Advertisment

ଧାରା ୩୭୦ ହଟିବାର ୩ ବର୍ଷ ପରେ ଜମ୍ମୁରେ ପ୍ରଧାନମନ୍ତ୍ରୀ

ଜମ୍ମୁ: ଆଜି ଜମ୍ମୁ କଶ୍ମୀର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ କାଶ୍ମୀରରୁ ଧାରା ୩୭୦  ହଟିବାର ପ୍ରାୟ ୩ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ ଗସ୍ତ କରିଛନ୍ତି ମୋଦି । ସେହିପରି ରାଜ୍ୟ  ମାନ୍ୟତା ହରାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ ।  ପଞ୍ଚାୟତିରାଜ ଦିବସ ଅବସରରେ ସାମ୍ବା ଜିଲ୍ଲା ପଲ୍ଲୀରୁ ଦେଶବ୍ୟାପୀ ଗ୍ରାମସଭା ଗୁଡ଼ିକୁ  ସମ୍ବୋଧନ କରିଛନ୍ତି ମୋଦି। ତେବେ ଫୋକସରେ ଥିଲା ଜମ୍ମୁ […]

author-image
Tapas Behera
ଅଦ୍ୟତନ ହୋଇଛି
ପରିବାରବାଦ କଥା ଉଠାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୋଦି

modi

ଜମ୍ମୁ: ଆଜି ଜମ୍ମୁ କଶ୍ମୀର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ କାଶ୍ମୀରରୁ ଧାରା ୩୭୦  ହଟିବାରପ୍ରାୟ ୩ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ ଗସ୍ତ କରିଛନ୍ତି ମୋଦି । ସେହିପରି ରାଜ୍ୟ  ମାନ୍ୟତା ହରାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ ।  ପଞ୍ଚାୟତିରାଜ ଦିବସ ଅବସରରେ ସାମ୍ବା ଜିଲ୍ଲା ପଲ୍ଲୀରୁ ଦେଶବ୍ୟାପୀ ଗ୍ରାମସଭା ଗୁଡ଼ିକୁ  ସମ୍ବୋଧନ କରିଛନ୍ତି ମୋଦି। ତେବେ ଫୋକସରେ ଥିଲା ଜମ୍ମୁ ଓ କଶ୍ମୀର।  ଏହି କେନ୍ଦ୍ର  ଶାସିତ ଅଞ୍ଚଳର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି  ପ୍ରଧାନମନ୍ତ୍ରୀ ।

Advertisment

ଯେଉଁଥିରେ ସାମିଲ ଅଛି ପ୍ରାୟ ୯ କିଲୋମିଟର ଦୀର୍ଘ ବନିହାଲ୍-କାଜିଗୁଣ୍ଡ୍  ଟନେଲ୍ ଏବଂ ଚେନାବ୍ ନଦୀରେ ନିର୍ମାଣ ହେବାକୁ ଥିବା ୮୫୦ ଓ ୫୪୦ ମେଗାଓ୍ୱାଟର ୨ଟି ଜଳ ବିଦ୍ୟୁତ୍‌ପ୍ରକଳ୍ପ । ଏଥିସହ ଦେଶର ପ୍ରତି ଜିଲ୍ଲାରେ ୭୫ଟି ଜଳାଶୟର  ପୁନରୁଦ୍ଧାର ପାଇଁ ଅମୃତ ସରୋବର ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦି।

ଆଜିର କାର୍ଯ୍ୟକ୍ରମରେ ହଜାର ହଜାର ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ଓ ସାଧାରଣ  ଲୋକ ଯୋଗ ଦେଇଥିଲେ ।  ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଜମ୍ମୁ ଓ  କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଓ ଜିତେନ୍ଦ୍ର ସିଂ  ପ୍ରମୁଖ । ତେବେ ନିକଟ ଭବିଷ୍ୟତରେ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ  ଆୟୋଜନ ହୋଇପାରେ ବୋଲି କୁହାଯାଉଥିବାରୁ, ମୋଦିଙ୍କ ଆଜିର ଗସ୍ତ ବେଶ୍ ଗୁରୁତ୍ୱ  ବହନ କରୁଛି ।

Advertisment
Article 370 Narendra Modi