Advertisment

ଦିଲ୍ଲୀ ରାସ୍ତାରେ ଚାଲିବ ପଞ୍ଜାବ

ଚଣ୍ଡିଗଡ: ପଞ୍ଜାବରେ କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ଆମ୍‌ ଆଦମୀ ପାର୍ଟି। ପଞ୍ଜାବରେ ଆପ୍‌ ସରକାର ପୂର୍ବତନ ବିଧାୟକଙ୍କୁ ପେନ୍‌ସନ୍‌ ଦେବାକୁ ନିଷ୍ପତ୍ତି ଦେବା ପରେ ଏବେ ଆଉ ଏକ ବଡ ଘୋଷଣା କରିଛନ୍ତି। ଏଥର ରାଜଧାନୀ ଦିଲ୍ଲୀ ରାସ୍ତାରେ ଚାଲିବ ପଞ୍ଜାବ। ଆପଣାଇବ ଦିଲ୍ଲୀ ମଡେଲ୍। ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଅର୍ଥାତ୍, ବର୍ତ୍ତମାନ ସରକାର […]

ଅଦ୍ୟତନ ହୋଇଛି
ଦିଲ୍ଲୀ ରାସ୍ତାରେ ଚାଲିବ ପଞ୍ଜାବ

Bhagwant Mann

Advertisment

ଚଣ୍ଡିଗଡ: ପଞ୍ଜାବରେ କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ଆମ୍‌ ଆଦମୀ ପାର୍ଟି। ପଞ୍ଜାବରେ ଆପ୍‌ ସରକାର ପୂର୍ବତନ ବିଧାୟକଙ୍କୁ ପେନ୍‌ସନ୍‌ ଦେବାକୁ ନିଷ୍ପତ୍ତି ଦେବା ପରେ ଏବେ ଆଉ ଏକ ବଡ ଘୋଷଣା କରିଛନ୍ତି। ଏଥର ରାଜଧାନୀ ଦିଲ୍ଲୀ ରାସ୍ତାରେ ଚାଲିବ ପଞ୍ଜାବ। ଆପଣାଇବ ଦିଲ୍ଲୀ ମଡେଲ୍। ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଅର୍ଥାତ୍, ବର୍ତ୍ତମାନ ସରକାର ଘରକୁ ଘର ରାସନ ସାମଗ୍ରୀ ଯୋଗାଇଦେବେ।

Advertisment

ଭଗଓ୍ୱନ୍ତ ମାନ୍ କହିଛନ୍ତି, 'ରାସନ ଘରକୁ ଘର ମାଗଣା ବିତରଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତଥାପି, ଏହି ଯୋଜନା ଏକ ବିକଳ୍ପ ଭାବରେ ରହିବ। ଆମର ଅଧିକାରୀମାନେ ଫୋନ କରିବେ ଏବଂ ବିତରଣ ସମୟ ମାଗିବେ । ସେହି ସମୟରେ ରାସନ ବିତରଣ କରାଯିବ। କେବଳ ଅଧିକାରୀମାନେ ଏହି କାର୍ଯ୍ୟ କରିବେ। ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଯୋଜନା ଦିଲ୍ଲୀରେ ଆରମ୍ଭ କରିଥିଲା। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ରୋକ୍‌ ଲଗାଇ ଦେଇଥିଲେ।'

ସୂଚନା ମୁତାବକ,  ଏହାପୂର୍ବରୁ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ରାସନର ଡୋର୍‌ ଟୁ ଡୋର୍‌ ପହଞ୍ଚାଇବା ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀର କେଜ୍ରିୱାଲ ସରକାର ମୁହାଁମୁହିଁ ହୋଇଥିଲେ। କେନ୍ଦ୍ର ସରକାର ଏହି ଯୋଜନା ଉପରେ ରୋକ୍‌ ଲଗାଇଦେଇଥିଲେ। ଏପରିକି ଏହି ମାମଲା କୋର୍ଟରେ ପହଞ୍ଚିଥିଲା।

Advertisment

ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଆମ ଆଦମୀ ପାର୍ଟି ପ୍ରତି ମାସରେ ୩୦୦ ୟୁନିଟ୍‌ ଯାଏଁ ବିଦ୍ୟୁତ୍‌ ଫ୍ରି କରିବାକୁ ଘୋଷଣା କରିଥଇଲା। ଏବେ ସରକାରକୁ ଆସିବା ପରେ ଆପ୍‌ ପଞ୍ଜାବବାସୀଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛି।

Punjab Politics Bhagat Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe