Advertisment

ଆପ୍ ଓ ଏହାର ୫ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଦିଲ୍ଲୀ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ବିକେ ସକ୍ସେନା ସୋମବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ ଏହାର ୫ ଜଣ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆପ୍‌ର ଯେଉଁ ନେତାଙ୍କ ପାଖକୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି, ସେମାନେ ହେଉଛନ୍ତି- ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ ଜଶ୍ମିନ ଶାହ। ୪୮ ଘଣ୍ଟା ମଧ୍ୟରେ ଲିଗାଲ୍ ନୋଟିସ୍‌ର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି। କ୍ଷମା ମାଗିବା ସହିତ ଏହି ନେତାମାନେ ତାଙ୍କ ବିରୋଧରେ ସୋଶାଲ୍ […]

author-image
Jitendra Garnayak
ଆପ୍ ଓ ଏହାର ୫ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଦିଲ୍ଲୀ ଉପ-ରାଜ୍ୟପାଳ

LT

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ବିକେ ସକ୍ସେନା ସୋମବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ ଏହାର ୫ ଜଣ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆପ୍‌ର ଯେଉଁ ନେତାଙ୍କ ପାଖକୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି, ସେମାନେ ହେଉଛନ୍ତି- ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ ଜଶ୍ମିନ ଶାହ। ୪୮ ଘଣ୍ଟା ମଧ୍ୟରେ ଲିଗାଲ୍ ନୋଟିସ୍‌ର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି। କ୍ଷମା ମାଗିବା ସହିତ ଏହି ନେତାମାନେ ତାଙ୍କ ବିରୋଧରେ ସୋଶାଲ୍ ମିଡିଆରେ ଲେଖିଥିବା ଅପମାନସୂଚକ ଶବ୍ଦ ହଟାଇବାକୁ ଲିଗାଲ୍ ନୋଟିସ୍‌ରେ କୁହାଯାଇଛି। ନହେଲେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Advertisment

ନିକଟରେ ଦିଲ୍ଲୀ ବିଧାନସଭାରେ ଆପ୍ ବିଧାୟକମାନେ ଅଭିଯୋଗ କରିଥିଲେ ଯେ ଉପ-ରାଜ୍ୟପାଳ ବିକେ ସକ୍ସେନା ଯେତେବେଳେ ଖଦି ଗ୍ରାମୋଦ୍ୟୋଗର ଅଧ୍ୟକ୍ଷ ଥିଲେ ସେତେବେଳେ ୧୪୦୦ କୋଟି ଟଙ୍କାର ଘୋଟାଲା ହୋଇଥିଲା। ଏହା ହେଉଛି ବିମୁଦ୍ରାକରଣ ସମୟର କଥା। ସେ ଖଦି ଗ୍ରାମୋଦ୍ୟୋଗର ଅଧ୍ୟକ୍ଷ ଭାବେ ୧୪୦୦ କୋଟି ଟଙ୍କା ମୂଲ୍ୟର ଅଚଳ ନୋଟ୍‌କୁ ବଦଳାଇ ଦେଇଥିଲେ।

ଉପ-ରାଜ୍ୟପାଳଙ୍କ ପକ୍ଷରୁ ପଠାଯାଇଥିବା ଲିଗାଲ୍ ନୋଟିସ୍‌ରେ ଏହି ଅଭିଯୋଗ ଉପରେ ଆପତ୍ତି ଉଠାଯାଇଛି। ଏହା ସହିତ ବିଧାନସଭାରେ ତାଙ୍କ ବିରୋଧରେ ଦିଆଯାଇଥିବା ନାରା ଓ ସୋଶାଲ୍ ମିଡିଆରେ ଲେଖାଯାଇଥିବା ହ୍ୟାଶଟ୍ୟାଗ୍ ((#LG Saxena ko Girftar karo, #LG Saxena chor hai) ଉପରେ ମଧ୍ୟ ସେ ଲିଗାଲ୍ ନୋଟିସ୍‌ରେ ପ୍ରଶ୍ନ ଉଠାଇଛନ୍ତି।

Advertisment

ଅନ୍ୟପକ୍ଷରେ ଆପ୍ ପକ୍ଷରୁ କୁହାଯାଇଛି ଯେ ଯଦି ସେ କିଛି ଭୁଲ୍ କାମ କରି ନାହାନ୍ତି, ତା’ହେଲେ ସିବିଆଇ ତଦନ୍ତକୁ କାହିଁକି ଡରୁଛନ୍ତି? ଏହି ଘଟଣାର ସ୍ୱତନ୍ତ୍ର ଯାଞ୍ଚ ପାଇଁ ସେ କାହିଁକି ଆଗଭର ହେଉ ନାହାନ୍ତି? ସେ ଲୋକଙ୍କୁ ଧମକ ଦେବା ଉଚିତ୍ ନୁହେଁ। ସେ ଦୁର୍ନୀତି କରିଛନ୍ତି। ଆଉ ଏକ ଧମକ ଦେଇ ଲୋକଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ଆମ ସ୍ୱରକୁ ସେ ବନ୍ଦ କରିପାରିବେ ନାହିଁ। ଦୁର୍ନୀତି ବିରୋଧରେ ଆମେ ସ୍ୱର ଉତ୍ତୋଳନ ଜାରି ରଖିବୁ। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ।