/odisha-reporter/media/post_attachments/uploads/2022/09/Untitled-1-56.jpg)
Untitled-1
ନୂଆଦିଲ୍ଲୀ: ଆପ ବିଧାୟକ ଅମାନତୁଲ୍ଲା ଖାନ ଗିରଫ ହେବାର ୨ ଦିନ ପରେ ଦିଲ୍ଲୀ ପୁଲିସ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି। ଦିଲ୍ଲୀ ୱାକଫବୋର୍ଡ଼ ନିଯୁକ୍ତିରେ ଦୁର୍ନୀତିକୁ ନେଇ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପ୍ରଥମେ ଅଟକାଯାଇଥିଲା। ସେହିପରି ଅଭିଯୁକ୍ତଙ୍କ ଘରେ ମଧ୍ୟ ରେଡ୍ କରାଯାଥିଲା। ପୂର୍ବଆରୁ ଗତ ସେପ୍ଟେମ୍ବରର ୧୬ତାରିଖରେ ଅମାନତୁଲ୍ଲା ଖାନଘଙ୍କର ଜାମିଆ ନଗରରେ ଥିବା ସମ୍ପତ୍ତି ଉପରେ ରେଡ୍ କରାଯାଇଥିଲା। ଏହାର ପରା ଜାମିଆ ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଥିଏ। ସେହିପର ଅମାନତୁଲ୍ଲା ଖାନଘଙ୍କର ଏବଂ ତାଙ୍କ ସହଯୋଗୀ ହମିଦ ଅଲ୍ଲୀ ଖାନ୍ ଏବଂ ମାସୁଦ୍ ଓସମାନ୍ଙ୍କର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟ ଉପରେ ରେଡ୍ କରାଯାଇଥିଲା।
ଚଦନ୍ତକାରୀ ଟିମକ୍ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ୧୨ ଲକ୍ଷ ଟଙ୍କା କ୍ୟାସ୍ ଜବତ କରିଥିଲା। ଶୁକ୍ରବାର ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫକୁ ବିରୋଧ କରି କେଜ୍ରିୱାଲ କହିଥିଲେ ଯେ, ଗୁଜରାଟରେ ଆପର ପ୍ରବେଶ ପରେ ବିଜେପିକୁ ବହୁତ କଷ୍ଟ ହେଉଥିବା ମନେ ହେଉଛି। ଅମାନତୁଲ୍ଲାଙ୍କ ସହାୟକଙ୍କ ଘର ବ୍ୟତୀତ ତାଙ୍କ ବାସଭବନରେ ଦିନସାରା ଚଢ଼ଉ ପରେ ତାଙ୍କୁ ଗିରଫ କରିଥିଲା।
ଦିଲ୍ଲୀ ପୁଲିସର ଦୁର୍ନୀତି ନିବାରଣ ଶାଖା (ଏସିବି) ଶୁକ୍ରବାର ଦିନ ଖାନ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ହମିଦ ଅଲି ଖାନ ମାସୁଦ ଉସମାନଙ୍କ ଘର ଉପରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ଅଧିକାରୀମାନେ ଗୋଟିଏ ବନ୍ଧୁକ ଏବଂ କିଛି କାର୍ଟ୍ରିଜ ସହିତ ୧୨ଲକ୍ଷ ଟଙ୍କା ନଗଦ ଜବତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
