Advertisment

ପୁଣି ଦିଲ୍ଲୀରେ ଆପ୍‌ର ଜଲୱା, ରାଜେନ୍ଦ୍ରନଗର ବିଧାନସଭାରୁ ଜିତିଲେ ଦୁର୍ଗେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାରି ରହିଛି ଆମ୍‌ ଆଦମୀ ପାର୍ଟିର ଜଲୱା। ରାଜେନ୍ଦ୍ରନଗର ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି ଆପ୍। ଏହି ଆସନରୁ ଆପ ପ୍ରାର୍ଥୀ ଦୁର୍ଗେଶ ପାଠକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନରୁ ବିଧାୟକ ଥିବା ରାଘବ ଚଡ୍ଡା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା । ଏଥିରେ ପୁଣି ଆମ୍ ଆଦମୀ ପାର୍ଟି ତା’ର ଲୋକପ୍ରିୟତାର ପରିଚୟ […]

ଅଦ୍ୟତନ ହୋଇଛି
ପୁଣି ଦିଲ୍ଲୀରେ ଆପ୍‌ର ଜଲୱା, ରାଜେନ୍ଦ୍ରନଗର ବିଧାନସଭାରୁ ଜିତିଲେ ଦୁର୍ଗେଶ

AAP

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାରି ରହିଛି ଆମ୍‌ ଆଦମୀ ପାର୍ଟିର ଜଲୱା। ରାଜେନ୍ଦ୍ରନଗର ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି ଆପ୍। ଏହି ଆସନରୁ ଆପ ପ୍ରାର୍ଥୀ ଦୁର୍ଗେଶ ପାଠକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

Advertisment

ଏହି ଆସନରୁ ବିଧାୟକ ଥିବା ରାଘବ ଚଡ୍ଡା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା । ଏଥିରେ ପୁଣି ଆମ୍ ଆଦମୀ ପାର୍ଟି ତା'ର ଲୋକପ୍ରିୟତାର ପରିଚୟ ଦେଇ ବିଜୟ ହାସଲ କରିବାରେ ହ୍ୟାଟ୍ରିକ୍‌ ମାରିଛି।

ସେପଟେ ଏହି ଆସନରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି। ଦଳ ଏଠାରୁ ରାଜେଶ ଭାଟିଆଙ୍କୁ ପ୍ରାର୍ଥୀ କରିଥିଲା। ଏହାସହ କଂଗ୍ରେସ ତରଫରୁ ପ୍ରେମଲତାଙ୍କୁ ଟିକେଟ ଦିଆଯାଇଥିଲେ ବି ନିର୍ବାଚନରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଆସନ ପାଇଁ ଜୁନ ୨୩ ତାରିଖରେ ମତଦାନ ହୋଇଥିଲା ।

Advertisment

ଅନ୍ୟପଟେ ପଞ୍ଜାବର ସଂଗରୁର ଲୋକସଭା ପାଇଁ ହୋଇଥିବା ଉପ ନିର୍ବାଚନରେ ଆପ୍‌କୁ ଝଟ୍‌କା ଲାଗିଛି। ଶିରୋମଣୀ ଅକାଳୀଦଳର ପ୍ରାର୍ଥୀ ସୀମରଜିତ ସିଂହ ମାନ୍ ଏହି ଆସନରେ ବିଜୟ ହାସଲ କରିଛନ୍ତି। ସେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଗୁରମେଲ ସିଂହଙ୍କୁ ୭୦୦୦ ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe