Advertisment

ରାଜଧାନୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଲଗାତର ବଢ଼ୁଥିବାର ଦେଖି ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀରେ ଲକଡାଉନ୍ ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ୍ ୨୫ ତାରିଖରେ ଦିଲ୍ଲୀରେ ଲକଡାଉନକୁ ସପ୍ତାହେ ବଢ଼ା ଯାଇଥିଲା, ଯାହା ସୋମବାର ସକାଳ ୫ଟା ବେଳେ ଶେଷ ହବେ । […]

ଅଦ୍ୟତନ ହୋଇଛି
ରାଜଧାନୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍‌

Lockdown In Delhi

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଲଗାତର ବଢ଼ୁଥିବାର ଦେଖି ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀରେ ଲକଡାଉନ୍ ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ୍ ୨୫ ତାରିଖରେ ଦିଲ୍ଲୀରେ ଲକଡାଉନକୁ ସପ୍ତାହେ ବଢ଼ା ଯାଇଥିଲା, ଯାହା ସୋମବାର ସକାଳ ୫ଟା ବେଳେ ଶେଷ ହବେ । ଏବେ ରାଜଧାନୀ ଦିଲ୍ଲୀରେ ଲକଡାଉନ୍ ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Advertisment

https://twitter.com/ArvindKejriwal/status/1388467887166214144?s=20

ତେବେ ଲକଡାଉନ୍ ସମୟରେ ରାଜ୍ୟରେ ଅତ୍ୟାବଶ୍ୟକ ସେବା ଯେପରିକି ମେଡିସିନ୍ ଦୋକାନ, ପରିବା ଦୋକାନ ଓ ରାସନ୍ ଦୋକାନ ଖୋଲା ରହିବ । ତେବେ ଏହି ସମୟରେ ଦୋକାନାର ମାଲିକ ଓ ଗ୍ରାହକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ ।

ଚଳିତ ସପ୍ତାହରେ ୯୫ ବ୍ୟବସାୟିକ ସଂଘ ଦିଲ୍ଲୀ ଏଲଜି ଅନୀଲ ବୈଜଲ୍ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରିବାକୁ ଅନୁରୋଧ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ମାମଲା କମିବାର ନାଁ ନେଉନାହିଁ । ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ ଅର୍ଥାତ୍ ଶୁକ୍ରବାର (ଏପ୍ରିଲ୍ ୩୦ ତାରିଖ)ରେ କରୋନାର ୨୭୦୪୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୭୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଗତ ୨୪ ଘଣ୍ଟା ଭିତରେ ୨୫,୨୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe