Advertisment

ରାଜଧାନୀ ପାଇଁ ଆଶ୍ୱସ୍ତ କରିବା ଭଳି ଖବର, କମିଲା ଟିପିଆର

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଯୋଗୁ ଆଉଟପାଉଟ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତର ଖବର ଆସିଛି। ଦୀର୍ଘ ଗୋଟିଏ ସପ୍ତାହ ପରେ ଦୈନିକ ଟେଷ୍ଟ ପଜିଟିଭିଟି ରେଟ(ଟିପିଆର) ଆଶାତୀତ ଭାବେ ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୧,୬୮୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ଟିପିଆର ୨୮%ରୁ ୨୨%କୁ ହ୍ରାସ ପାଇଛି। ଦିନକରେ କରୋନା ଆଉ ୩୮ ଜଣଙ୍କ ଜୀବନ ନେଇଛି। ଦିଲ୍ଲୀରେ କରୋନା ତୃତୀୟ ଲହର ଯୋଗୁ ସଂକ୍ରମଣ ହଠାତ୍‌ […]

author-image
Hemant Lenka
ରାଜଧାନୀ ପାଇଁ ଆଶ୍ୱସ୍ତ କରିବା ଭଳି ଖବର, କମିଲା ଟିପିଆର

Delhi

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଯୋଗୁ ଆଉଟପାଉଟ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତର ଖବର ଆସିଛି। ଦୀର୍ଘ ଗୋଟିଏ ସପ୍ତାହ ପରେ ଦୈନିକ ଟେଷ୍ଟ ପଜିଟିଭିଟି ରେଟ(ଟିପିଆର) ଆଶାତୀତ ଭାବେ ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୧,୬୮୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ଟିପିଆର ୨୮%ରୁ ୨୨%କୁ ହ୍ରାସ ପାଇଛି। ଦିନକରେ କରୋନା ଆଉ ୩୮ ଜଣଙ୍କ ଜୀବନ ନେଇଛି।

Advertisment

ଦିଲ୍ଲୀରେ କରୋନା ତୃତୀୟ ଲହର ଯୋଗୁ ସଂକ୍ରମଣ ହଠାତ୍‌ ବଢ଼ିଥିଲା। ତେବେ ଏହା କିଛି ଦିନ ହେଲାଣି କ୍ରମାଗତ ଭାବେ ହ୍ରାସ ପାଉଛି। ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଟିପିଆର ୩୦ ପାଖରେ ରହୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଥିଲା। ହେଲେ ଆଜି ପଜିଟିଭିଟି ରେଟ୍‌ ୨୨%କୁ ଖସିଛି।

ସୋମବାର ଦିଲ୍ଲୀରେ ୧୨,୫୮୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ରବିବାର ୧୮,୨୮୬, ଶନିବାର ୨୦,୨୧୮ ଓ ଶନିବାର ୨୪,୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଚଳିତ ସପ୍ତାହରୁ ଦୈନିକ ସଂକ୍ରମଣ ହ୍ରାସ ପାଉଛି।
ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୫୨,୦୦୨ଟି ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୧୧,୬୮୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

Advertisment

ଏହାର ଅର୍ଥ ଟିପିଆର ୨୨.୪୭%କୁ ହ୍ରାସ ପାଇଛି। ଗତକାଲି ତୁଳନାରେ ଏହା ୫.୫୨% କମ।  ଦିନକରେ ୧୭,୫୧୬ ଜଣ ସୁସ୍ଥ ହୋଇଛନ୍ତି ଓ ଆରୋଗ୍ୟ ହାର ୯୪.୦୨% ରହିଛି। ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୩୪,୧୮୧ ରହିଥିବା ବେଳେ ୧୬,୩୦,୬୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପ୍ରାଣଘାତୀ ଭାଇରସ ଏଯାଏ ୨୫,୪୨୫ ଜଣଙ୍କ ଜୀବନ ନେଇଛି।


ଏବେ ମୋଟ ୬୩,୪୩୨ ଜଣ କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୮,୧୧୨ ରହିଛି। ସେହିପରି ୩୭,୫୪୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଚିହ୍ନଟ କରାଯାଇଛି।