/odisha-reporter/media/post_attachments/uploads/2022/03/covid-vaccinations.jpg)
covid vaccinations
ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଇଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ଦିଲ୍ଲୀରେ କରୋନା ମାମଲା ବଢ଼ୁଥିବାରୁ ରାଜ୍ୟ ସରକାର ସ୍କୁଲ ପିଲା ପାଇଁ ଏସଓପି ଜାରି କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ୨୬ ପ୍ରତିଶତ କେସ୍ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୬୩୨ଟି ମାମଲା ସାମ୍ନାକୁ ଆସିଛି। ଫେବୃଆରୀ ୨୭ପରେ ଏହା ସର୍ବାଧିକ ମାମଲା ବୋଲି ଜଣାପଡ଼ିଛି।
ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀରେ ମାମଲା ବୃଦ୍ଧି ପାଉଛି। ଶନିବାର ଦିନକରେ ୪୬!ଟି ମାମଲା ରୁଜୁ ହୋଇଥିଲା। ସେହିପରି ରବିବାର ୫୦୦ଟି ମାମଳା ରେକର୍ଡ଼ କରାଯାଇଛି। ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଦିଲ୍ଲୀ ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ କିଛି ଗାଇଡ୍ଲାଇନ୍ ଜାରି କରିଛନ୍ତି। ସ୍କୁଲ ଖୋଲା ରହିବ। ହେଲେ
ସ୍କୁଲରେ ମାସ୍କ ବାଧ୍ୟତା ମୂଳକ କରାଯାଛି। କୋଭିଡ୍ ଟିକା ଉପରେ ଗୁରୁତ୍ୱ ଦିଆଯାଇଛି। ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଘୋଷଣା କରିଛନ୍ତି । ଏସଓପି ସଠିକ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ପ୍ରାଥମିକତା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
