ଡିସିିଡବ୍ଲୁ ଅଧ୍ୟକ୍ଷାଙ୍କ ଘର ଉପରେ ହମ୍‌ଲା, ଗାଡି ଭଙ୍ଗାରୁଜା

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ତଥା ଡିସି ଡବ୍ଲୁ ଅଧ୍ୟାକ୍ଷାଙ୍କ ଘରେ ହମ୍‌ଲା । କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ହମ୍‌ଲା କରିବା ସହ ଗାଡି ଭଙ୍ଗାରୁଜା କରିଥିବା ଡିସିଡବ୍ଲୁ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ସେ ଘରେ ନଥିଲେ । ଏଭଳି ଆକ୍ରମଣକୁ ସେ ଡରନ୍ତି ନାହିଁ । ଏନେଇ ସେ ଦିଲ୍ଲୀ ପୁଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି […]

delhi-womens-commission-house-attacked

Madhupriya Mistry
  • Published: Monday, 17 October 2022
  • , Updated: 17 October 2022, 11:52 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ତଥା ଡିସି ଡବ୍ଲୁ ଅଧ୍ୟାକ୍ଷାଙ୍କ ଘରେ ହମ୍‌ଲା । କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ହମ୍‌ଲା କରିବା ସହ ଗାଡି ଭଙ୍ଗାରୁଜା କରିଥିବା ଡିସିଡବ୍ଲୁ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଅଭିଯୋଗ କରିଛନ୍ତି ।

ତାଙ୍କ କହିବା ମୁତାବକ, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ସେ ଘରେ ନଥିଲେ । ଏଭଳି ଆକ୍ରମଣକୁ ସେ ଡରନ୍ତି ନାହିଁ । ଏନେଇ ସେ ଦିଲ୍ଲୀ ପୁଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ସ୍ୱାତୀ ମାଲିୱାଲ ଟ୍ୱିଟ୍ କରି କହିଛନ୍ତି, ‘କିଛି ସମୟ ପୂର୍ବରୁ ମୋ ଘର ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣକାରୀମାନେ ମୋ ଘରେ ପଶି ହମ୍‌ଲା କରିଛନ୍ତି । ମୋର ଓ ମୋ ମା’ଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଭାଗ୍ୟବଶତଃ ମୁଁ ଆଉ ମୋ ମାଆ ଘରେ ନଥିଲୁ । ଅନ୍ୟଥା କ’ଣ ହୋଇଥାନ୍ତା ମୁଁ ଜାଣି ନାହିଁ! କିଛି ବି କର, ମୁଁ ଭୟ କରିବି ନାହିଁ ।’

https://twitter.com/SwatiJaiHind/status/1581874052540813312?s=20&t=cCYbz01Us8Wqq6-F3jCt7g

କିଛି ଦିନ ପୂର୍ବେ ତାଙ୍କୁ ଦୁଷ୍କମ ଧମକ ମିଳୁଥିବା ମାଲିୱାଲ ଅଭିଯୋଗ କରିଥିଲେ । ନିକଟରେ ମିଠୁ ଅଭିଯୁକ୍ତ ସାଜିଦ ଖାନ୍‌ଙ୍କ ବିରୋଧରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଚିଠିରେ ବିଗ୍‌ବସ୍‌ରୁ ସାଜିଦ ଖାନ୍‌ଙ୍କୁ ବାହାର କରିବା ପାଇଁ ସେ ଅପିଲ କରିଥିଲେ ।

Related story