Advertisment

ଯେଉଁ ଅସ୍ତ୍ରରେ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରିଥିଲା ଅଫ୍‌ତାବ, ପାଇଲା ପୁଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୁଲିସ ହାତରେ ଆଉ ଏକ ବଡ଼ ପ୍ରମାଣ ଲାଗିଛି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ଯେଉଁ ଅସ୍ତ୍ରରେ ବୟଫ୍ରେଣ୍ଡ ଅଫତାବ ତାଙ୍କୁ ୩୫ ଖଣ୍ଡ କରିଥିଲା ତାକୁ ପୁଲିସ ଆଜି ଜବତ କରିଛି। ଏବେ ବିଚାରବିଭାଗୀୟ ହାଜତରେ ରହୁଛି ଅଫତାବ। ତିହାର ଜେଲର ୪ ନମ୍ବର ବାରାକରେ ରହୁଛି ଅଫତାବ।  ଅଫତାବ ପୁନୱାଲାକୁ ଦିଲ୍ଲୀର ଏକ କୋର୍ଟ ୧୩ ଦିନ ପାଇଁ ଜେଲ୍‌କୁ ପଠାଇ ଦେଇଛି । […]

ସରିଲା ଅଫତାବଙ୍କ ନାର୍କୋ ଟେଷ୍ଟ, ଚେତା ଫେରିଲେ ଜେଲ ଯିବ

sradha

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୁଲିସ ହାତରେ ଆଉ ଏକ ବଡ଼ ପ୍ରମାଣ ଲାଗିଛି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ଯେଉଁ ଅସ୍ତ୍ରରେ ବୟଫ୍ରେଣ୍ଡ ଅଫତାବ ତାଙ୍କୁ ୩୫ ଖଣ୍ଡ କରିଥିଲା ତାକୁ ପୁଲିସ ଆଜି ଜବତ କରିଛି। ଏବେ ବିଚାରବିଭାଗୀୟ ହାଜତରେ ରହୁଛି ଅଫତାବ। ତିହାର ଜେଲର ୪ ନମ୍ବର ବାରାକରେ ରହୁଛି ଅଫତାବ।  ଅଫତାବ ପୁନୱାଲାକୁ ଦିଲ୍ଲୀର ଏକ କୋର୍ଟ ୧୩ ଦିନ ପାଇଁ ଜେଲ୍‌କୁ ପଠାଇ ଦେଇଛି । ସେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍‌ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।
ଶନିବାର ସକାଳେ ଅଫତାବର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପୁଲିସ ତାକୁ ଆମ୍ବେଦକର ଡାକ୍ତରଖାନାକୁ ନେଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଫତାବକୁ ଡାକ୍ତରଖାନାରେ ଥିବା ଏକ କୋଠରିରେ ରଖାଯାଇ ଭିଡିଓ କନ୍‌ଫରେନ୍ସି ଜରିଆରେ କୋର୍ଟରେ ଉପସ୍ଥିତ କରାଯାଇଥିଲା।

Advertisment

ଅଦାଲତ ଅଫତାବକୁ ଡିସେମ୍ବର ୮ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦେବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଆସନ୍ତା ୨୮ରେ ଅଫତାବର ନାର୍କୋ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଅଫତାବର ପଲିଗ୍ରାଫ୍‌ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ପୁଲିସକୁ ଆବଶ୍ୟକ ତଥ୍ୟ ମିଳି ପାରିନଥିବାରୁ ଅଫତାବର ନାର୍କୋ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଙ୍କ ଦେହାବଶେଷର ଡିଏନ୍‌ଏ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି।

ଶ୍ରଦ୍ଧାଙ୍କ ବାପା ବିକାଶଙ୍କ ଠାରୁ ଗତ ୧୬ରେ ଦିଲ୍ଲୀ ପୁଲିସ ଡିଏନ୍‌ଏ ନମୁନା ସଂଗ୍ରହ କରିଥିଲା। ଏହାକୁ ମିଳିଥିବା ଦେହାବଶେଷ ସହ ମିଳାଇ ତାହା ଶ୍ରଦ୍ଧାଙ୍କ ମୃତ ଶରୀର କି ନାହିଁ ସେ ସଂପର୍କରେ ନିଶ୍ଚିତ ହେବ ପୁଲିସ। ସୂଚନାଥାଉ କି ଅଫତାବ ଦିଲ୍ଲୀର ଛତ୍ରପୁରର ଏକ ଫ୍ଲାଟରେ ରହୁଥିବା ବେଳେ ସେହି ଫ୍ଲାଟର ରୋଷେଇ ଘରୁ ପୁଲିସ ରକ୍ତଛିଟା ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe