କରୋନିଲ୍ କଳି: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଇଏମଏ ଘେରିବା ପରେ ଜବାବ ରଖିଲା ଡିଏମଏ

ନୂଆଦିଲ୍ଲୀ: ପତଞ୍ଜଳିର କରୋନିଲ୍ ଟାବଲେଟ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ। ଏହାପରେ ପତଞ୍ଜଳିର ପ୍ରେସ କନଫରେନସରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରହିବାକୁ ନେଇ ପ୍ରଶ୍ନ ଉଠାଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ଗୋଟିଏ ଔଷଧ WHOରୁ ସାର୍ଟିଫିକେଟ୍ ପାଇନି, ଯାହା ବି ସଂପୃକ୍ତ ସଂସ୍ଥା ପ୍ରେସ କନଫରେନସରେ କହିଛି ତାହା ‘ମିଛ’। ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ସେହି ପ୍ରେସ କନଫରେନସରେ ରହିବା ଆଦୌ ଠିକ୍ ହୋଇନି। ଏହାଦ୍ୱାରା ସାରା ଦେଶରୁ ଲୋକଙ୍କୁ ଭୁଲ୍ ବାର୍ତ୍ତା ଯାଉଛି […]

BABA-RAMDEV

Subhransu Sekhar
  • Published: Wednesday, 24 February 2021
  • , Updated: 24 February 2021, 04:32 PM IST

ନୂଆଦିଲ୍ଲୀ: ପତଞ୍ଜଳିର କରୋନିଲ୍ ଟାବଲେଟ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ। ଏହାପରେ ପତଞ୍ଜଳିର ପ୍ରେସ କନଫରେନସରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରହିବାକୁ ନେଇ ପ୍ରଶ୍ନ ଉଠାଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ଗୋଟିଏ ଔଷଧ WHOରୁ ସାର୍ଟିଫିକେଟ୍ ପାଇନି, ଯାହା ବି ସଂପୃକ୍ତ ସଂସ୍ଥା ପ୍ରେସ କନଫରେନସରେ କହିଛି ତାହା 'ମିଛ'। ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ସେହି ପ୍ରେସ କନଫରେନସରେ ରହିବା ଆଦୌ ଠିକ୍ ହୋଇନି। ଏହାଦ୍ୱାରା ସାରା ଦେଶରୁ ଲୋକଙ୍କୁ ଭୁଲ୍ ବାର୍ତ୍ତା ଯାଉଛି ବୋଲି ଆଇଏମଏ କହିଥିଲା। ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ କେଉଁ ଆଧାରରେ ଏହି ପ୍ରେସ କନଫରେନସରେ ସାମିଲ୍ ହୋଇଥିଲେ ତାର ଜବାବ ମାଗିଥିଲା ଆଇଏମଏ।

ଆଇଏମଏ ସୋମବାର ଏକ ବିବୃତ୍ତି ଜାରି କରି କହିଥିଲା, ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ହେବା ସତ୍ତ୍ୱେ ଏଭଳି ଏକ ଔଷଧକୁ ଉନ୍ମୋଚନ କରିଛନ୍ତି, ଯାହାକି ‘ମିଛ’ ବୋଲି ଜଣାପଡ଼ିଛି। ସଂପୃକ୍ତ ସଂସ୍ଥା ଯେଉଁ ବୈଜ୍ଞାନିକ ପଦ୍ଧତି ଏବଂ ଗବେଷଣା କଥା କହୁଛି ତାର ପ୍ରମାଣପତ୍ର ଆଇଏମଏ ହର୍ଷବର୍ଦ୍ଧନଙ୍କୁ ଦେବାକୁ କହିଛି। ଏମିତିକି ଆଗାମୀ ଦିନରେ ଆଇଏମର ନ୍ୟାଶନାଲ ମେଡିକାଲ କମିଶନଙ୍କୁ ଚିଠି ଲେଖି ଏ ବାବଦରେ ଜଣାଇବ ବୋଲି କହିଛି। ପତଞ୍ଜଳି ଯେଉଁଭାବରେ ଔଷଧ ବାବଦରେ କହିଛି ତାହା ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆକୁ ଉଲ୍ଲଂଘନ କରୁଛି ବୋଲି ଆଇଏମଏ କହିଥିଲା।

ତେବେ ମଙ୍ଗଳବାର ଆଇଏମଏର ମନ୍ତବ୍ୟକୁ ବିରୋଧ କରିଛି ଦିଲ୍ଲୀ ମେଡିକାଲ ଆସୋସିଏସନ। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଦ୍ୱାରା ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିକୁ ଡିଏମଏ ନିନ୍ଦା କରିଛି। ଏଥିସହ ଆଇଏମଏର ପ୍ରେସ ବିଜ୍ଞପ୍ତି ବିଷୟବସ୍ତୁ ଭିତ୍ତିହୀନ, ବେଆଇନ ଏବଂ ଅପମାନଜନକ। ପ୍ରେସ ବିଜ୍ଞପ୍ତିର ବିଷୟବସ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଭାବମୂର୍ତ୍ତିକୁ ବଦନାମ କରିବା ପାଇଁ ଏକ ପ୍ରୟାସ ବୋଲି ଡିଏମଏ କହିଛି।

ଫେବୃଆରୀ ୧୯ରେ ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କହିଥିଲା ଯେ WHO ସାର୍ଟିଫିକେଟ୍ ସ୍କିମ୍ ଅନୁଯାୟୀ କରୋନିଲ୍ ଟାବଲେଟ୍ ଆୟୁଷ ମନ୍ତ୍ରଣାଳୟରୁ ଅନୁମତି ପାଇଛି। ଯାହାକି କୋଭିଡ-୧୯ ଚିକିତ୍ସାରେ ଏକ ଔଷଧ ଭାବରେ ପ୍ରମାଣପତ୍ର ଗ୍ରହଣ କରିଛି।

ହେଲେ ଏହାପରେ WHO ପତଞ୍ଜଳିର କରୋନିଲ ଟାବଲେଟକୁ ନେଇ ଟ୍ୱିଟ୍ କରି କହିଥିଲା କୋଭିଡ-୧୯ ଚିକିତ୍ସା ପାଇଁ କୌଣସି ପାରମ୍ପାରିକ ଔଷଧକୁ ସାର୍ଟିଫିକେଟ୍ ଦେଇନାହିଁ।

ଏହାପରେ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଟ୍ୱିଟ୍ କରି କହିଥିଲେ ଯେ କରୋନିଲ ପାଇଁ ଆମର WHO GMM ଅନୁରୂପ COPP ପ୍ରମାଣପତ୍ର ଭାରତ ସରକାରଙ୍କ ଡିଜିସି ଦ୍ୱାରା ଜାରି କରାଯାଇଛି। ଏହା ସ୍ପଷ୍ଟ ଯେ WHO କୌଣସି ଔଷଧକୁ ଅନୁମୋଦନ କରେ ନାହିଁ।

Related story