Advertisment

ପ୍ରଦୂଷଣ ସମସ୍ୟା: ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। ଏସିଆର ସର୍ବାଧିକ ୧୦ ପ୍ରଦୂଷଣୀକାରୀ ସହରରେ ଦିଲ୍ଲୀର ସ୍ଥାନ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏହି ଦାବି କରିଛନ୍ତି। ଏହି ୧୦ଟି ସହର ମଧ୍ୟରେ ଭାରତର ୮ଟି ସହର ରହିଛି। କିନ୍ତୁ ଏଥିରେ ଦିଲ୍ଲୀ ସ୍ଥାନ ପାଇ ନାହିଁ। ଏକ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି କେଜ୍ରିୱାଲ କହିଛନ୍ତି, ଯଦିଓ ପ୍ରଦୂଷଣ ଯୁଦ୍ଧରେ ଦିଲ୍ଲୀ ବିଜୟ ହାସଲ କରିନାହିଁ, କିନ୍ତୁ ଖୁସିର କଥା ହେଉଛି  ବିଶ୍ୱର ଉତ୍କଟ […]

ଅଦ୍ୟତନ ହୋଇଛି
ଗୁଜରାଟବାସୀଙ୍କୁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ଶିକ୍ଷା

Kejriwal

Advertisment

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। ଏସିଆର ସର୍ବାଧିକ ୧୦ ପ୍ରଦୂଷଣୀକାରୀ ସହରରେ ଦିଲ୍ଲୀର ସ୍ଥାନ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏହି ଦାବି କରିଛନ୍ତି। ଏହି ୧୦ଟି ସହର ମଧ୍ୟରେ ଭାରତର ୮ଟି ସହର ରହିଛି। କିନ୍ତୁ ଏଥିରେ ଦିଲ୍ଲୀ ସ୍ଥାନ ପାଇ ନାହିଁ।

Advertisment

ଏକ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି କେଜ୍ରିୱାଲ କହିଛନ୍ତି, ଯଦିଓ ପ୍ରଦୂଷଣ ଯୁଦ୍ଧରେ ଦିଲ୍ଲୀ ବିଜୟ ହାସଲ କରିନାହିଁ, କିନ୍ତୁ ଖୁସିର କଥା ହେଉଛି  ବିଶ୍ୱର ଉତ୍କଟ ପ୍ରଦୂଷଣକାରୀ ସହର ଭିତରେ ଏହା ନାହିଁ। କିଛି ଲୋକେ ପଚାରୁଛନ୍ତି, ଆମେ ପ୍ରଦୂଷଣ ବିରୋଧରେ ବିଜୟ ହାସଲ କରିଛୁ କି ? ମୁଁ  କହିବି ନାଁ। ତଥାପି ଏହା ଆମ ପାଇଁ ଉତ୍ସାହଜନକ ଯେ, ଆମେ ଉତ୍କଟ ପ୍ରଦୂଷଣକାରୀ ସହର ତାଲିକାରେ ନାହୁଁ। ଏହି ରିପୋର୍ଟ ଆମକୁ ଠିକ୍ ରାସ୍ତାରେ ଯିବାକୁ ପ୍ରେରିତ କରିବ।  ଆମକୁ ଦିଲ୍ଲୀକୁ ବିଶ୍ୱର ସବୁଠାରୁ ପ୍ରଦୂଷଣ ମୁକ୍ତ ସହର ଭାବେ ଗଢ଼ି ତୋଳିବାକୁ ପଡ଼ିବ। ଏହା ଆମର ଲକ୍ଷ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।

ସେ କହିଛନ୍ତି,  କିଛି ବର୍ଷ ପୂର୍ବେ ଦିଲ୍ଲୀ ଦୁନିଆର ସବୁଠୁ ଅଧିକ ପ୍ରଦୂଷଣକାରୀ ସହର ଭାବେ ବଦନାମ  ମୁଣ୍ଡାଇଥିଲା। ଏବେ ଏଥିରେ ବହୁ ପରିବର୍ତ୍ତନ ଆସିଛି।

Advertisment

ସୂଚନା ଅନୁଯାୟୀ, ବିଶ୍ୱ ବାୟୁମାନ ସୂଚକାଙ୍କ ଅନୁଯାୟୀ ସମଗ୍ର ଏସିଆ ମହାଦେଶରେ ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରେ କେବଳ ଭାରତରେ ରହିଛି ୮ଟି ସହର। ତେବେ ବାୟୁମାନ ଦୃଷ୍ଟିରୁ ସର୍ବୋତ୍ତମ ୧୦ଟି ସହର ମଧ୍ୟରେ ଭାରତର କେବଳ ଗୋଟିଏ ସହର ସ୍ଥାନ ପାଇଛି ଏବଂ ତାହା ହେଉଛି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରବରମ୍ (ରାଜମହେନ୍ଦ୍ରୀ)।

ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୬୭୯ ସହ ସବୁଠାରୁ ଉପରେ ରହିଛି ଗୁରୁଗ୍ରାମ। ତା’ ତଳକୁ ରହିଛି ରେୱାଡ଼ି ନିକଟସ୍ଥ ଧାରୁହେଡ଼ା ସହର (ଏକ୍ୟୁଆଇ ୫୪୩) ଏବଂ ମୁଜାଫରପୁର (ଏକ୍ୟୁଆଇ ୩୧୬)। ତାଲିକାରେ ରହିଥିବା ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ହେଉଛନ୍ତି ଲକ୍ଷ୍ନୌ (ଏକ୍ୟୁଆଇ ୨୯୮), ଡିଆର୍‌ସିସି ଆନନ୍ଦପୁର, ବେଗୁସରାଇ (୨୬୯), ଭୋପାଳ ଚୌରାହା, ଦେୱାସ (୨୬୬), ଖଡ଼କପଦା, କଲ୍ୟାଣ (୨୫୬), ଦର୍ଶନ ନଗର, ଛାପ୍ରା (୨୩୯)। ଏହି ତାଲିକାରେ ଚୀନ୍‌ର ଲୁଝୁ ଅନ୍ତର୍ଗତ ସାଓସିସାଙ୍ଗ ବନ୍ଦର (୨୬୨) ଏବଂ ମଙ୍ଗୋଲିଆର ବାୟାଙ୍ଖୋସୁ ମଧ୍ୟ ସ୍ଥାନ ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe