧ ତାରିଖରେ ପ୍ରଥମେ ମା'ର ଗଳାକୁ ଚିପି ହତ୍ୟା କରିବା ପରେ ଗଳାକୁ କାଟିଦେଇଥିଲେ କ୍ଷିତିଜ । ମା’ର ଶବ ସହ ଦୁଇ ଦିନ ରହିବ ପରେ ଦୁର୍ଗନ୍ଧ ହେବାରୁ ମୃତଦେହ ଉପରେ ଗଙ୍ଗାଜଳ ଛିଞ୍ଚିବା ସହ ପାଖରେ ବସି ଗୀତା ପାଠ କରିଥିଲେ। କିନ୍ତୁ ଦୁର୍ଗନ୍ଧ ଏତେ ଉତ୍କଟ ଥିଲା ଯେ, ଗୀତା ପାଠ ପୂରା କରିପାରିନଥିଲେ। ଏହାପରେ ହତ୍ୟାର ଦୁଇ ଦିନ ପରେ ସୁଇସାଇଡ୍ ନୋଟ୍ ଲେଖି ନିଜ ଗଳା କାଟି ଆତ୍ମହତ୍ୟା କରିଥିଲେ କ୍ଷିତିଜ।

ପୁଲିସ ମୁତାବକ, ଜଣେ ପଡୋଶୀ ମହିଳା କ୍ଷିତିଜଙ୍କ ମା’ଙ୍କୁ ଫୋନ୍ କରିଥିଲେ। କାରଣ ଦୁହେଁ ମିଶି ପ୍ରତି ସନ୍ଧ୍ୟାରେ ପ୍ରବଚନ ଶୁଣିବାକୁ ଯାଆନ୍ତି। କିନ୍ତୁ ଅନେକ ଥର ଫୋନ୍ କରିବା ପରେ କ୍ଷିତିଜ ଫୋନ୍‌ ଉଠାଇ 'ମା' ମରିଗଲା ଏବେ ମୁଁ ବି ମରିବାକୁ ଯାଉଛି' ବୋଲି କହି ଫୋନ୍‌ କାଟି ଦେଇଥିଲେ। ଏହାପରେ ପଡୋଶୀ ମହିଳା ଜଣକ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ପଶିବା ପରେ ଯାହା ଦେଖିଥିଲା ତାହା ଅତି ଦୟନୀୟ ଥିଲା।

କ୍ଷିତିଜ ନିଜ ପରିବାରର ଆର୍ଥିକ ସମସ୍ୟା ଓ ଅସୁସ୍ଥତାକୁ ନେଇ ଦୀର୍ଘ ଦିନ ଧରି ମାନସିକ ଚାପରେ ଥିଲେ। ଫଳରେ ସେ ଏପରି ଚରମ ପଦକ୍ଷେପ ନେଇଥିବା ପୁଲିସ କହିଛି। ମା' ପୁଅଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story